ETV Bharat / bharat

ରାଜସ୍ଥାନରେ ଭଜନ ସନ୍ଧ୍ୟା ନାଁରେ ୧୦୦ କୋଟି ଆତ୍ମସାତ୍‌, ଠକେଇରେ ନାମୀ କଳାକାର ସାମିଲ

author img

By ETV Bharat Odisha Team

Published : Mar 3, 2024, 9:59 PM IST

Big Fraud In Rajasthan In Name Of Bhajan Sandhya: ରାଜସ୍ଥାନର ନାଗୌରରେ ଭଜନ ସନ୍ଧ୍ୟା ଓ ଜାଗରଣ ନାଁରେ ଲଟେରୀ ଜୁଆ ଖେଳାଇ ଲୋକଙ୍କଠାରୁ ବଡ ଧରଣର ଠକେଇ ଅଭିଯୋଗ ଆସିଛି । ୨ ମାସ ମଧ୍ୟରେ ଏପରି ୫୦ଟି ଆୟୋଜନ କରାଯାଇ ୧୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାଜସ୍ଥାନରେ ଭଜନ ସନ୍ଧ୍ୟା ନାଁରେ ୧୦୦ କୋଟି ଠକେଇ, ଠକେଇରେ ସାମିଲ ନାମୀ କଳାକାର

ଜୟପୁର: ଲୋକଙ୍କ ଆସ୍ଥା ଓ ବିଶ୍ବାସ ସହ ଖେଳି କୋଟି କୋଟି ଟଙ୍କା ଲୁଟ । ଏଭଳି ଘଟଣା ଘଟିଛି ରାଜସ୍ଥାନର ନାଗୌରରେ । ଭଗବାନଙ୍କ ପାଇଁ ଭଜନ ସନ୍ଧ୍ୟା ଓ ଜାଗରଣ ନାଁରେ ଲଟେରୀ ଜୁଆ ଖେଳାଇ ଲୋକଙ୍କ ଠାରୁ ବଡ ଧରଣର ଠକେଇ ଅଭିଯୋଗ ଆସିଛି । ଏଥିରେ ପ୍ରସିଦ୍ଧ ଗାୟକଙ୍କ ଠାରୁ ଆରମ୍ଭ କରି ୟୁଟ୍ୟୁବର ମଧ୍ୟ ସାମିଲ ଅଛନ୍ତି । ପୋଲିସ କହିବା ମୁତାବକ ଅଭିଯୁକ୍ତ ଓ ତାର ସାଥୀମାନେ ଗ୍ରାମ ଦେବତା ଓ ଭଗବାନଙ୍କ ନାଁ ରେ ଭଜନ ସନ୍ଧ୍ୟା ଆୟୋଜନ କରି ଏଭଳି ଲୁଟ କରୁଥିଲେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସକୁ କୁଚେରା ଗ୍ରାମ ପାଖରେ ଏକ ପଡିଆରେ ଭଜନ ସନ୍ଧ୍ୟା ହେଉଥିବାର ସୂଚନା ମିଳିଥିଲା । ଯେଉଁଠି ରାକେଶ ଛାବ୍ରା ନାମକ ବ୍ୟକ୍ତି ଏକ ଲକି ଡ୍ର ଚଳାଉଥିଲା । ତାର ସାଥୀମାନେ ସାଧାରଣ ଲୋକଙ୍କୁ ଦାମୀ ପୁରସ୍କାରର ଲୋଭ ଦେଖାଇ ୫୦୦ ଟଙ୍କା ଲେଖାଏଁ ଲଟେରୀ ରସିଦ କାଟୁଥିଲେ । ପୋଲିସ ସେଠାରେ ପହଞ୍ଚି ଭଜନ ସନ୍ଧ୍ୟାରେ ଲକି ଡ୍ର'ର ପୁରସ୍କାର ରାଶି ଘୋଷଣା ହେଉଥିବାର ଦେଖିଥିଲା । ମଞ୍ଚ ଉପରେ ୫ଟି ଷ୍ଟିଲ ହାଣ୍ଡିରେ ବିଭିନ୍ନ ନମ୍ବର ଲେଖାଥିବା ହଳଦିଆ ରଙ୍ଗର ବଲଗୁଡିକ ରହିଥିଲା । ମଞ୍ଚ ଉପରେ ଅନେକ ରସିଦ ବହି ରହିଥିବା ବେଳେ ହାଣ୍ଡିରୁ ବଲକୁ କାଢି ବିଜେତାଙ୍କ ନମ୍ବର ଘୋଷଣା କରାଯାଉଥିଲା । ସେଠାରେ ହଠାତ ଝଗଡା ଲାଗିବାରୁ ପୋଲିସ ଆସି ସ୍ଥିତି ସମ୍ଭାଳିଥିଲେ ଏବଂ ଏହିସବୁ ପଛର ବଡ ଚକ୍ରାନ୍ତକୁ ବୁଝି ପାରିଥିଲେ । କିନ୍ତୁ ମାଷ୍ଟରମାଇଣ୍ଡ ରାକେଶ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା ।

