ETV Bharat / bharat

ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା: କେଉଁଠୁ ଲଢିବେ କେଉଁ ହେଭିଓ୍ବେଟ, ଜାଣନ୍ତୁ

author img

By ETV Bharat Odisha Team

Published : Mar 2, 2024, 10:29 PM IST

BJP Heavyweights On Party's 1st Lok Sabha Candidates List: ପ୍ରଧାନମନ୍ତ୍ରୀଙ୍କ ସମେତ 34 କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକେଟ ଦେଲା ବିଜେପି । କେଉଁଠୁ ଲଢିବେ କେଉଁ ହେଭିଓ୍ବେଟ, ନଜର ପକାନ୍ତୁ

ବିଜେପି ପ୍ରାର୍ଥୀ ତାଲିକା: କେଉଁଠୁ ଲଢିବେ କେଉଁ ହେଭିଓ୍ବେଟ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କୁ ମିଶାଇ 195 ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଆସନ ଅପରିବର୍ତ୍ତିତ ରହିଥିବା ବେଳେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିବା କିଛି ହେଭିଓ୍ବେଟଙ୍କୁ ଦଳ ଚଳିତଥର ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଦଳର ମୁଖ୍ୟ ରଣନୀତିକାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗତଥର ପରି ନିଜ ପାରମ୍ପରିକ ଆସନ ଗୁଜୁରାଟର ଗାନ୍ଧୀନଗରରୁ ଲଢିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଲଢିବେ । ସେହିପରି ଆମେଠୀ ଆସନ ବଜାୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ଆଗଧାଡିର ମହିଳା ଚେହେରା ସ୍ମୃତି ଇରାନୀ ।

ନରେନ୍ଦ୍ର ମୋଦି:-

ପ୍ରଧାନମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀରୁ 2014 ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶ ବାରାଣାସୀରୁ ପ୍ରଥମ ସାଧାରଣ ନିର୍ବାଚନ ଲଢିଥିଲେ । ପରେ ପୁଣିରେ 2019 ରେ ସେ ମଧ୍ୟ ଏହି ଆସନ ବଜାୟ ରଖିଥିଲେ । ଭୋଟ ବ୍ୟବଧାନ ଦେଖିଲେ 2014 ଠାରୁ 2019 ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିଥିଲା । ତେବେ ଦଳର ଭୋଟପୁଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ଦେଶର ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଘୋଷିତ ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ପୁଣି ଥରେ ବାରାଣାସୀରୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।

ଅମିତ ଶାହ:- 2014 ରେ ଶାହ ପ୍ରଥମ ଥର ଦଳର ପ୍ରତିଷ୍ଠିତ ଆସନ ତଥା ଦଳର ଭେଟେରାନ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାରମ୍ପରିକ ଆସନ ଗୁଜୁରାଟ ରାଜଧାନୀ ଗାନ୍ଧୀନଗରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପ୍ରଥମ ଥର ସାଂସଦ ହେବା ପରେ ଶାହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ସେ 2019 ରେ ପୁନର୍ବାର ଏହି ଆସନରୁ ଜିତି କେନ୍ଦ୍ର ଗୃହମନ୍ତ୍ରୀ ହୋଇଥିଲେ । ଚଳିତଥର ଶାହ କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ।

ରାଜନାଥ ସିଂ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ନିର୍ବାଚନ ଲଢିବେ । ସେ ପୂର୍ବରୁ ମଧ୍ୟ 2014 ଓ 2019 ସାଧାରଣ ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢିଥିଲେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜନାଥ । ମୋଦି ସରକାର ପ୍ରଥମ ପାଳିରେ ସେ ଗୃହମନ୍ତ୍ରୀ ଓ ଦ୍ବିତୀୟ ପାଳିରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ।

ସ୍ମୃତି ଇରାନୀ:- ଦଳର ଆଗଧାଡିର ମହିଳା ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଥରେ ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ଆମେଠୀରୁ ନିର୍ବାଚନ ଲଢିବେ । ଗତଥର କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କ ସହ ସ୍ମୃତିଙ୍କର କଡା ଟକ୍କର ଦେଖିବାକୁ ମିଳିଥିଲା । ରାହୁଲ ପ୍ରଥମ ଥର ନିଜ ରାଜନୈତିକ ଜୀବନରେ ପାରମ୍ପରିକ ଆସନରେ ସ୍ମୃତିଙ୍କ ଠାରୁ ପରାସ୍ତ ହୋଇଥିଲେ । ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆମେଠୀରୁ ସ୍ମୃତିଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ ହୋଇଛି ।

ଜ୍ୟୋତି ରାଦିତ୍ୟ ସିନ୍ଧିଆ:- କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥର ନିଜ ଗୃହରାଜ୍ୟ ମଧ୍ୟ ପ୍ରଦେଶର ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢିବେ ।

