ETV Bharat / bharat

ଆଡଭାନୀଙ୍କୁ ଭାରତରତ୍ନ, ଶୁଭେଚ୍ଛା ଜଣାଇଲେ ଛତିଶଗଡ଼ ରାଜ୍ୟପାଳ - Bharat Ratna For LK Advani

Chhattisgarh Governor Biswabhusan Harichandan: ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତରତ୍ନ । ଏ ନେଇ ଛତିଶଗଡ଼ର ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ଥିବା ସ୍ମୃତି ସବୁ ମନେ ପକାଇଛନ୍ତି । ଅଧିକ ପଢନ୍ତୁ

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ, ଶୁଭେଚ୍ଛା ଜଣାଇଲେ ଛତିଶଗଡ଼ର ରାଜ୍ୟପାଳ

author img

By ETV Bharat Odisha Team

Published : Feb 3, 2024, 5:56 PM IST

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ, ଶୁଭେଚ୍ଛା ଜଣାଇଲେ ଛତିଶଗଡ଼ର ରାଜ୍ୟପାଳ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତରତ୍ନ । ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ତେଣୁ ଆଡଭାନୀଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହି କ୍ରମରେ ଛତିଶଗଡ଼ର ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ଥିବା ସ୍ମୃତି ସବୁ ମନେ ପକାଇ କହିଛନ୍ତି ଯେ " ଲାଲକୃଷ୍ଣ ଆଡଭାନୀ ଭାରତର ଜଣେ ଅଦ୍ବିତୀୟ ନେତା ଥିଲେ । ଶାସନରେ ଅବ୍ୟବସ୍ଥା, ଭ୍ରଷ୍ଟାଚାର, ବିଶୃଙ୍ଖଳାକୁ ଦୃଢ଼ ହସ୍ତରେ ଦମନ କରିଥିଲେ ଆଡଭାନୀ । ତାଙ୍କ ସହ ମୋର ଦୀର୍ଘ ଦିନର ସମ୍ପର୍କ । ଭାରତୀୟ ଜନ ସଂଘରୁ ଭାରତୀୟ ଜନତା ପାର୍ଟି ଗଠନ ହେବା ଯାଏଁ ସେ ମୋତେ ଶ୍ରଦ୍ଧା କରୁଥିଲେ । ଓଡିଶା ସମ୍ପର୍କରେ ସେ ମୋତେ ସଙ୍ଗଠନର କାର୍ଯ୍ୟଭାର ବୁଝିବାକୁ ଦାୟିତ୍ବ ଦେଇଥିଲେ । "

ଏହା ସହ ସେ କହିଛନ୍ତି ଯେ " ଓଡ଼ିଶାର ଏମିତି କୌଣସି ପ୍ରାନ୍ତ ନାହିଁ, ତାଙ୍କ ସହ ମୁଁ ବୁଲି ନାହିଁ । ଗୋଟିଏ ଗାଡ଼ିରେ ଯାଇ ବିଭିନ୍ନ ଜିଲ୍ଲାରେ ତାଙ୍କ ସହ ସଭା କରୁଥିଲୁ । ଆଜି ସେ ସବୁ ସ୍ମୃତି ମାନେ ପଡ଼ିଯାଉଛି । ବିଜେପି ସଙ୍ଗଠନର ସବୁଠୁ ବଡ଼ ନିର୍ମାତା ଲାଲକୃଷ୍ଣ ଆଡଭାନୀ । ଗଣତନ୍ତ୍ର ମନ୍ଦିରର ଯେମିତି କୌଣସି ମର୍ଯ୍ୟାଦା ନଷ୍ଟ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସବୁବେଳେ କହୁଥିଲେ ଆଡଭାନୀ । ଜରୁରୀକାଳୀନ ପରିସ୍ଥିତି ପରେ ଗଠନ ହୋଇଥିବା ନୂତନ ସରକାରରେ ବହୁ ଗୁରୁ ଦାୟିତ୍ବ ସେ ବହନ କରିଥିଲେ । ସେହିପରି ଦେଶରେ ଲୋକ ମାନଙ୍କ ମଧ୍ୟରେ ରାମମନ୍ଦିର ଅଭିଯାନ ଆରମ୍ଭ କରି ସମଗ୍ର ଦେଶର କୋଣ ଅନୁକୋଣ ବୁଲିଥିଲେ । ଫଳସ୍ବରୂପ ଲାଲକୃଷ୍ଣ ଆଡ଼ଭାନୀଙ୍କ ପାଇଁ ଆଜି ରାମନ୍ଦିର ପ୍ରତିଷ୍ଠା ହେବା ସହ ଦେଶ ରାମମୟ ହୋଇଛି । ମୋତେ ସବୁବେଳେ ସେ ମାର୍ଗଦର୍ଶନ ଦେଇଛନ୍ତି । ଓଡିଶା କଥା ଉଠିଲେ ସେ ମୋତେ ଖୋଜନ୍ତି । ରାଜନୀତିରେ ତାଙ୍କ ପାଖରୁ ବହୁତ କିଛି ଶିଖିବାର ଅଛି । "

ଏହା ମଧ୍ୟ ପଢନ୍ତୁ ... ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ " ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏହା ସେୟାର କରି ମୁଁ ଅତ୍ୟନ୍ତ ଖୁସି । ଏନେଇ ମୁଁ ଆଡଭାନୀଙ୍କ ସହିତ ବାର୍ତ୍ତାଳପ କରି ତାଙ୍କୁ ଅଭିନନ୍ଦନ ଜଣାଇଛି । ଆମ ସମୟରେ ସେ ଜଣେ ସମ୍ମାନିତ ନେତା । ଦେଶର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ । ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରି ଉପ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଛନ୍ତି । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ରହିଛି । ଭାରତରତ୍ନ ପାଇଁ ତାଙ୍କ ନାମ ସୁପାରିସ କରିବା ମୋ ପାଇଁ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଏହାକୁ ସୌଭାଗ୍ୟ ବୋଲି ମନେ କରିବି । ତାଙ୍କ ଠାରୁ ଅନେକ କିଛି ଶିଖିବାର ମୁଁ ସୁଯୋଗ ପାଇଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.