କଣ ଥିଲା ଲୋକଙ୍କୁ ଲୁଟିବା ପାଇଁ ଚାଲ :- ଘଟଣାସ୍ଥଳରୁ ପୋଲିସକୁ ୨୪୬୨ ଖଣ୍ଡ ରସିଦ ବହି ମିଳିଥିଲା । ଯେଉଁଥିରୁ ଅଭିଯୁକ୍ତ ରାକେଶ ଭଜନସନ୍ଧ୍ୟା ନାଁରେ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରିଛି । ପୋଲିସ କହିବା ମୁତାବକ ଅଭିଯୁକ୍ତ ଓ ତାର ସାଥୀମାନେ ଗ୍ରାମ ଦେବତା ଓ ଭଗବାନଙ୍କ ନାଁରେ ଭଜନ ସନ୍ଧ୍ୟା ଆୟୋଜନ କରୁଥିଲେ । ଯେଉଁଥି ପାଇଁ ୨ ମାସ ଆଗରୁ ଏସବୁର ଯୋଜନା କରି ୧ କୋଟିରୁ ୧୦ କୋଟି ଯାଏଁ ଠକେଇ କରୁଥିଲେ । ଆୟୋଜନକାରୀ ଜଣେ ନ ଥାଇ ୫୦ ଜଣିଆ ଟିମ୍ ସାମିଲ ରହୁଥିବା ବେଳେ ସ୍କାମର ଆକାର ଦେଖି ରସିଦ ବହି ଛପାଯାଉଥିଲା । ଏହି ଟୋକନ ସ୍ଲିପର ମୂଲ୍ୟ ୧୦୦ ରୁ ୫୦୦ ଟଙ୍କା ଯାଏଁ ରହିଥିଲା ।

ଠକ ଗୋଷ୍ଠୀ ଲୋକଙ୍କୁ ଭଗବାନଙ୍କ ନାଁ ନେଇ ପୁଣ୍ୟକାମ କରିବାକୁ ଫୁସୁଲାଇ ଟଙ୍କା ନେଇ ରସିଦ ଦେଉଥିଲେ । ଏପରିକି କିଛି ଲୋକଙ୍କୁ କମିଶନର ଲୋଭ ଦେଖାଇ ମଧ୍ୟ ସେମାନଙ୍କୁ ଅନ୍ୟ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ପ୍ରବର୍ତ୍ତାଉଥିଲେ । ସରଳଲୋକଙ୍କୁ ବଡ ପୁରସ୍କାରର ଲୋଭ ମଧ୍ୟ ଦେଖାଉଥିଲେ । ଏହି ଲଟେରୀ ପାଇଁ ପ୍ରଚାର କରିବା ପାଇଁ ପ୍ରସିଦ୍ଧ କଳାକାର ଓ ୟୁଟ୍ୟୁବରମାନଙ୍କୁ ମଧ୍ୟ ମୋଟା ଟଙ୍କା ମିଳୁଥିଲା । ଲୋକଙ୍କ ବିଶ୍ବାସ ଜିତିବା ପାଇଁ ସେମାନଙ୍କୁ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ପାଇଁ ମଧ୍ୟ କୁହାଯାଉଥିଲା । ଯାହାକୁ ଲୋକମାନେ ସତସତିଆ ଲଟେରୀ ବୋଲି ଭାବି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ... କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ମାର୍ଚ୍ଚ 13 ପର୍ଯ୍ୟନ୍ତ ସମନ ଜାରି କରିପାରିବନି ED

