ETV Bharat / bharat

ପଞ୍ଜାବରୁ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଜବତ - Punjab police

BSF, Punjab Police seize Pakistani drone with heroin from Amritsar: ପଞ୍ଜାବରୁ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଜବତ କଲା ବିଏସଏଫ । ଅଧିକ ପଢନ୍ତୁ

ପଞ୍ଜାବରୁ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଜବତ

author img

By ETV Bharat Odisha Team

Published : Jan 27, 2024, 8:31 PM IST

ନୂଆଦିଲ୍ଲୀ/ଚଣ୍ଡିଗଡ: ସୀମାପାର ନିଶା କାରବାରର ମାଧ୍ୟମ ପାଲଟିଛି ଡ୍ରୋନ । ଆଜି ସୀମାନ୍ତ ରାଜ୍ୟ ପଞ୍ଜାବର ଅମୃତସରରେ ଏକ ପାକିସ୍ତାନୀ ଡ୍ରୋନ ଓ ଏହା ମାଧ୍ୟମରେ ପଠାଯାଉଥିବା ଏକ ହେରୋଇନ ପ୍ୟାକେଟ ମଧ୍ୟ ଜବତ କରାଯାଇଛି । ଜବତ ସାମଗ୍ରୀର ପରିମାଣ ପ୍ରାୟ ଅଧା କେଜି ହେବ । ସୀମା ସୁରକ୍ଷା ବଳ (ବିଏସଏଫ) ଓ ପଞ୍ଜାବ ପୋଲିସ ମିଳିତ ଭାବେ ଏହି ଡ୍ରୋନକୁ ଜବତ କରିଛି । ଏହା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ ହୋଇଛି । ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ସତର୍କ କରାଯାଇଛି । କୌଣସି ସନ୍ଦେହଜନକ ବସ୍ତୁ ବା ଗତିବିଧି ଦେଖିଲେ ତୁରନ୍ତ ପୋଲିସ କିମ୍ବା ସୁରକ୍ଷା ବଳକୁ ସୂଚନା ଦେବାକୁ ସୁରକ୍ଷାବଳ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବିଏସଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଜବତ ଡ୍ରୋନଟି ଏକ ଚୀନ ନିର୍ମିତ । ଏହାକୁ ଗତକାଲି ଅମୃତସରର ଏକ ସୀମାନ୍ତ ଗ୍ରାମ ନିକଟରେ ଠାବ କରାଯାଇଥିଲା । ଗ୍ରାମବାସୀମାନେ ପୋଲିସକୁ ସୂଚନା ଦେଇଥିଲେ । ଏଥିରୁ ଜବତ ହୋଇଥିବା ମାଦକଦ୍ରବ୍ୟ ହେରୋଇନ ବୋଲି ଜଣାପଡିଛି । ଏହାର ପରିମାଣ 519 ଗ୍ରାମ । ଏହାକୁ ଏକ ପ୍ୟାକେଟରେ ରଖାଯାଇଥିଲା । ଏହା ପାକିସ୍ତାନ ପଟୁ ଆସିଥିବା ବେଳେ ଏହାକୁ ପଞ୍ଜାବରେ କେହି ନିଶା ମାଫିଆ ନିକଟକୁ ପଠାଯାଇଥିଲା । ତେବେ ପଞ୍ଜାବର ସୀମାରେ ନିଶା କାରବାର ପୋଲିସର ଚିନ୍ତା ବଢାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଛତିଶଗଡ଼ରେ 9 ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା

ପୂର୍ବରୁ ମଧ୍ୟ କେବଳ ପଞ୍ଜାବ ନୁହେଁ ବରଂ ରାଜସ୍ଥାନ ଓ କାଶ୍ମୀରର ପରି ସୀମାନ୍ତ ରାଜ୍ୟରେ ଏପରି ଡ୍ରୋନ ମାଧ୍ୟମରେ ନିଶା କାରବାରର ଉଦାହରଣ ରହିଛି । ବହୁ ବିଦେଶୀ ଡ୍ରୋନକୁ ସୀମା ସୁରକ୍ଷା ବଳ ଖସାଇଥିବା ମଧ୍ୟ ନଜିର ରହିଛି । ସୁରକ୍ଷାକର୍ମୀଙ୍କ ଆଖିରୁ ଖସିବା ପାଇଁ ରାତିରେ ଏହି ଡ୍ରୋନ ମାଧ୍ୟମରେ ନିଶା କାରବାର କରାଯାଉଛି । ହେଲେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସୁରକ୍ଷାବଳ ଅନେକ ମାତ୍ରାରେ ଏପରି କାର୍ଯ୍ୟକଳାପକୁ ରୋକିବାରେ ସଫଳତା ମଧ୍ୟ ପାଇଛି । ତଥାପି ଏପରି ବାରମ୍ବାର ଘଟଣା ସମ୍ନାକୁ ଆସିବା ସୀମା ସୁରକ୍ଷା ଓ ନିଶା ରାକେଟ ବଢିବା ନେଇ ଚିନ୍ତା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କୁ ଏସମ୍ପର୍କରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.