ETV Bharat / bharat

ନିଜ ଅପରେସନ୍ ପରେ ରୋଗୀଙ୍କୁ ଚିକିତ୍ସା କଲେ ଡାକ୍ତର, ସମସ୍ତେ ହାତ ଯୋଡି କହିଲେ...

ଡାକ୍ତର ନୁହଁନ୍ତି ତ ସେ ସାକ୍ଷାତ ଭଗବାନ ! ହିମାଚଳ ପ୍ରଦେଶର ଜନୈକ ଡାକ୍ତରଙ୍କ କାର୍ଯ୍ୟକୁ ଚାରିଆଡେ ପ୍ରଶଂସା ।

author img

By ETV Bharat Odisha Team

Published : 8 hours ago

doctor dushyant
doctor dushyant (ETV Bharat Odisha)

ମଣ୍ଡି: ଡାକ୍ତରହିଁ ଦ୍ବିତୀୟ ଭଗବାନ । ସେହି ବ୍ୟକ୍ତି ଏହାର ମୂଲ୍ୟ ଜାଣିପାରିବେ ଯିଏ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି । ତାଙ୍କର ଡାକ୍ତରଙ୍କ ଉପରେ ରହିଥାଏ ଗଭୀର ବିଶ୍ୱାସ । ବାସ୍ତବରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଡାକ୍ତରମାନେ ଚିକିତ୍ସା କରନ୍ତି । ଚିକିତ୍ସା ସମୟରେ ରୋଗୀମାନେ ବିଛଣାରେ ଶୋଇଥାନ୍ତି ଏବଂ ଡାକ୍ତରମାନେ ସମସ୍ତ ରୋଗୀଙ୍କୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ଚିକିତ୍ସା କରନ୍ତି । କିନ୍ତୁ ଶନିବାର ଦିନ ଏହାର ବିପରୀତ ହିମାଚଳ ପ୍ରଦେଶ ଲୋକସଭା କ୍ଷେତ୍ର ମଣ୍ଡିରେ ଦେଖାଯାଇଥିଲା।

doctor dushyant
doctor dushyant (ETV Bharat Odisha)

ଅପରେସନ୍ ପରେ ରୋଗୀକୁ ଚିକିତ୍ସା କରିଥିଲେ ଡାକ୍ତର-

ଡାକ୍ତର ଅପରେସନ୍ ପରେ ନିଜେ ବିଛଣାରେ ଶୋଇଥିଲେ ଏବଂ ଜଣେ ରୋଗୀ ଚିକିତ୍ସା ପାଇଁ ତାଙ୍କ ନିକଟକୁ ଆସିଥିଲେ । ଶନିବାର ଦିନ ମଣ୍ଡି ସ୍ଥିତ ହସ୍ପିଟାଲ ମାଣ୍ଡିରେ କାର୍ଯ୍ୟ କରୁଥିବା ଏମବିବିଏସ ଡ. ଦୁଶ୍ୟନ୍ତ ଠାକୁରଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କୁ ପ୍ରାୟ 12 ଟା ସମୟରେ ଅପରେସନ୍ ଥିଏଟରରୁ ଅଣାଯାଇଥିଲା | ଅପରାହ୍ନରେ ଧରାମପୁର ନିବାସୀ 64 ବର୍ଷିୟ ନାରାୟଣ ସିଂଙ୍କ ଚିକିତ୍ସା କରିଥିଲେ ।

doctor dushyant and patient narayan
doctor dushyant and patient narayan (ETV Bharat Odisha)

ଏହା ବି ପଢନ୍ତୁ- ଆଡମିସନ ପୂର୍ବରୁ IIT ଗୌହାଟିରେ ଛାତ୍ରଙ୍କ ମେଡିକାଲ ଟେଷ୍ଟ ବାଧ୍ୟତାମୂଳକ; କାରଣ ଜାଣନ୍ତୁ - IIT Guwahati

ଏହା ବି ପଢନ୍ତୁ- ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ, ଆରମ୍ଭ ହେବ PhD କୋର୍ସ - Medical PhD Course In Odisha

ବିଛଣାରେ ଶୋଇଥିବା ବେଳେ ଡାକ୍ତର ରୋଗୀକୁ ପରୀକ୍ଷା କରିଥିଲେ-

ରୋଗୀ ଫୁସଫୁସ ରୋଗରେ ପୀଡିତ ଥିଲେ ଯେଉଁଥିପାଇଁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହି ରୋଗୀ ପୂର୍ବରୁ ଅନ୍ୟ ମେଡିକାଲରେ ଚିକିତ୍ସାତ ହେଉଥିଲେ କିନ୍ତୁ ରୋଗୀ ଜଣକ ସମ୍ପୃକ୍ତ ମେଡିକାଲ ଛାଡି ଜୋନାଲ ହସ୍ପିଟାଲ ମାଣ୍ଡିରେ ପହଞ୍ଚିଥିଲେ । ଏଠାରେ ଡାକ୍ତର ଖଟ ଉପରେ ଥିଲେ ଏବଂ ସେ ରୋଗୀକୁ ନିଜେ ଖଟରୁ ଦେଖିଥିଲେ | ରୋଗୀର ସମସ୍ତ ରିପୋର୍ଟ ଦେଖିବା ପରେ ସେ ୱାର୍ଡରେ ପଡ଼ିଥିବା ରୋଗୀକୁ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା ପାଇଁ ଜୋନାଲ ହସ୍ପିଟାଲ ମାଣ୍ଡିର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରିଥିଲେ ।

patient narayan
patient narayan (ETV Bharat Odisha)

ମୋର ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀଙ୍କ ଚିକିତ୍ସା-

ଡକ୍ଟର ଦୁଶ୍ୟନ୍ତ କହିଛନ୍ତି, "ମୁଁ ରୋଗୀଙ୍କ ପରିବାର ତରଫରୁ ଏକ କଲ ପାଇଥିଲି । ମୋର ଗୋଡ ଅପରେସନ୍ ପରେ ମୁଁ ୱାର୍ଡକୁ ଯାଇଥିଲି। ପରିବାର ତରଫରୁ କଲ ପାଇବା ମାତ୍ରେ ମୁଁ ପ୍ରଥମେ ଭାବିଲି ରୋଗୀକୁ କିପରି ପରୀକ୍ଷା କରିବି ? ଏହି ଅବସ୍ଥା, କିନ୍ତୁ ଡାକ୍ତର ଭାବରେ ମୋର ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀଙ୍କୁ ଚିକିତ୍ସା ଯୋଗାଇବା ।"

ଚିକିତ୍ସା ପାଇବା ପରେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି-

ରୋଗୀ ନିଜେ କହିଛନ୍ତି, "ମୋର ଡାକ୍ତର ଦୁଶାନ୍ତଙ୍କ ଉପରେ ମୋର ବିଶ୍ୱାସ ଅଛି । ଡାକ୍ତର ମୋତେ ଏବଂ ମୋ ଭାଇଙ୍କୁ ଉଦ୍ଧାର କରିଛନ୍ତି । ଚିକିତ୍ସା ପାଇବା ପରେ ମୁଁ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛି । ଡାକ୍ତରଙ୍କୁ ଦେଖିବା ପରେ ମୋର ସ୍ୱାସ୍ଥ୍ୟ 25% ବୃଦ୍ଧି ପାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.