ETV Bharat / bharat

'ଟିଏମସିକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଉ', କାହିଁକି ଏଭଳି କହିଲେ ଶୁଭେନ୍ଦୁ - Sandeshkhali Case Update

author img

By ETV Bharat Odisha Team

Published : Apr 27, 2024, 11:23 AM IST

Updated : Apr 27, 2024, 11:58 AM IST

West Bengal Sandeshkhali Case: ମମତା ବାନାର୍ଜୀଙ୍କୁ ଘେରିଲେ ବିରୋଧୀ । କହିଲେ ଟିଏମସିକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଉ । ଅଧିକ ପଢନ୍ତୁ

West Bengal Sandeshkhali Case
West Bengal Sandeshkhali Case

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରୁ ଶୁକ୍ରବାର ଦିନ ସିବିଆଇ ଅନେକ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି । ଏହାପରେ ତ୍ରୁଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି(BJP) ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ସମୟରେ ବିଜେପି ରାଜ୍ୟକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି ବୋଲି ଶାସକ ଦଳ ଟିଏମସି ଅଭିଯୋଗ କରିଛି । ଅନ୍ୟପଟେ ଏହି ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ଆତଙ୍କବାଦୀକୁ ସୁରକ୍ଷା ଦେବା ରାଷ୍ଟ୍ର ବରୋଧୀ କାର୍ଯ୍ୟକଳାପ ଉପରେ ଗୁପ୍ତ ଚୁକ୍ତି କରିବା ଅଭିଯୋଗ କରିଛି ବିଜେପି । ପ୍ରକାଶଥାଉକି, ଶେଖ ଶାହାଜାହନ ମାମଲାରେ ସିବିଆଇ ଶୁକ୍ରବାର ଦିୱ ସନ୍ଦେଶଖାଲିର ବିଭିନ୍ନ ସ୍ଥାରେ ଚଢାଉ କରିଥିଲା । ଅନେକ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି । ଅନ୍ୟପଟେ ଏହାକୁ ନେଇ ଦିଦିଙ୍କୁ ଘେରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ମମତା ବାନାର୍ଜୀଙ୍କୁ ଗିରଫ କରାଯାଉ: ଏହାରି ଭିତରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ସନ୍ଦେଶଖାଲିରୁ ମିଳିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବିଦେଶୀ ଅଟେ । ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଆରଡିଏକ୍ସ ଭଳି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି । ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଆନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ହେଉଛି । କଂଗ୍ରେସ ଏକ ଆତଙ୍କବାଦୀ ସଂଗଠନ ଏବଂ ମମତା ବାନାର୍ଜୀଙ୍କୁ ଗିରଫ କରାଯାଉ ।

ନିର୍ବାଚନ ସମୟରେ ଆମକୁ ବଦନାମ କରିବା ପାଇଁ ବିଜେପିର ଷଡଯନ୍ତ୍ର: ଏନେଇ ତ୍ରୁଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି, କୌଣସି ଅସ୍ତ୍ରଶସ୍ତ୍ର ଜବତ ହୋଇଛି କି ନାହିଁ ତାହା ଆମେ ଜାଣି ନାହୁଁ । ସିବିଆଇ କଣ କହୁଛି ତାହା ଉପରେ ଆମର ସନ୍ଦେହ ରହିଛି । ଏହି ଘଟଣାର ସଠିକ ଅନୁସନ୍ଧାନ ହେବା ଉଚିତ । ଆମକୁ ବଦନାମ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଛି । ନିର୍ବାଚନ ସମୟରେ ଆମକୁ ବଦନାମ କରିବା ପାଇଁ ଏହା ବିଜେପିର ଏକ ଷଡଯନ୍ତ୍ର ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ସନ୍ଦେଶଖାଲି ମାମଲା: ମହିଳା ନିର୍ଯାତନା ଓ ଜମି ଜବରଦଖଲ ମାମଲାର ନ୍ୟାୟିକ ତତ୍ତ୍ବାବଧାନରେ ହେବ CBI ତଦନ୍ତ - Sandeshkhali Case

ଶାହାଜାହାନ ଶେଖଙ୍କ ସମ୍ପର୍କୀୟଙ୍କ ଘରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର: ପ୍ରକାଶଥାଉକି, ଶୁକ୍ରବାର ଦିନ ସିବିଆଇ ସନ୍ଦେଶଖାଲିର ସରବେରିଆ ସ୍ଥିତ ଏକ ଘରେ ଚଢାଉ କରିଥିଲା । ଏହି ଘର ଶାହାଜାହାନ ଶେଖଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଚଢାଉ ସମୟରେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ତିନୋଟି ବିଦେଶୀ ରିଭଲଭର, ଗୋଟିଏ ଭାରତୀୟ ରିଭଲଭର, କଲ୍ଟ କମ୍ପାନୀ ଦ୍ୱାରା ନିର୍ମିତ ପୋଲିସ୍ ରିଭଲଭର, ଗୋଟିଏ ବିଦେଶୀ ପିସ୍ତଲ, ଗୋଟିଏ ବନ୍ଧୁକ, 9ଏମଏମର 120 ଗୁଳି, କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି । ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି ।

Last Updated : Apr 27, 2024, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.