ETV Bharat / bharat

ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର - CHHATISGARGH NAXAL ENCOUNTERS - CHHATISGARGH NAXAL ENCOUNTERS

NAXAL ENCOUNTERS IN CHHATISGARGH: ନିର୍ବାଚନର ଦୁଇ ଦିନ ପୂର୍ବରୁ 29 ନକ୍ସଲଙ୍କୁ ନିପାତ କଲା ସୁରକ୍ଷାବଳ । ଛତିଶଗଡରେ 17 ବର୍ଷ ମଧ୍ୟରେ ସବୁଠୁ ବଡ ନକ୍ସଲ ଅପରେସନ । ନଜର ପକାନ୍ତୁ, ଛତିଶଗଡ ଇତିହାସର ନକ୍ସଲ ଅପରେସନ ଓ ଏହାର ଫଳାଫଳ ଉପରେ...

ନିର୍ବାଚନର ଦୁଇଦିନ ପୂର୍ବରୁ ଲାଲବାହିନୀକୁ ବଡ ଝଟକା, ଛତିଶଗଡ ଇତିହାସରେ ନକ୍ସଲ ଅପରେସନ

author img

By ETV Bharat Odisha Team

Published : Apr 17, 2024, 8:19 AM IST

ରାୟପୁର: ଦେଶର ଅନ୍ୟ ରାଜ୍ୟଗୁଡିକରେ ବାମପନ୍ଥୀ ଉଗ୍ରବାଦ ବା ‘ନକ୍ସଲବାଦ’ ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ କିଛି ରାଜ୍ୟରେ ଏହା ପ୍ରାୟତଃ ପ୍ରଭାବ ଶୂନ୍ୟ ମଧ୍ୟ ହେବାକୁ ବସିଲାଣି । ମାତ୍ର ଛତିଶଗଡରେ ଏବେ ମଧ୍ୟ ଲାଲବାହିନୀର ଉପସ୍ଥିତି ଓ ପ୍ରଭାବ ରହିଛି । ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂର ମାତ୍ର ଦୁଇ ଦିନ ପୂର୍ବରୁ ଗତକାଲି (ମଙ୍ଗଳବାର) କାଙ୍କେରରେ ସୁରକ୍ଷାବଳ ଏକ ବଡ ଅପରେସନରେ 29 ନକ୍ସଲଙ୍କ ନିପାତ କରିଛି । ଅପରେସନରେ 3 ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ହାର୍ଡକୋର ନକ୍ସଲ କମାଣ୍ଡର ଶଙ୍କର ରହିଛି ।

କେବଳ ଚଳିତ ବର୍ଷରେ ଛତିଶଗଡରେ ଏକାଧିକ ଅପରେସନରେ ଏପର୍ଯ୍ୟନ୍ତ 79 ନକ୍ସଲଙ୍କୁ ନିପାତ କରିସାରିଲାଣି ସୁରକ୍ଷାବଳ । ତେବେ ଛତିଶଗଡ ଇତିହାସରେ ଲାଲ ଆତଙ୍କ ଓ କେନ୍ଦ୍ରୀୟ ଫୋର୍ସର କାର୍ଯ୍ୟାନୁଷ୍ଠାନ ପ୍ରଥମ ଘଟଣା ନୁହେଁ । ଗତକାଲି ଘଟିଥିବା ନକ୍ସଲ ଏନକାଉଣ୍ଟର ହେଉଛି ରାଜ୍ୟ ଇତିହାସରେ ଗତ 17 ବର୍ଷ ମଧ୍ୟରେ ସବୁଠାରୁ ବଡ ଅପରେସନ । ସର୍ଚ୍ଚ ଅପରେସନ ଏପର୍ଯ୍ୟନ୍ତ ଶେଷ ହୋଇନି । ମୃତ୍ୟୁସଂଖ୍ୟା ବଢିବା ନେଇ ମଧ୍ୟ ଅନୁମାନ କରାଯାଉଛି । କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଂଶସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ - Several Naxals Killed

ନଜର ପକାନ୍ତୁ ଛତିଶଗଡରେ ପ୍ରମୁଖ ନକ୍ସଲ ଅପରେସନ ଉପରେ...

2024 ଏପ୍ରିଲ 2 ତାରିଖ: କେନ୍ଦ୍ରୀୟ ଓ ସ୍ଥାନୀୟ ଫୋର୍ସର ମିଳିତ ଟିମ୍‌ ଲେଣ୍ଡ୍ରା ନିକଟବର୍ତ୍ତୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା । ଏଥିରେ 13 ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ଯବାନ । ମୃତ ନକ୍ସଲଙ୍କ ମଧ୍ୟରେ ବହୁ ହାର୍ଡକୋର ଓ ଇନାମୀ (ପୁରସ୍କାର ଘୋଷିତ) ନକ୍ସଲ ମଧ୍ୟ ରହିଥିଲେ ।

2024 ମାର୍ଚ୍ଚ 27: ବାସାଗୁଡା ନିକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାବଳ ଓ ନକ୍ସଲ । ଏଥିରେ 6 ନକ୍ସଲଙ୍କୁ ନିପାତ କରିଥିଲା ଫୋର୍ସ । ମୃତକଙ୍କ ମଧ୍ୟରେ ଦୁଇ ମହିଳା ନକ୍ସଲ ମଧ୍ୟ ଥିଲେ ।

