ETV Bharat / bharat

Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike - LPG PRICE HIKE

Commercial LPG Cylinder Price Hiked: 39 ଟଙ୍କା ବଢିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର । 19 କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର 1691.50 ଟଙ୍କା ।

Commercial LPG cylinder
Commercial LPG cylinder (Etv Bharat)
author img

By ETV Bharat Odisha Team

Published : Sep 1, 2024, 9:56 AM IST

Updated : Sep 1, 2024, 11:12 AM IST

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଖାଉଟିଙ୍କୁ ଝଟକା । ମହଙ୍ଗା ହେଲା କମର୍ସିଆଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର । 39 ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଆଜିଠୁ ଏହି ବର୍ଦ୍ଧିତ ଲାଗୁ ହୋଇଛି । ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ 19 କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର 1691.50 ଟଙ୍କା ହୋଇଯାଇଛି । ପୂର୍ବଥର ଭଳି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।

ଜୁଲାଇ ମାସରେ କମିଥିଲା ରନ୍ଧନ ଗ୍ୟାସ ଦର: ଗତ ଜୁଲାଇ ମାସରେ ତୈଳ ବିପଣନ କମ୍ପାନୀ ଗୁଡିକ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ 30 ଟଙ୍କା କମ୍ କରିଥିଲେ । ଫଳରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ 1646 ଟଙ୍କା ହୋଇଥିଲା । ଆଜି ଏହି ସିଲିଣ୍ଡର ଦର 39 ଟଙ୍କା ବଢିବାରୁ ଏହାର ମୂଲ୍ୟ 1691.50 ଟଙ୍କା ହୋଇଛି । ଗତ ମାର୍ଚ୍ଚ ମାସରେ 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର 25 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା । ଫେବୃଆରୀ ମାସରେ ରନ୍ଧନ ଗ୍ୟାସ ଦର 14 ଟଙ୍କା ବୃଦ୍ଧି ପାଇଥିଲା ।

ଏହା ମଧ୍ୟ ପଢନ୍ତୁ-New Rules In September: ଆଜିଠୁ ବଡ଼ ପରିବର୍ତ୍ତନ, ପକେଟକୁ ପ୍ରଭାବିତ କରିପାରେ ୬ ନୂଆ ନିୟମ - 6 Major New Rules In September

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେସ୍ତୋରାଁ, ଚା' ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ଦର ବଢିବା ପରେ ଖାଦ୍ୟପଦାର୍ଥର ମୂଲ୍ୟ ମଧ୍ୟ ବଢିପାରେ । କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ବଢିଥିଲେ ହେଁ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନଥିବାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଅନ୍ୟ ଛୋଟ ବଡ ସହରରେ ଏହି ଦାମ ସମାନ ରହିଛି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2024, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.