ମେଷ: ଆଜିର ଦିନଟି ମିଶ୍ରିତ ଫଳପ୍ରଦ ହେବ । ବ୍ୟସ୍ତ ବହୁଳ ରହିବେ ଏବଂ ଆଳସ୍ୟ ଅନୁଭୂତି କରିବେ । ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଂଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ ।
ବୃଷ: ଆଜି ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରା କରିବ । ପରିବାର ଏବଂ ପ୍ରିୟଜନଙ୍କ ସହ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି ।
ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆଜି କୌଣସି ନୂତନ କର୍ମାରମ୍ଭ କରନ୍ତୁ ନାହିଁ । ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିବ । ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ୍ୱ ଆଡକୁ ଟାଣିନେଇପାରେ । ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡ଼ା ପାଇବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ମାତ୍ର ବିଦ୍ୟାର୍ଥିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ । ଜନସାଧାରଣଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଯଦି ପାରନ୍ତି ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଅପମାନିତ କଲା ପରି ଘଟଣା ସୃଷ୍ଟି କରନ୍ତୁ ନାହିଁ ।
କର୍କଟ: ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଆପଣ ଏବଂ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି; ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆଉ ମଧ୍ୟ ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆପଣ ଆଜି ଦିନଟି ମଧ୍ୟ ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟକାଟିଆ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିସ୍ୱା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।
ସିଂହ: ନିଜ କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ । ଭାଇଭଊଣୀଙ୍କ ସହ ସମ୍ପର୍କ ଅତି ମଧୁମୟ ହୋଇପାରେ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କୌଣସି ଏକ ସୌନ୍ଦର୍ଯ୍ୟମୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ । ଅର୍ଥଲାଭର ଶୁଭ ସୂଚନା ଅଛି । ମନ ସ୍ଥିର ଓ ଶାନ୍ତ ରହିବ । ମହିଳା ମାନଙ୍କଠାରୁ ଶୁଭେଚ୍ଛା ମିଳିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ।
କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ । ଆପଣଙ୍କର ମେଳାପୀ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ । ପାରିବାରିକ ଶାନ୍ତି ଅତୁଟ ରହିବ । ତଥାପି ଆପଣ ନିଜର ଭାଷାକୁ ସଞ୍ଜତ ନକଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି । ଅର୍ଥ ଦେଣ ନେଣ କାରବାରରେ ସନ୍ତୁଷ୍ଟ ହେବେ । ହାନିକାରକ ଚିନ୍ତା ମନରୁ ଦୂରକରନ୍ତୁ । ଆପଣନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି ।
ତୁଳା: ଆପଣ ନିଜର ଆତ୍ମବିଶ୍ୱାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ, ସେଥିରେ ସୁଫଳତା ଅର୍ଜନ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସ ଏବଂ ଜିନିଷପତ୍ର କିଣାବିକାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ । ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି । ବ୍ୟକ୍ତିଗତ ଭାବରେ ଆପଣ ଆଜି ଦିନଟି ଆପଣଙ୍କ ପରିବାର ସହସ୍ୟଙ୍କ ସହ ଖୁସିରେ କଟାଇବେ । ଆଜି ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଯାହାକି ଆପଣଙ୍କୁ ନାମ ଏବଂ ଯଶ ପ୍ରଦାନ କରିବ ।
