ETV Bharat / bharat

ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା: ବାଲାଟ ପେପର ଓ ଗଣତିର ଭିଡିଓ ମାଗିଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Feb 19, 2024, 8:55 PM IST

Chandigarh Mayor Row: ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲାରେ ବର୍ଷିଲେ ସର୍ବୋଚ୍ଚ କୋର୍ଟ । ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହେବ ମାମଲା । ବାଲାଟ ପେପର ଓ ଗଣତିର ଭିଡିଓ ଦାଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା: ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହେବ ମାମଲା, ବାଲାଟ ପେପର ଓ ଗଣତିର ଭିଡିଓ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଣ୍ଡିଗଡ ମେୟର ନିର୍ବାଚନ ଅନିୟମିତତା ମାମଲାରେ ଆଜି ସର୍ବୋଚ୍ଚକୋର୍ଟ ଭୀଷଣ ବର୍ଷିଛନ୍ତି । ଭୋଟ ନାକଚ କରିଥିବା ପ୍ରିଜାଡିଂ ଅଧିକାରୀ ଅନିଲ ମାସିଙ୍କ ବିରୋଧରେ ମାମଲା ଦାଏର ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ଏହା ସହ ଆସନ୍ତାକାଲି ଶୁଣାଣି ବେଳେ ଭୋଟିଂରେ ବ୍ୟବହାର କରାଯାଇଥିବା ବାଲାଟ ପେପର ସହ ଉକ୍ତ ଦିନର ଗଣତି ସମୟର ଭିଡିଓ ମଧ୍ୟ କୋର୍ଟରେ ଦାଖଲ କରିବା ପାଇଁ କହିଛନ୍ତି । ସେହିପରି ଆଜି 3 ‘ଆପ’ କାଉନସିଲର ବିଜେପିରେ ସାମିଲ ହେବାକୁ ମଧ୍ୟ କୋର୍ଟ ଘୋଡାବେପାର ବୋଲି କହିଛନ୍ତି । ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କରିଛନ୍ତି । ଆଜି ଶୁଣାଣିରେ 30 ତାରିଖରେ ହୋଇଥିବା ନିର୍ବାଚନ ପରିଚାଳନା କରିଥିବା ପ୍ରିଜାଇଡିଂ ଅଧିକାରୀ ଅନିଲ ମାସି ମଧ୍ୟ ହାଜର ହୋଇଥିଲେ । ଫେବୃଆରୀ 5 ତାରିଖରେ ହୋଇଥିବା ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ ।

30 ତାରିଖରେ ହୋଇଥିବା ମେୟର ନିର୍ବାଚନରେ ବିଜେପିକୁ 16ଟି ଭୋଟ ମିଳିଥିଲା । ଆପ-କଂଗ୍ରେସକୁ 20 ଟି ଭୋଟ ମିଳିଥିଲା । ମେୟର ପଦବୀ ଆପ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଆପ ସପକ୍ଷରେ ଯାଇଥିବା 20 ଭୋଟ ମଧ୍ୟରୁ 8ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶୋଙ୍କର ମେୟର ନିର୍ବାଚିତ ହୋଇଥିଲା । ପରେ ପ୍ରିଜାଇଡିଂ ଅଧିକାରୀ ଭୋଟ ଗଣତି ବେଳେ ବାଲାଟ ପେପରେ ଟ୍ୟାମ୍ପରିଂ କରିଥିବା ଜଣାପଡିଥିଲା । ପ୍ରିଜାଇଡିଂ ଅଧିକାରୀ ଅନିଲ ନିଜେ ଗଣତି ସମୟରେ ବାଲାଟ ପେପରକୁ ନଷ୍ଟ କରିବା ପାଇଁ ସେଥିରେ କଲମରେ କିଛି ଦାଗ କରୁଥିବା ସିସିଟିଭି ଫୁଟେଜରେ ସାମ୍ନା ଆସିଥିଲା । ଆପ କାଉନସିଲର ଏନେଇ କୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲା । ଯାହାର ଶୁଣାଣି ଜାରି ରହିଛି । ଏହା କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ 'ଗଣତନ୍ତ୍ରର ହତ୍ୟା କରାଯାଇଛି'

ତେବେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ବିଜେପିକୁ ଆମ ଆଦମୀ ପାର୍ଟି ଟାର୍ଗେଟ କରିବାରେ ଲାଗିଛି । ଆମ ଆଦମୀ ପକ୍ଷରୁ କରାଯାଇଥିବା ଆବେଦନରେ ଆଉଥରେ ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି ହୋଇଛି । ଆସନ୍ତାକାଲି ଶୁଣାଣିରେ କୋର୍ଟ ବାଲାଟ ପେପର ଓ ଗଣତି ସମୟର ଭିଡିଓ ତର୍ଜମା କରିବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ଦେଇପାରନ୍ତି । ତେଣୁ ପୁଣି ଥରେ ନିର୍ବାଚନ ହେବାର ସମ୍ଭାବନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.