ଶିବରାଜ ସିଂ ଚୌହାନ:- ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭିଦିସା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଦଳ କ୍ଷମତା ହାସଲ କରିଥିଲେ ସୁଦ୍ଧା ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇନଥିଲା । ଏବେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ଭିଦିସାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ । ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

କିରଣ ରିଜଜୁ:- ଉତ୍ତର-ପୂର୍ବ ଭାରତର ବଡ ବିଜେପି ଚେହେରା ତଥା କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ ନିଜ ଗୃହରାଜ୍ୟ ଅରୁଣାଚଳ ପ୍ରଦେଶର ପଶ୍ଚିମ ଆସନରୁ ଟିକେଟ ପାଇଛନ୍ତି । 2019 ରେ ଦଳ କେନ୍ଦ୍ରରେ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ରିଜଜୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଗତବର୍ଷ ତାଙ୍କୁ ଆଇନ ମନ୍ତ୍ରୀ ପଦରୁ ପରିବର୍ତ୍ତନ କରାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ମିଳିଛି ।

ରାଜୀବ ଚନ୍ଦ୍ରଶେଖର:- ଦଳର ଦକ୍ଷିଣ ଭାରତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଏଥର ଦକ୍ଷିଣତମ ରାଜ୍ୟ କେରଳର ରାଜଧାନୀ ଥିରୁଅନନ୍ତପୁରମରୁ ଟିକେଟ ମିଳିଛି । କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ପାରମ୍ପରିକ ଆସନ ହେଉଛି ଥିରୁଅନନ୍ତପୁରମ । ଏଥର କଂଗ୍ରେସ ଯଦି ଶଶୀଙ୍କୁ ପ୍ରାର୍ଥୀ କରେ, ତେବେ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସିଧା ଲଢେଇ ଦେଖିବାକୁ ମିଳିବ । ଗତଥର ଚନ୍ଦ୍ରଶେଖର ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିଲେ । ଏଥର ରାଜ୍ୟସଭାକୁ ପୁନଃମନୋନୀତ ହୋଇନଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଥିବା ଚନ୍ଦ୍ରଶେଖର ନିଜ ରାଜନୈତିକ କ୍ୟାରିୟରର ପ୍ରଥମ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ହେମା ମାଲିନି:- ରୁପେଲି ପରଦାରୁ ରାଜନୀତିକୁ ଆସିଥିବା ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀଙ୍କୁ ପୁଣିଥରେ ମଥୁରାରୁ ବିଜେପି ଟିକେଟ ଦେଇଛି । 2014 ଓ 2019 ସାଧାରଣ ନିର୍ବାଚନରେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ 3 ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେ ପୁଣି ଥରେ ମଥୁରାରୁ ଲଢିବାକୁ ଦଳ ନିଷ୍ପତ୍ତି ଗ୍ରହଣ କରିଛି ।

ଭୁପେନ୍ଦ୍ର ଯାଦବ: କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନିଜର ରାଜନୈତିକ ଜୀବନର ପ୍ରଥମ ଲୋକସଭା ନିର୍ବାଚନରେ ଲଢିବାକୁ ଯାଉଛନ୍ତି । ରାଜସ୍ଥାନର ଅଲୱାର ସଂସଦୀୟ ଆସନରୁ ଯାଦବଙ୍କୁ ଦଳ ଟିକେଟ ଦେଇଛି । ଏକ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବରେ ଯାଦବଙ୍କର ପରିଚୟ ରହିଛି ।

ଗତନିର୍ବାଚନ (2019) ରେ ବିଜେପି ଏକାକୀ 303ଟି ଆସନ ଜିତିଥିଲା । କିନ୍ତୁ ବିଭିନ୍ନ କାରଣରୁ ଲୋକସଭାରେ ଦଳର ଏବେ 290 ଜଣ ସଦସ୍ୟ ଅଛନ୍ତି । କିଛି କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦ ନିକଟରେ ଶେଷ ହୋଇଥିବା 5 ରାଜ୍ୟର ବିଧାନସଭା ନିର୍ବାଚନ ଲଢିଥିଲେ । ପରେ ବିଜୟୀ ହେବା ପରେ ସେମାନେ ଇସ୍ତଫା ଦେଇଥିଲେ । ସେହି କାରଣରୁ ଦଳର ଲୋକସଭା ସଦସ୍ୟଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲା । ଚଳିତଥର ଏପ୍ରିଲ-ମେ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ବିଜେପି ଏକାକୀ 370 ଓ ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳଙ୍କ ସଂଖ୍ୟା ସହ 400 ପାର ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.