ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, 2018 ମାନହାନୀ ମାମଲାରେ ମିଳିଲା ଜାମିନ - Rahul Gandhi Gets Bail

Rahul Gandhi Gets Bail in 2018 Defamation case: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । 2018ରେ ଅମିତ ଶାହଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ସୁଲତାନପୁର କୋର୍ଟରେ ଚାଲିଥିବା ମାନହାନୀ ମାମଲାରେ ରାହୁଲଙ୍କ ମିଳିଛି ବେଲ୍ । ଅଧିକ ପଢନ୍ତୁ

Rahul Gandhi Gets Bail
ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି
author img

By ETV Bharat Odisha Team

Published : Feb 20, 2024, 12:53 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ଗୃହମନ୍ତ୍ରୀ ଅମିତ ଶାହ ମାନହାନୀ ମାମଲାରେ ସୁଲତାନପୁର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି(ମଙ୍ଗଳବାର) ଉତ୍ତରପ୍ରଦେଶରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଜାରି ରହିଥିବା ବେଳେ ଅଧାରୁ ସେ ସୁଲତାନପୁର କୋର୍ଟରେ ହାଜର ହୋଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ସେ ଅମେଥୀରୁ ଯାଇ କୋର୍ଟରେ ଜାହର ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ଜାମିନ ନିମନ୍ତେ ତାଙ୍କ ଆଇନଜୀବୀ କୋର୍ଟରେ ଦସ୍ତାବିଜ ଦାଖଲ କରିଥିଲେ । ପରେ ନ୍ୟାୟାଳୟଙ୍କ ସର୍ତ୍ତ ପାଳନ ନେଇ ସ୍ୱୀକାର କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏହାପରେ ପୁଣି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପାଇଁ ଆମେଥୀ ଗସ୍ତ କରିଛନ୍ତି ରାହୁଲ ଗାନ୍ଧୀ । 2018 ମସିହାରେ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଏକ ପ୍ରେସ କନଫରେନ୍ସରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଅମିତ ଶାହଙ୍କୁ 'ହତ୍ୟାକାରୀ' ଭାବେ ମଧ୍ୟ ଦର୍ଶାଇଥିଲେ । ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ ବିଜେପି ନେତା ବିଜୟ ମିଶ୍ରା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । 2018 ମସିହା ଅଗଷ୍ଟ 4 ତାରିଖରେ ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ ମାମଲା ରୁଜୁ କରିଥିଲେ ବିଜୟ ମିଶ୍ରା । ଏହାପରେ ସୁଲତାନପୁରରେ ଏହି ମାମଲା ଚାଲିଥିଲା ।

ଏହାମଧ୍ୟ ପଢନ୍ତୁ.. 'ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇଥିବାରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ ଅନୁମତି ପାଇଲେ ନାହିଁ'

ବିଚାରପତି ଯୋଗେଶ କୁମାର ଯାଦବ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ସମନ ଜାରି କରିଥିଲେ । ଯଦି ଏହି ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ତେବେ 2 ବର୍ଷ ପାଇଁ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.