ETV Bharat / bharat

ଆଜି ବି ମିଳିଲାନି ଆଶ୍ବସ୍ତି, 17 ଦିନ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି - Delhi Excise Policy Case

Judicial Custody Of Manish Sisodia: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଆସନ୍ତା ଏପ୍ରିଲ 6 ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ସିସୋଦିଆ । ଅଧିକ ପଢ଼ନ୍ତୁ

ମନୀଷ ସିସୋଦିଆ
ମନୀଷ ସିସୋଦିଆ
author img

By ETV Bharat Odisha Team

Published : Mar 19, 2024, 12:07 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲାନି ଆଶ୍ବସ୍ତି । ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି । ଆସନ୍ତା ଏପ୍ରିଲ 6 ତାରିଖ ଯାଏଁ ଜେଲରେ ରହିବେ ସିସୋଦିଆ । ଆଜି ଶୁଣାଣି ଥିବାବେଳେ 17 ଦିନ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ । କେନ୍ଦ୍ରୀୟ ସଂସ୍ଥା ସିବିଆଇ ଏବଂ ପରେ ଇଡି ଦ୍ବାରା ଗିରଫ ହେବା ପରେ ବେଲ୍‌ ପାଇବାରେ ସଫଳ ହେଉନାହାନ୍ତି ସିସୋଦିଆ ।

ଆଜି ସକାଳ ପ୍ରାୟ 10ଟା ସମୟରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ତାଙ୍କର ଶୁଣାଣି ରହିଥିଲା । ତେବେ ଶୁଣାଣି ସମୟରେ ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ପୁଣିଥରେ କୋର୍ଟ ନ୍ୟାୟିକ ହେପାଜକୁ ଆସନ୍ତା ଏପ୍ରିଲ 6 ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହାପରେ ପୁଣି ଜେଲକୁ ଫେରିଯାଇଛନ୍ତି ଆପ୍ ନେତା ସିସୋଦିଆ । ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ଆଶ୍ବସ୍ତି ମିଳିସାରିଛି । ପୂର୍ବରୁ ସେ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଜାମିନ ମିଳିସାରିଛି । ଅନ୍ୟପଟେ ମନୀଷ ସିସୋଦିଆ ଗତ ବର୍ଷେ ହେଲା ଜେଲରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Delhi excise policy case: 20 ଯାଏଁ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

ତେବେ ଏନେଇ ଦିଲ୍ଲୀ ମନ୍ତ୍ରୀ ତଥା ଆପ୍‌ ନେତା ଗୋପାଳ ରାୟ କହିଛନ୍ତି, "ଦିଲ୍ଲୀ ସମେତ ସାରା ଭାରତରେ ଯାହା ଘଟୁଛି ଏହା ଦେଖିଲେ ମନେ ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର ଏଜେନ୍ସି ପରିବର୍ତ୍ତେ ବିଜେପି ମୁଖପାତ୍ର ଭାବେ କାର୍ଯ୍ୟ କରୁଛି । ବିଶ୍ବାସନୀୟତା ଚାଲିଗଲାଣି । ଅବକାରୀ ମାମଲାରେ ଦୁଇ ବର୍ଷ ଧରି ଚଢାଇ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ପ୍ରମାଣ ପାଇପାରି ନାହାନ୍ତି ।" ମଦ ଦୁର୍ନୀତି ପ୍ରମାଣ ନଷ୍ଟ କରିବାକୁ ସିସୋଦିଆ 2ଟି ଫୋନ ନଷ୍ଟ କରିଥିବା ସିବିଆଇ ଆଗରେ ସ୍ବୀକାର କରିଥିଲେ । ସିସୋଦିଆଙ୍କ ବିରୋଧରେ ଦାଖଲ ଚାର୍ଜସିଟ ଉପରେ କୋର୍ଟରେ ଶୁଣାଣି ସମୟରେ ସିବିଆଇ ଏହି ତଥ୍ୟ ଦେଇଥିଲା । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ନିଜର 2ଟି ଫୋନ ନଷ୍ଟ କରିଦେଇଥିବା କୋର୍ଟଙ୍କୁ ଜଣାଇଥିଲେ ତଦନ୍ତକାରୀ ସଂସ୍ଥା । ସିବିଆଇ ଚାର୍ଜସିଟ୍‌ରେ ମନୀଷ ସିସୋଦିଆ ଏକ ନମ୍ବର ଅଭିଯୁକ୍ତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.