2024 ଫେବୃଆରୀ 27: ବିଜାପୁର ଜଙ୍ଗଲରେ IED ବିସ୍ଫୋରଣ ଯୋଜନା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସୁରକ୍ଷାବଳ । ଏଥିରେ 4 ନକ୍ସଲଙ୍କୁ ନିପାତ କରାଯାଇଥିଲା ।

2024 ଫେବୃଆରୀ 3: ନକ୍ସଲ ଗଡ ଭାବେ ପରିଚିତ ନାରାୟଣପୁର ଜଙ୍ଗଲରେ ଏନକାଉଣ୍ଟରରେ ସୁରକ୍ଷାବାହିନୀ ଦୁଇ ଜଣ ନକ୍ସଲଙ୍କୁ ନିପାତ କରିଥିଲା । ଗୋମାଗଲ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ଏକାଧିକ ନକ୍ସଲ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିଲେ ।

2023 ଡିସେମ୍ବର 24: ଦାନ୍ତେଓ୍ବାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏଥିରେ ତିନି ଜଣ ନକ୍ସଲଙ୍କୁ ନିପାତ କରିବାରେ ସଫଳତା ମିଳିଥିଲା । ଏହି ଅପରେସନ ସୁକମା ସୀମାବର୍ତ୍ତୀ ଜଙ୍ଗଲରେ ହୋଇଥିଲା ।

2023 ଅକ୍ଟୋବର 21: କାଙ୍କେର ଜିଲ୍ଲା କୋୟାଲିବେରାରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା ।

2023 ସେପ୍ଟେମ୍ବର 20: ଦାନ୍ତେଓ୍ବାଡା ଆରନପୁର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲଙ୍କୁ ନିପାତ କରିଥିଲା ସୁରକ୍ଷାବଳ ।

2022 ଡିସେମ୍ବର 23: ବିଜାପୁରରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀ ଦୁଇ ନକ୍ସଲଙ୍କୁ ସଫା କରିଥିଲା । ଜଣେ ମୃତ ନକ୍ସଲଙ୍କ ମୁଣ୍ଡରେ 21 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ସ୍ଥାନୀୟ ପୋଲିସ ।

2022 ନମ୍ବର 26: ବିଜାପୁର ଜିଲ୍ଲାରେ ଦୁଇ ମହିଳାଙ୍କ ସମେତ ଚାରିଜଣ ନକ୍ସଲଙ୍କ ଏକ ଅପରେସନରେ ନିପାତ କରିଥିଲା ସୁରକ୍ଷାବଳ ।

2022 ଅକ୍ଟୋବର 31: କାଙ୍କେର ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ।

15 ନମ୍ବର 2021: ବସ୍ତର ଡିଭିଜନର ନାରାୟଣପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଜଣେ ନକ୍ସଲ କମାଣ୍ଡର ନିପାତ ହୋଇଥିଲା । ତା’ ଉପରେ 10 ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଣି ଘୋଷଣା କରିଥିଲା ପୋଲିସ ।

2019 ଅଗଷ୍ଟ 03: ଛତିଶଗଡର ରଜନନ୍ଦଗାଓଁ ଓ ମହାରାଷ୍ଟ୍ର ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ 7 ନକ୍ସଲ ପ୍ରାଣ ହରାଇଥିଲେ ।

2018 ଅଗଷ୍ଟ 06: ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଛତିଶଗଡ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ମିଳିତ ଟିମ 15 ନକ୍ସଲଙ୍କୁ ନିପାତ କରିଥିଲେ ।

2018 ଏପ୍ରିଲ 27: ଛତିଶଗଡ ଏବଂ ତେଲେଙ୍ଗାନା ପୋଲିସର ଟିମ ବିଜାପୁର-ତେଲେଙ୍ଗାନା ସୀମାରେ 8 ନକ୍ସଲଙ୍କୁ ନିପାତ କରିଥଲେ । ଏଥିମଧ୍ୟରେ 6 ଜଣ ମହିଳା ନକ୍ସଲ ଥିଲେ ।

2014 ନଭେମ୍ବର 27: ଦକ୍ଷିଣ ଛତିଶଗଡର ସୁକମା ଜିଲ୍ଲାରେ ଏକ ଅପରେସନରେ 15 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ 25 ଜଣ ନକ୍ସଲ ଆହତ ହୋଇ ଖସି ପଳାଇଥିବା ପୋଲିସ ଦାବି କରିଥିଲା ।

2013 ଏପ୍ରିଲ 16: ବସ୍ତର ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ 10 ନକ୍ସଲ ଟଳିଥିଲେ ।

2012 ଜୁନ୍ 29: ଦାନ୍ତଓ୍ବାଡା ଜଙ୍ଗଲରେ 20 ନକ୍ସଲଙ୍କୁ ନିପାତ କରିଥିଲା ସୁରକ୍ଷାବଳ । ଏଥିରେ କିଛି ମହିଳା ନକ୍ସଲ ମଧ୍ୟ ଥିଲେ ।

2007 ଜୁଲାଇ 10: ଦାନ୍ତେଓ୍ବାଡା ନିକଟବର୍ତ୍ତୀ ଏଲାମପାଟି-ରେଗଡଗାଟା ଜଙ୍ଗଲରେ ହୋଇଥିବା ଏକ ଏନକାଉଣ୍ଟରରେ 20 ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ଏଥିର 9 ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.