ETV Bharat / bharat

ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା, ଭଏସ ଭୋଟିଂରେ ହେଲେ ନିର୍ବାଚିତ - Om Birla elected as Speaker

author img

By ETV Bharat Odisha Team

Published : Jun 26, 2024, 11:52 AM IST

BJP MP Om Birla elected as Speaker of 18th Lok Sabha: ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା । ପ୍ରଧାନମନ୍ତ୍ରୀ ମୋଦି ବିର୍ଲାଙ୍କ ନାମ ପ୍ରସ୍ତାବ ରଖିଥିଲେ । ବାଚନିକ ଭୋଟିଂରେ ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତି ଭର୍ତ୍ତୃହରିଙ୍କ ଠାରୁ ଗ୍ରହଣ କଲେ ଦାୟିତ୍ବ । ଅଧିକ ପଢନ୍ତୁ

ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା, ଭଏସ ଭୋଟିଂରେ ହେଲେ ନିର୍ବାଚିତ
ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା, ଭଏସ ଭୋଟିଂରେ ହେଲେ ନିର୍ବାଚିତ (ETV Bharat Odisha)

ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପିର ବରିଷ୍ଠ ନେତା ଓମ ବିର୍ଲା । ଆଜି ବାଚନିକ ଭୋଟିଂରେ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିର୍ଲାଙ୍କ ନାମରେ ପ୍ରସ୍ତାବ ଆଗତ କରିଥିଲେ । ବିରୋଧୀଙ୍କ ପକ୍ଷରୁ ମଧ୍ୟ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ବାଚନିକ ଭୋଟିଂ ପାଇଁ ରୁଲିଂ କରିଥିଲେ । ବିର୍ଲାଙ୍କ ସପକ୍ଷରେ ଅଧିକାଂଶ ସଦସ୍ୟ ମୌଖିକ ମତଦାନ କରିଥିଲେ । ଭଏସ ଭୋଟ ମାଧ୍ୟମରେ ବିର୍ଲାଙ୍କୁ ବାଚସ୍ପତି ଘୋଷଣା କରାଯାଇଥିଲା ।

କାମଚଳା ବାଚସ୍ପତି ଭର୍ତ୍ତୃହରି ବିର୍ଲାଙ୍କୁ ବାଚସ୍ପତି ଆସନ ଗ୍ରହଣ କରିବା ପାଇଁ ପୋଡିୟମକୁ ନିମନ୍ତ୍ରଣ କରିଥିଲେ । ସଂସଦୀୟ ପରମ୍ପରା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ବିର୍ଲାଙ୍କୁ ବାଚସ୍ପତିଙ୍କ ପୋଡିୟମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । କାମଚଳା ବାଚସ୍ପତିଙ୍କଠାରୁ ଦାୟିତ୍ବ ଗ୍ରହଣ କରିବା ପରେ ଗୃହରେ ଅଧ୍ୟକ୍ଷତା କରୁଛନ୍ତି ଓମ ବିର୍ଲା । ପ୍ରଧାନମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ଗୃହରେ ବିବୃତ୍ତି ରଖୁଛନ୍ତି ।

ଓମ ବିର୍ଲା:-

କ୍ରମାଗତ ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ପଦ ଗ୍ରହଣ କରିଥିବା ଓମ ବିର୍ଲା ରାଜସ୍ଥାନ କୋଟା ଆସନରୁ ଏଥର କ୍ରମାଗତ 3ଥର ସଦନକୁ ନିର୍ବାଚିତ ହୋଇଛନ୍ତି । ଜାତୀୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ରାଜସ୍ଥାନ ବିଧାନସଭାକୁ ମଧ୍ୟ ଏକାଧିକ ଥର ନିର୍ବାଚିତ ହୋଇଥିଲେ । 2019 ରେ ବିର୍ଲା ରାଜସ୍ଥାନ କୋଟାରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମିନାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ସେ ସମାନ ଆସନରୁ ବିଜୟୀ ହୋଇଛନ୍ତି । ଷୋଡଷ ଲୋକସଭାରେ ବିର୍ଲା ଲୋକସଭା ଏନର୍ଜି ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ, ୧୦ବର୍ଷ ପରେ କଂଗ୍ରେସକୁ ମିଳିଲା ପଦ - Rahul Gandhi Leader of Opposition

ଗତଥର ସର୍ବସମ୍ମତି କ୍ରମେ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ଚଳିତଥର ପରି ପ୍ରଧାନମନ୍ତ୍ରୀ ମୋଦି ଗୃହରେ ତାଙ୍କ ନାମ ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ ପକ୍ଷରୁ ପ୍ରସ୍ତାବ ରଖିଥିଲେ । ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଟିଏମସି ଓ ଡିଏମକେ, ଟିଡିପି, ୱାଇଏସଆର-କଂଗ୍ରେସ ଓ ବିଜେଡି ପରି ଦଳ ନିଃସର୍ତ୍ତ ସମର୍ଥନ ଦେଇଥିଲେ । ଏଥର ଚିତ୍ର ଭିନ୍ନ ଥିଲେ ମଧ୍ୟ ସେ ବାଚସ୍ପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ବିରୋଧୀ ବରିଷ୍ଠ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ଶାସକ ‘ଏନଡିଏ’ ମେଣ୍ଟ ବାଚସ୍ପତି ପଦ ହାତେଇବାରେ କୌଣସି ଜଟିଳତାର ସାମ୍ନା କରିନି । ଭୋଟିଂରେ ବିର୍ଲା ବିଜୟୀ ହୋଇ ମୋଦି ସରକାରର ତୃତୀୟ ପାଳିରେ ଲୋକସଭାରେ ଅଧ୍ୟକ୍ଷତା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.