ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂଙ୍ଗ ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ଚାଲୁଥିବା ମନି ଲଣ୍ଡ୍ରିଂଙ୍ଗ ମାମଲା ଏକ ବର୍ଷ ମଧ୍ୟରେ ମାମଲା ପ୍ରମାଣିତ ହୋଇପାରୁନାହିଁ ତେବେ ସେହି ବ୍ୟକ୍ତି ପାଖରୁ ଜବତ ହୋଇଥିବା ସମସ୍ତ ସମ୍ପତ୍ତିକୁ ଇଡିକୁ ଫେରସ୍ତ କରିବାକୁ ପଡିବ । ଜଷ୍ଟିସ ନବୀନ ଚାଓ୍ବଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି । ହାଇକୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ସମ୍ପତ୍ତି 365 ଦିନ ମଧ୍ୟରେ ଫେରାଇବାରୁ ପଡିବ । ଆଉ ମଧ୍ୟ ଯଦି କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ ପ୍ରମାଣିତ ନ ହୁଏ ତେବେ ଜବତ ଅବଧି 365 ଦିନ ମଧ୍ୟରେ ଶେଷ ହୋଇଯିବ ।
ହାଇକୋର୍ଟ ଭୂଷଣ ଷ୍ଟିଲ ଆଣ୍ଡ୍ ପାଓ୍ବାରର ମହେନ୍ଦ୍ର ଖଣ୍ଡେଲଓ୍ବାଲାଙ୍କ ଆବେଦନର ଶୁଣାଣିରେ ଏହି ରାୟ ଦେଇଛନ୍ତି । ମହେନ୍ଦ୍ର ଖଣ୍ଡେଲଓ୍ୱାଲ ଆବେଦନ କରିଥିଲେ ଯେ, ଫେବ୍ରୁଆରୀ 2021ରେ ଇଡି ତାଙ୍କ ଘରେ ଚଢାଉ କରି ଗହଣା ଓ ଅନେକ ଦସ୍ତାବିଜ ଜବତ କରିଥିଲେ । ଇଡି ମହେନ୍ଦ୍ର ଖଣ୍ଡେଲଓ୍ବାଲଙ୍କ ବିରୋଧରେ କିଛି ପ୍ରମାଣ କରିପାରିନଥିଲେ ମଧ୍ୟ ତାଙ୍କ ଘରୁ ଜବତ କରିଥିବା ସୁନା ଗହଣା ତଥା ଜରୁରୀ କାଗଜପତ୍ରଗୁଡିକୁ ଆଉ ଫେରସ୍ତ କରିନଥିଲେ ।
ଏହାମଧ୍ୟ ପଢନ୍ତୁ.. ହାଜର ହେଉ ନାହାନ୍ତି କେଜ୍ରିଓ୍ୱାଲ, ମଦ ଦୁର୍ନୀତି ମାମଲାରେ ଇଡିର ପଞ୍ଚମ ସମନ
ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କହିଛନ୍ତି ଯେ, ମନି ଲଣ୍ଡ୍ରିଂଙ୍ଗ ମାମଲାର ଅବଧି ସେବେଠୁ ଆରମ୍ଭ ହେବ ଯେବେଠାରୁ ନ୍ୟାୟାଳୟରେ ମାମଲା ଚାଲିବ । କିନ୍ତୁ ସେହି ସମୟରେ ପ୍ରବର୍ତ୍ତନ ସମନକୁ ଚ୍ୟାଲେଞ୍ଜ କରିବା, ଜବତ ପ୍ରକ୍ରିୟା ଚ୍ୟାଲେଜ କରିବା ସାମିଲ ରହିବନାହିଁ । ଏହାମଧ୍ୟରେ 365 ଦିନ ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ଯଦି ତଦନ୍ତ ସମୂର୍ଣ୍ଣ ନହୁଏ କିମ୍ବା ଅଭିଯୋଗ ପ୍ରମାଣିତ ନହୁଏ ତେବେ ଇଡି ଦ୍ବାରା ଜବତ କରାଯାଇଥିବା ସମ୍ପତ୍ତିକୁ ଇଡିକୁ ଫେରାଇବାକୁ ପଡିବ । କୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ମନି ଲଣ୍ଡ୍ରିଙ୍ଗ ଆଇନ ଅନୁଯାୟୀ, ସମ୍ପତ୍ତି ଜବତ କରିବାର ଆଇନ କଡା ଅଟେ । ଯେଉଁଥିପାଇଁ ତଦନ୍ତକାରୀ ଏଜେନ୍ସି ସମ୍ପତ୍ତି ଜବତ କରିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଭାବି ବିଚାରି ଏହି ପଦକ୍ଷେପ ନେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