ବିଛା: ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ । ଅବଶ୍ୟ ଏହି ଖର୍ଚ୍ଚ ଆପଣଙ୍କୁ ଅତ୍ୟାଧିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହେବ । ଆପଣ ପର୍ଯ୍ୟଟନରେ, ମଉଜ ମଜଲିସରେ, ବିଳାସ ବ୍ୟସନରେ ଆତ୍ମ ତୃପ୍ତି ଲାଭ କରିବା ପାଇଁ ଖର୍ଚ୍ଚ କରିବାକୁ ଆଦୌ ଦ୍ୱିଧା ପ୍ରକାଶ କରିବେ ନାହିଁ । ମାତ୍ର ଆପଣଙ୍କ ଶରୀର ଆଜି ଅସୁସ୍ଥ ରହିପାରେ । ସେଥିପାଇଁ ନିଜକୁ ଦୁଃଖି ଓ ଅସହାୟ ମନେକରିବେ । କୌଣସି ଡାକ୍ତରି ଚିକିତ୍ସା ପାଇଁ ଆଜି ଦିନଟି ଶୁଭପ୍ରଦ ନୁହେଁ । ଏପରି ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ଯେଉଁଥି ପାଇଁ ଆପଣ ନିଜ ବନ୍ଧୁ ବାନ୍ଧବ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହେବେ । ଜଣେ ଆତ୍ମୀୟଙ୍କ ଦୁଃବ୍ୟବହାର ଯୋଗୁଁ କ୍ରୋଧିତ ହେବେ । ଧୈର୍ଯ୍ୟ ଧରନ୍ତୁ, ନଚେତ୍ ଅସୁବିଧା ଭୋଗିପାରନ୍ତି । କୌଣସି କାରଣରୁ ସାମାଜିକ ଲାଞ୍ଛନା ଭୋଗିପାରନ୍ତି ଏବଂ ଅପମାନିତ ହୋଇପାରନ୍ତି ।
ଧନୁ: ଅତ୍ୟଧିକ ମାନସିକ ଚାପ ଯୋଗୁଁ ଚିଡଚିଡ ହୋଇପାରନ୍ତି । ଆଜି ଏପରି ଗୋଟିଏ ଦିନ ଯେ ଆପଣଙ୍କ ଉପରେ ବହୁ କାର୍ଯ୍ୟର ଭାର ବ୍ୟସ୍ତ ଥାଇ ମଧ୍ୟ ଅବିଚଳିତ ଭାବରେ କାର୍ଯ୍ୟକୁ ବିଶ୍ରାମହୀନ ଭାବେ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବନ୍ଧୁମାନଙ୍କ ଗହଣରେ କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇ ଆନନ୍ଦ ଉଲ୍ଳାସରେ ସମୟ କାଟିପାରନ୍ତି । ପ୍ରେମୀମାନଙ୍କ ପାଇଁ ପ୍ରେମ ଓ ପ୍ରଣୟର ଶୁଭ ଦିନ ଅଟେ । ନିଜ ପତ୍ନୀ, ପୁତ୍ର ଓ ବାନ୍ଧବୀଙ୍କ ଠାରୁ ଉପକୃତ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।
ମକର: ଆଜି ଆପଣଙ୍କର ପାରିବାରିକ ଜୀବନ ମଧୁମୟ ହେବ । ବନ୍ଧୁ ଓ ପ୍ରିୟଜନଙ୍କ ସହ ସାକ୍ଷାତ ଲାଭ କରି ସନ୍ତୋଷ ପ୍ରକାଶ କରିବେ । ନିଜର ବ୍ୟବସାୟରେ ଆର୍ଥିକ ଉପାର୍ଜନକୁ ବଢାଇବା ପାଇଁ ବିଭିନ୍ନ ସ୍ଥାନ ବୁଲିପାରନ୍ତି । ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରିବେ । ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ୱନ କରନ୍ତୁ ।
କୁମ୍ଭ: ଆପଣ ନିଜର ପ୍ରତିଯୋଗୀଙ୍କ ସହ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଶୈଥିଳା ଭାବ ଆପଣଙ୍କୁ ହଇରାଣ କରିବ । ତଥାପି ଆପଣଙ୍କ ମାନସିକ ଶାନ୍ତି ଅବ୍ୟାହତ ରହିବ । ନିଜର ଉପରିସ୍ଥ ଅଧିକାରୀଙ୍କ ସହ ମାର୍ଜିତ ବ୍ୟବହାର କରନ୍ତୁ । ମନୋରଞନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ । ସନ୍ତାନମାନଙ୍କ ଚିନ୍ତା ଯୋଗୁଁ ମାନସିକ ଚାପ ପଡିପାରେ । ବିଦେଶରୁ ଶୁଭଖବର ମିଳିପାରେ ।
ମୀନ: ଆପଣ ସ୍ୱଭାବରେ ଈର୍ଷାଳୁ ଓ ଅଶାନ୍ତ ଅଟେ ତେବେ ଏଥିରୁ ଆପଣଙ୍କୁ ନିବୃତ ହେବାକୁ ପଡ଼ିବ । କେହିଜଣେ ଆପଣଙ୍କ ଛବିକୁ ଖରାପ କିମ୍ବା ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ । ସେଥିରୁ ମୁକୁଳିବାକୁ ହେଲେ ଉତ୍ତେଜିତ ନ ହୋଇ ସାଧାରଣ ଭାବେ ପ୍ରତିକ୍ରିୟା ରଖନ୍ତୁ । ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ କାରଣ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣାପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ପ୍ରତି ସମ୍ପର୍କରେ ଆପୋଷ ସମାଧାନ ଓ ସମାଯୋଜନ ବାଧ୍ୟତାମୂଳକ ।