ETV Bharat / bharat

ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ - Bomb threat on flight - BOMB THREAT ON FLIGHT

Bomb threat on IndiGo flight: ଦିଲ୍ଲୀରୁ ଉତ୍ତରପ୍ରଦେଶର ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ । ସୁରକ୍ଷା ଟିମ୍ ଓ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡର ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ
ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ (ETV Bharat Odsiha)
author img

By ETV Bharat Odisha Team

Published : May 28, 2024, 8:06 AM IST

Updated : May 28, 2024, 9:09 AM IST

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି (ମଙ୍ଗଳବାର) ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶର ବାରଣାସୀ ଯାଉଥିବା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଖବର ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍‌ ଦେଇ ବାହାରକୁ ନିଆଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ଆଭିଏସନ ସୁରକ୍ଷା ଟିମ୍ ସହ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ବିମାନ ନିକଟରେ ପହଞ୍ଚି ଟିକନିକ୍ ଯାଞ୍ଚ କରୁଛନ୍ତି । ଦିଲ୍ଲୀ ଅଗ୍ନିଶମ ବାହିନୀ ଏବଂ କ୍ବିକ୍ ରେସପନ୍ସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ଭାଙ୍ଗ ଖାଇ ବିମାନରେ ଯାତ୍ରୀଙ୍କ ହଙ୍ଗାମା, ମଝି ଆକାଶରେ ଖୋଲିଲେ ଗେଟ୍‌ - Hyderabad Indigo Flight Mid Air

ସୂଚନା ମୁତାବକ, ଏହି ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୫ଟା ୩୫ ମିନିଟ୍‌ରେ ଉଡାଣ ଭରିବାର ଥିଲା । ହେଲେ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଯାତ୍ରୀମାନେ ଆତଙ୍କିତ ହୋଇପଡିିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଏବେ ସର୍ଚ୍ଚ ଅପେରସନ ଜାରି ରହିଛି ।

ଏୟାରପୋର୍ଟ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ କୁହାଯାଇଛି, '' ଦିଲ୍ଲୀ ବିମାନବନ୍ଦରେ ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନ 6E2211ରେ ଏହି ବୋମା ଧମକ ମିଳିଥିଲା । ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ଅନୁସରଣ କରାଯାଇଛି । ଗାଇଡଲାଇନ ଅନୁସାରେ ବିମାନଟିକୁ ଆଇସୋଲେସ ବେକୁ ନିଆଯାଇ ଯାଞ୍ଚ କରାଯାଉଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଏମର୍ଜେନ୍ସି ଡୋର ଦେଇ ବାହାର କରାଯାଇଛି ।''ଜଣେ ବରିଷ୍ଠ ସିଆଇଏସଏଫ ଅଧିକାରୀ ANIକୁ ଜଣାଇଛନ୍ତି ଯେ, ବିମାନର ଶୌଚାଳୟ ଭିତରୁ ବୋମା ଲେଖାଥିବା ଏକ ଟିସୁ ପେପର ମିଳିଥିଲା ।

ଏବେ ବି ବିମାନ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ଯାଞ୍ଚ ଜାରି ରଖିଛି । ତେବେ ବିମାନରେ ବୋମା ଆତଙ୍କ କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଥର ଅନେକ ବିମାନରେ ବୋମା ଥିବାର ଧମକ ମିଳେ । ହେଲେ ପରବର୍ତ୍ତୀ ସମୟରେ ପ୍ରତିଥର ଏହା ଗୁଜବ ବୋଲି ଜଣାପଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2024, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.