ETV Bharat / bharat

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ, ନିର୍ବାଚନ କମିଶନ କରିବେ ଘୋଷଣା

ମହାରାଷ୍ଟ୍ର ଓ ଝାଡଖଣ୍ଡରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ କମିଶନ ଆଜି ଅପରାହ୍ନରେ ଦୁଇ ରାଜ୍ୟରେ ନିର୍ବାଚନ ସୂଚୀ ଘୋଷଣା କରିବେ ।

author img

By ETV Bharat Odisha Team

Published : Oct 15, 2024, 10:45 AM IST

Updated : Oct 15, 2024, 11:02 AM IST

ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା
ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା (ETV Bharat Odisha)

ନୂଆଦିଲ୍ଲୀ: ନିକଟରେ ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଜି (ମଙ୍ଗଳବାର) ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ଆଜି ଅପରାହ୍ନ ସାଢେ ତିନିଟାରେ (3.30 ମିନିଟ) ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କମିଶନ ପ୍ରେସମିଟ୍‌ କରି ନିର୍ବାଚନୀ ସୂଚୀ ଘୋଷଣା କରିବାକୁ ଯାଉଛନ୍ତି । କେଉଁ ରାଜ୍ୟକୁ କେତେ ପର୍ଯ୍ୟାୟରେ ନିର୍ବାଚନ କରାଇବେ ଇସିଆଇ (ECI) ତାହା ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।

  • ଏଥର ମହାରାଷ୍ଟ୍ରରେ ମହାମେଣ୍ଟକୁ ନେଇ ରୋଚକ ସ୍ଥିତି:-

2019 ରେ ମହାରାଷ୍ଟ୍ରରେ ଶେଷଥର ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ତତ୍କାଳୀନ ଶିବସେନା (ଅବିଭାଜିତ) ଏବଂ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି-ଅବିଭାଜିତ) ସହ କଂଗ୍ରେସ ତ୍ରିକୋଣୀୟ ମେଣ୍ଟରେ ସରକାର ଗଠନ କରିଥିଲେ। ଏହି ମେଣ୍ଟର ନାମ ଥିଲା ‘ମହାବିକାଶ ଆଗାଡି (MVA) । ଏହି ମେଣ୍ଟ ମୋଟ 288 ଟି ଆସନ ମଧ୍ୟରୁ 154ଟି ଜିତିଥିଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ 2022 ରେ ଏହି ମେଣ୍ଟ ସରକାରର ପତନ ହୋଇଥିଲା । ପରେ ଏତି ନାଟକୀୟ ଭାବେ ଉଭୟ ‘ଶିବସେନା’ ଓ ‘ଏନସିପି’ରେ ବିଦ୍ରୋହ ଦେଖାଯାଇଥିଲା ଓ ଉଭୟ ଦଳ ଗୋଷ୍ଠୀରେ ବିଭାଜିତ ହୋଇଥିଲେ । ଦୁଇ ପାର୍ଟିର ବିଭାଜିତ ଗୋଷ୍ଠୀ ଏବେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛନ୍ତି । ତେଣୁ ଏଥର ଶାସକ ମେଣ୍ଟର ଆସନ ବୁଝାମଣା ମଧ୍ୟ ରୋଚକ ହେବ ।

ଏହା ମଧ୍ୟ ପଢନ୍ତୁ;-ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଖାତା ଖୋଲିଲା କଂଗ୍ରେସ, ଜୁଲାନା ଆସନରୁ ବାଜି ମାରିଲେ ଭିନେଶ ଫୋଗତ

ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ; ହରିୟାଣାରେ ଭୋଟ ଗଣତି ଜାରି

ହରିୟାଣାରେ ଚକମା ଦେବ କି ଫଳାଫଳ, ହ୍ୟାଟ୍ରିକ ବିଜୟ କରିବ କି ବିଜେପି ?

  • ଝାଡ଼ଖଣ୍ଡରେ ସୋରେନ ପରିବାର ସହ ବିଜେପିର ସିଧା ଲଢେଇ

ସେହିପରି ଝାଡଖଣ୍ଡର ରାଜନୈତିକ ସ୍ଥିତି ମଧ୍ୟ ରୋଚକ କ୍ରମରେ ରହିଛି । ଆଦିବାସୀବହୁଳ ରାଜ୍ୟ ଝାଡଖଣ୍ଡରେ ‘ଜେଏମଏମ’ ଲୋକପ୍ରିୟତା ରହିଆସିଥିବା ବେଳେ ଏଥର ଚିତ୍ର ସାମାନ୍ୟ ଭିନ୍ନ । ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେତେବେଳେ ଏକଦା ସୋରେନ ପରିବାରର ଘନିଷ୍ଠ କୁହାଯାଉଥିବା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ମାତ୍ର ହେମନ୍ତ ବେଲରେ ଫେରିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇଙ୍କୁ ହଟାଇ ପୁନଃ ଶପଥ ଗ୍ରହଣ କରିଥିଲେ ।

  • କେଉଁ ରାଜ୍ୟରେ କେତେ ଆସନ ?
  • ମହାରାଷ୍ଟ୍ର-୨୮୮ ଆସନ
  • ଝାଡ଼ଖଣ୍ଡ- ୮୧ ଆସନ

ଚମ୍ପାଇଙ୍କୁ ମୋହରା କରିପାରେ ବିଜେପି:-

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ହେମନ୍ତଙ୍କୁ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏଥର ସେ ବିଜେପି ପାଇଁ ସେ ପୋଷ୍ଟର ବୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 2019 ନିର୍ବାଚନରେ ଶିବୁ ସୋରେନଙ୍କ ନେତୃତ୍ବାଧୀନ ‘​​ଜେଏମ୍ଏମ୍’ 30 ଟି ସିଟ୍ ଜିତିଥିଲା । 16ଟି ସିଟ୍‌ କଂଗ୍ରେସ ଖାତାକୁ ଯାଇଥିଲା । ଉଭୟ ଦଳ ମେଣ୍ଟରେ ସରକାର ଗଠନ କରିଥିଲେ । ଏଥର ବିଜେପି ସହ ‘ଜେଏମଏମ’ର ସିଧା ଲଢେଇ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 15, 2024, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.