ଲକି ଡ୍ରରେ କାଳ୍ପନିକ ଲୋକଙ୍କ ନାଁକୁ ବିଜେତା ଭାବେ ଘୋଷଣା କରାଯାଉଥିଲା । କେବଳ ଏତିକିରେ ସୀମିତ ହୋଇ ନଥିଲା ଠକଙ୍କ ଷଡଯନ୍ତ୍ର । ଲୋକଙ୍କ ମଧ୍ୟରେ ନିଜ ଲୋକଙ୍କୁ ବସାଇ ବିଜେତା ଘୋଷଣା କରିବା ସମୟରେ ଝଗଡା କରାଇ ପୁଣି ସମାଧାନ କରାଉଥିଲେ । ଯାହା ପାଇଁ ଲୋକ ଏ ପ୍ରକାର ଠକେଇ ସମ୍ପର୍କରେ ଟେର୍ ମଧ୍ୟ ପାଇ ପାରୁନଥିଲେ । ପୋଲିସର ସୂଚନା ମୁତାବକ ଏହି ଠକ ଗ୍ୟାଙ୍ଗ ମହିନ୍ଦ୍ରା ଥାର୍, ବୁଲେଟ ବାଇକ, ବଜାଜ ପଲସର, ଫ୍ରିଜ, ଟିଭି , ଏସି, ଇନଭର୍ଟର ,ଆଇଫୋନ ଭଳି ମହଙ୍ଗା ଉପହାରର ଲୋଭ ଦେଖାଉଥିଲେ । ଏହି ପ୍ରକାର ଠକେଇ ରାଜସ୍ଥାନ ସମେତ ହାଇଦ୍ରାବାଦ, ତାମିଲନାଡୁ, ଅହମଦାବାଦ, ମୁମ୍ବାଇ ଭଲି ସ୍ଥାନରେ ହେଉଛି ।

ପ୍ରଥମେ ପୋଲିସ ଏପ୍ରକାର ଭଜନ ସନ୍ଧ୍ୟା ବିଷୟରେ ଜାଣିଥିଲେ ମଧ୍ୟ ଏପ୍ରକାର ବଡ ଧରଣର ଠକେଇ ବିଷୟରେ ଜାଣି ପାରି ନଥିଲେ । ୨ ମାସ ମଧ୍ୟରେ ଏପରି ୫୦ଟି ଆୟୋଜନ କରାଯାଇ ୧୦୦ କୋଟି ଟଙ୍କାର ଠକେଇ ହୋଇଥିବାର ଅନୁମାନ କରିଛି ପୋଲିସ । ଏ ସମ୍ପର୍କରେ ଡିଏସପି ଓମପ୍ରକାଶ ଗୋଦାରା କହିଚନ୍ତି ଯେ ୩/୪ ଧାରା ସହିତ ଚିଟଫଣ୍ଡ ଧାରା ମଧ୍ୟ ଯୋଡାଯାଇ ତଦନ୍ତ କରାଯାଉଛି । ଆଖପାଖ ଅଞ୍ଚଳରେ ଭଜନସନ୍ଧ୍ୟା ନାଁରେ ଲଟେରୀ କାର୍ଯ୍ୟକ୍ରମ ହେଉଥିଲେ ଗିରଫ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଲୋକଙ୍କୁ ଏ ସମ୍ପର୍କରେ ଜଣା ପଡିଲେ ପୋଲିସକୁ ସୂଚନା ଦେବାକୁ କହିଛନ୍ତି ଡିଏସପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.