ETV Bharat / bharat

ରାମ ରହିମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ହତ୍ୟା ମାମଲାରେ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ - Ram Rahim - RAM RAHIM

Ranjit Singh murder case: ରଞ୍ଜିତ ସିଂ ହତ୍ୟା ମାମଲାରେ ରାମ ରହିମଙ୍କୁ ଆଶ୍ବସ୍ତି । ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ । ଅଧିକ ପଢନ୍ତୁ

Ram Rahim
Ram Rahim (ETV BHARAT ODISHA)
author img

By ETV Bharat Odisha Team

Published : May 28, 2024, 12:44 PM IST

ଚଣ୍ଡିଗଡ: ପଞ୍ଜାବ ହରିୟାଣା ହାଇକୋର୍ଟରୁ ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ ରାମ ରହିମଙ୍କୁ ଆଶ୍ବସ୍ତି । ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ରାମ ରହିମଙ୍କୁ ମିଳିନା ଜାମିନ । ରଞ୍ଜିତ ସିଂ ହତ୍ୟା ମାମଲାରେ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ ।

କଣ ଥିଲା ଘଟଣା ? ଅକ୍ଟୋବର 18, 2021 ରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ରହିମଙ୍କୁ ରଞ୍ଜିତ ସିଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। 2002 ରେ ରଞ୍ଜିତ ସିଂଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ଏବଂ ସେହି ସମୟରେ ଅନ୍ୟ ଜଣେ କ୍ୟାମ୍ପ ମ୍ୟାନେଜରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ରଞ୍ଜିତ ରାମ ରହିମଙ୍କ ଅନୁଗାମୀ ଥିଲେ । କୁରୁକ୍ଷେତ୍ରର ଖାନପୁର କୋଲିୟା ଗ୍ରାମରେ ତାଙ୍କୁ ଚାରି ଜଣ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଦୁଇଜଣ ପରିଚୟ ଏପର୍ଯ୍ୟନ୍ତ ମଧ୍ୟ ମିଳିପାରିନାହିଁ ।

ସିବିଆଇ କହିବା ଅନୁଯାୟୀ, ରଞ୍ଜିତଙ୍କୁ ଏଥି ପାଇଁ ହତ୍ୟା କରାଯାଇଥିଲା ଯେ, ରାମ ରହିମ ସନ୍ଦେହ କରୁଥିଲେ କ୍ୟାମ୍ପରେ ମହିଳା ଶିଷ୍ୟମାନଙ୍କ ଯୌନ ଶୋଷଣର ଖୁଲାସା କରିଥିବା ଅଜ୍ଞାତ ଚିଠି ପଛରେ ରଞ୍ଜିତ ସିଂଙ୍କ ହାତ ରହିଛି ବୋଲି । ଚିଠିରେ ଯୌନ ଶେଷଣ ସମ୍ପର୍କରେ ଲେଖା ହୋଇଥିବା ବେଳେ ରଞ୍ଜିସ ସିଂ ଓ ତାଙ୍କର ଜଣେ ଭଉଣୀ ନାମ ମଧ୍ୟ ରହିଥିଲା । ଏହି ଚିଛି ସାମ୍ନାକୁ ଆସିବା ପରେ 2002 ଜୁନ ମାସରେ ରଞ୍ଜିତଙ୍କ ଶିବିରକୁ ଡକାଯାଇ ଧମକ ଦିଆଯାଇଥିଲା । କିନ୍ତୁ ସେ କିଛି କରିନାହାନ୍ତି ଓ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଜେଲରୁ ବାହାରିଲା ଦୁଷ୍କର୍ମୀ ଓ ହତ୍ୟାକାରୀ ରାମରହିମ, ଗତକାଲି ମିଳିଥିଲା 21 ଦିନିଆ ପାରୋଲ

ରାମ ରହୀମ ନିର୍ଦ୍ଦୋଷରେ ଖଲାସ: 2017 ମସିହାରେ ଦୁଇ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ ଓ ଅନ୍ୟ ଦୁଇଟି ଭିନ୍ନ ଭିନ୍ନ ହତ୍ୟା ଘଟଣାରେ ସିବିଆଇ ରାମ ରହିମକୁ ଗିରଫ କରିଥିଲା । ସିବିଆଇ କୋର୍ଟ ତାକୁ 20 ବର୍ଷ କାରାଦଣ୍ଡ ଓ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । 16 ବର୍ଷ ପୂର୍ବେ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ 2019 ରେ ତାଙ୍କୁ ଏବଂ ଅନ୍ୟ ତିନିଜଣ ଦୋଷୀ ସାବ୍ୟସ୍ କରାଯାଇଥିଲା । ଏହା ବ୍ୟତୀତ, 2021 ମସିହାରେ ରଞ୍ଜିତ ସିଂଙ୍କ ହତ୍ୟା ଷଡଯନ୍ତ୍ରରେ ରହୀମଙ୍କ ସେମତ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବର୍ତ୍ତମାନ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ହତ୍ୟା ମାମଲାରେ ରାମ ରହୀମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.