ETV Bharat / bharat

ଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - Arvind Kejriwal arrest case - ARVIND KEJRIWAL ARREST CASE

Delhi HC to hear Arvind Kejriwal's plea: ଆଜି ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି । ଏବେ ଇଡି ରିମାଣ୍ଡରେ କେଜ୍ରିଓ୍ବାଲ । 28ରେ ସରୁଛି ରିମାଣ୍ଡ ଅବଧି । ଅଧିକ ପଢନ୍ତୁ

କାଲି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

author img

By ETV Bharat Odisha Team

Published : Mar 26, 2024, 5:14 PM IST

Updated : Mar 27, 2024, 6:50 AM IST

ନୂଆଦିଲ୍ଲୀ: ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ଆବେଦନର ଦିଲ୍ଲୀ ହାଇକୋର୍ଟ ଆଜି(ବୁଧବାର) ଶୁଣାଣି କରିବେ । ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 6 ଦିନିଆ ରିମାଣ୍ଡରେ ଅଛନ୍ତି । ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିଲେ । ଏହାକୁ ସେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରି ତତ୍କାଳ ଶୁଣାଣି ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣିକୁ ଗ୍ରହଣ ନକରିବା ସହ ତଳକୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲେ । ଆଜି ପୂର୍ବାହ୍ନ ପ୍ରାୟ ସାଢେ 10 ଟାରେ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ସ୍ବର୍ଣ୍ଣକାନ୍ତଙ୍କ ଶର୍ମାଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଅପରାହ୍ନରେ ବାସଭବନରେ ସର୍ଚ୍ଚ ଓ କିଛି ଘଣ୍ଟା ଜେରା କରିବା ପରେ ମାର୍ଚ୍ଚ 21 ତାରିଖ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । 22 ତାରିଖରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଜଟିଳତା ଓ ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା 10ଦିନ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ କେଜ୍ରିଓ୍ବାଲଙ୍କୁ 6 ଦିନିଆ ରିମାଣ୍ଡରେ ପଠାଇଛନ୍ତି । 28 ତାରିଖରେ ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ତାଙ୍କୁ କୋର୍ଟରେ ହାଜର କରାଯିବ ।

ଏହା ମଧ୍ୟ ପଢନ୍ତୁ :- କବିତାଙ୍କୁ ମିଳିଲାନି ବେଲ୍, ED ରିମାଣ୍ଡ ପରେ ଏପ୍ରିଲ ୯ ଯାଏଁ ଗଲେ ଜେଲ୍ - KAVITHA JUDICIAL CUSTODY

ଏହି ଗିରଫଦାରୀକୁ ବେଆଇନ ଓ ଉଦ୍ଦେଶ୍ୟମୂଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ଯାହାର ଶୁଣାଣି ଆଜି ହେବାକୁ ଯାଉଛି । ଗିରଫଦାରୀକୁ ପ୍ରାୟ ଏକ ସପ୍ତାହ ବିତି ସାରିଥିବା ବେଳେ କେଜ୍ରିଓ୍ବାଲ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ଦାୟିତ୍ବ ବଜାୟ ରଖିଛନ୍ତି । ସେ ଇଡି ଲକ-ଅପରୁ ସରକାରୀ ନିର୍ଦ୍ଦେଶ ମଧ୍ୟ ଜାରି କରୁଛନ୍ତି । ସେପଟେ ଦଳ ‘ଆମ ଆଦମୀ ପାର୍ଟି’ ମଧ୍ୟ ସ୍ପଷ୍ଟ କରିସାରିଛି ଯେ, ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ନପାଇବା କ୍ଷେତ୍ରରେ ଇସ୍ତଫା ଦେବାର କୌଣସି ସାମ୍ବିଧାନିକ ନିୟମ କିମ୍ବା ଆବଶ୍ୟକତା ମଧ୍ୟ ନାହିଁ । ଦଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ କୌଣସି ନେତାଙ୍କୁ ବିକଳ୍ପ ଭାବେ ଦେଖୁନାହିଁ ବରଂ କେଜ୍ରିଓ୍ବାଲ ହିଁ ଏହି ଦାୟିତ୍ବ ତୁଲାଇବା ଜାରି ରଖିବେ । ଏହି ସବୁ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି ମିଳୁଛି, ନା ନିରାଶ ହେବାକୁ ପଡୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2024, 6:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.