ETV Bharat / bharat

ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ

BJP-BJD tie-up in Odisha, may announce soon: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ପ୍ରାୟତଃ ନିଶ୍ଚିତ, ଖୁବଶୀଘ୍ର ଆସିପାରେ ଘୋଷଣା । ଅଧିକ ପଢନ୍ତୁ

ବିଜେପି- ବିଜେଡି ମେଣ୍ଟ ପ୍ରାୟତଃ ନିଶ୍ଚିତ, ଖୁବଶିଘ୍ର ଆସିପାରେ ଘୋଷଣା

author img

By ETV Bharat Odisha Team

Published : Mar 6, 2024, 7:35 PM IST

Updated : Mar 7, 2024, 8:50 AM IST

ବିଜେଡି ବୈଠକ ସମ୍ପର୍କରେ ସୂଚନା ଦେଲେ ଦଳର ଦୁଇ ବରିଷ୍ଠ ନେତା

ଭୁବନେଶ୍ବର: ଯାହା ଚର୍ଚ୍ଚା ହେଉଥିଲା, ତାହା ହୁଏତ ଆଉ କିଛି ସମୟ ମଧ୍ୟରେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ରାଜ୍ୟ ପୁଣି ଥରେ ଦେଖିବାକୁ ଯାଉଛି ମେଣ୍ଟ ଶାସନ । ଚଳିତ ସାଧାରଣ ଓ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମେଣ୍ଟ ହେବାକୁ ଯାଉଛି । ଏନେଇ ଉଭୟ ଦଳ ପକ୍ଷରୁ ଔପଚାରିକ ଆଲୋଚନା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ କିଛି ଦିନ ଧରି ଜାରି ରହିଥିବା ଏହି ଚର୍ଚ୍ଚା ମଧ୍ୟରେ ଗତକାଲି(ମାର୍ଚ୍ଚ 6) ଭୁବନେଶ୍ବରରେ ନବୀନ ନିବାସରେ ରାଜ୍ୟର ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ଏକାଠି ହୋଇଥିବା ବେଳେ ଦିଲ୍ଲୀରେ ଦଳର କୋର କମିଟି ବୈଠକରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ନେତା ।

ସଂଧ୍ୟାରେ ଉଭୟ କ୍ୟାମ୍ପରୁ ମେଣ୍ଟ ନେଇ ପରୋକ୍ଷ ସଙ୍କେତ ମିଳିଛି । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବୈଠକରେ ସମସ୍ତ ଦିଗକୁ ନେଇ ଆଲୋଚନା ହୋଇଛି । ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ମେଣ୍ଟ ହେବା ନେଇ ସିଧା କହିନଥିବା ବେଳେ ଏହାକୁ ଖଣ୍ଡନ ମଧ୍ୟ କରିନାହାନ୍ତି ଦେବୀ । ସେହିପରି ଦିଲ୍ଲୀରେ ବୈଠକ ପରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଜ୍ୟରେ ମେଣ୍ଟ ହେବାକୁ ଖଣ୍ଡନ କରିନାହାନ୍ତି । କେବଳ ରାଜ୍ୟର ସମସ୍ତ ଆସନ ସମ୍ପର୍କରେ ଆଲୋଚନା ହେଲା ବୋଲି କହିଛନ୍ତି । ଆଜି ସୁଦ୍ଧା ଔପଚାରିକ ଘୋଷଣା ଆସିବା ନେଇ ଅନୁମାନ କରାଯାଉଛି ।

ପ୍ରେସରିଲିଜ
ବିଜେଡି ପ୍ରେସରିଲିଜ

ବୈଠକ ପରେ ବିଜେଡିର ଦୁଇ ବରିଷ୍ଠ ନେତା ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କ ଦ୍ବାରା ଏକ ପ୍ରେସରିଲିଜ ମଧ୍ୟ ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି,‘‘ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ଲଢାଯିବା ନେଇ ରଣନୀତି ସମ୍ପର୍କରେ ଦଳର ବରିଷ୍ଠ ନେତାଙ୍କ ସହ ଏକ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି ଯେ, 2036 ସୁଦ୍ଧା ଓଡିଶା ରାଜ୍ୟ ଗଠନର 100 ବର୍ଷ ପୂରଣ କରିବାକୁ ଯାଉଛି । ଏହି ସମୟ ମଧ୍ୟରେ ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁଦିଗକୁ ଏହି ବୈଠକରେ ସ୍ଥାନ ଦେଇଛି ।’’

ବୈଠକରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଉଷା ଦେବୀ, ପ୍ରୀତି ରଞ୍ଜନ ଘଡେଇ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ, ଗୋପବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟ ରାଜନୀତିରେ ହଲଚଲ; ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା, ମେଣ୍ଟକୁ ନେଇ ହେବ କି ଚର୍ଚ୍ଚା ?

ତେବେ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ବିଜେଡି ଓ ନବୀନ ସରକାରଙ୍କ ପ୍ରତି ନୀରବତା ମେଣ୍ଟ ଚର୍ଚ୍ଚାକୁ ବଢାଇଥିଲେ । ଉଭୟ ମୋଦି ଓ ନବୀନ ଗୋଟିଏ ମଞ୍ଚରେ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉଭୟ ନେତା ପରସ୍ପରକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ବିଜୁବାବୁଙ୍କୁ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରାଜ୍ଯ ଓ ଦେଶର ବିକାଶରେ ତାଙ୍କର ବଳିଷ୍ଠ ଭୂମିକା ଥିବା କହିଥିଲେ । ପରେ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଥିବା ବେଳେ ବିଜେଡି ଉପରେ ସମ୍ପୂର୍ଣ୍ଣ ନୀରବତା ଧାରଣ କରିଥିଲେ । ସେ ସଙ୍କେତ କ୍ରମଶଃ ପ୍ରକ୍ରିୟାରେ ବଦଳିଛି । ଆଜି ଘୋଷଣା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 7, 2024, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.