ETV Bharat / bharat

ମୋରମ ଖଣିରେ ଓଲଟିଲା ବସ: ୧୩ ମୃତ, ୧୫ରୁ ଅଧିକ ଆହତ - Chhattisgarh Bus Accident

author img

By ETV Bharat Odisha Team

Published : Apr 9, 2024, 11:06 PM IST

Updated : Apr 10, 2024, 10:42 AM IST

Passenger bus overturned: ଛତିଶଗଡରେ ଖଣିରେ ମର୍ମନ୍ତୁଦ ବସ ଦୁର୍ଘଟଣା । କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ ଖଣି ଖାତରେ ଖସି ପଡିବାରୁ ୧୩ ଜଣଙ୍କର ମୃତ୍ୟୁ । ୧୫ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଛତିଶଗଡରେ ଖଣିକୁ ଖସିପଡିଲା ବସ, 10 ରୁ ଅଧିକ ମୃତ, ଅନେକ ଆହତ

ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଡିଷ୍ଟିଲେରି କମ୍ପାନୀ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ମୋରମ ଖଣିରେ ଖସି ପଡିବାରୁ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ୩୫ରୁ ଅଧିକ କର୍ମଚାରୀ ଥିଲେ । ସେମାନେ କୁମ୍‌ହାରିରୁ ଭିଲାଇକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଆରଏଫ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ମୋରମ ଖଣିରେ ଓଲଟିଲା ବସ
ମୋରମ ଖଣିରେ ଓଲଟିଲା ବସ

ଖୁଣ୍ଟରେ ପିଟି ହୋଇ ମୋରମ ଖଣିରେ ଖସିଲା ବସ୍: ମୃତ କର୍ମଚାରୀମାନେ କୁମ୍‌ହାରି ଥାନା ଅନ୍ତର୍ଗତ କୋଡିୟା ସ୍ଥିତ ଡିଷ୍ଟିଲେରି କମ୍ପାନୀରେ କାମ କରୁଥିଲେ । ରାତି ୮ଟାରେ ଛୁଟି ହେବା ପରେ କର୍ମଚାରୀମାନେ ବସ୍ ଯୋଗେ ନିଜ ନିଜ ଘରକୁ ଯାଉଥିଲେ । ହେଲେ ରାତି ପ୍ରାୟ ସାଢେ ୮ଟା ସମୟରେ ଖପରି ଗାଁ ନିକଟରେ ବସ୍‌ଟି ରାସ୍ତାକଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ୫୦ ଫୁଟ ଗଭୀର ମୋରମ ଖଣି ଖାତରେ ଖସି ପଡିଥିଲା । ସେହି ସମୟରେ ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେହିପରି ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

ବସ୍ ଦୁର୍ଘଟଣାର ଖବର ମିଳିବା ମାତ୍ରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତତ୍କାଳ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇ ବସରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତଙ୍କୁ କୁମ୍‌ହାରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ସେଠାରୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ରାତିରେ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ଏସପି ଓ ଜିଲ୍ଲାପାଳଙ୍କ ଠାରୁ ପୁରା ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ।

ଦୁର୍ଘଟଣାରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ: ଏହି ଦୁର୍ଘଟଣାର ଖବର ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ''ଛତିଶଗଡ ଦୁର୍ଗରେ ଘଟିଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା । ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୀଡିତଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।''

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଛତିଶଗଡ ଦୁର୍ଗ ଜିଲ୍ଲାରେ ଗୋଟିଏ ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତାହତ ଖବର ଶୁଣି ମର୍ମାହତ । ସବୁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2024, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.