ETV Bharat / bharat

ବେଙ୍ଗାଲୁରୁରେ ଜଳ ସଂକଟ, ଗାଡି ଧୋଇ ଫାଇନ ଦେଲେ 22 ପରିବାର - Water Problem In Bengaluru

Water Problem In Bengaluru: କାର ଧୋଇବା ଓ ବଗିଚାରେ ପାଣି ଦେବା ପାଇଁ ଜଳର ବ୍ୟବହାର କରାଯାଇଥିବାରୁ ବେଙ୍ଗାଲୁରୁରେ 22ଟି ଘର ଉପରେ ଜରିମନା । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁରେ ଜଳ ସଂକଟ
ବେଙ୍ଗାଲୁରୁରେ ଜଳ ସଂକଟ
author img

By ETV Bharat Odisha Team

Published : Mar 25, 2024, 9:38 PM IST

ବେଙ୍ଗାଲୁରୁ: କାର ଧୋଇବା ଓ ବଗିଚାରେ ପାଣି ଦେବା ପାଇଁ ଜଳର ବ୍ୟବହାର କରାଯାଇଥିବାରୁ 22ଟି ଘର ଉପରେ ଜରିମନା । ବର୍ତ୍ତମାନ ବେଙ୍ଗାଲୁରୁ ସହରରେ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପାଣିର ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ପାନୀୟ ଜଳକୁ ଅନାବଶ୍ୟକ ଭାବରେ ନଷ୍ଟ ନକରିବାକୁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଛି । ହେଲେ ଜଳ ବୋର୍ଡର ଏହି ଆଦେଶକୁ ଉଲଙ୍ଘନ କରିଥିବା ଅଭିଯୋଗରେ 22 ଘରକୁ 5000 ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ତେବେ ବେଙ୍ଗାଲୁରରେ ଜଳ ସଂକଟ ଦେଖାଦେଇଥିବା ବେଳେ ଅନାବଶ୍ୟକୀୟ ଭାବରେ ପାଣି ବ୍ୟବହାର ନକରିବା ପାଇଁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ । ସହରର ଅନେକ ସ୍ଥାନରେ ପାନୀୟ ଜଳ ଅନାବଶ୍ୟକ ଭାବରେ ଯାନବାହନ ଧୋଇବା ଦ୍ୱାରା ନଷ୍ଟ ହେଉଛି । କାର ଏବଂ ବାଇକ୍ ଧୋଇଲେ ଜରିମାନା ଆଦାୟ କରାଯିବ ବୋଲି ଜଳ ବୋର୍ଡ ପୂର୍ବରୁ ଏକ ନୋଟିସ ଦେଇଥିଲେ । ପାନୀୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ କାବେରୀ ନଦୀର ଜଳ ଏବଂ ବୋରୱେଲ ଜଳ ବ୍ୟବହାର ନକରିବାକୁ ବୋର୍ଡର ନିର୍ଦ୍ଦେଶ ପରେ ମଧ୍ୟ ଆହାର ଉଲଙ୍ଘନ କରିବା ଦ୍ବାରା ବେଙ୍ଗାଲୁରର 22 ଟି ପରିବାର ଠାରୁ ଜରିମାନା ଆଦାୟ କରାଯାଇଛି । ନିୟମ ଉଲଘଂନ କରି ଗାଡ଼ି ଧୋିଇଥିବା ବ୍ୟକ୍ତିଙ୍କ ଉପରେ ଜଳବୋର୍ଡ 5000 ଟଙ୍କା ଜରିମାନା ଲଗାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜମେରାରେ ଜଳ ସଙ୍କଟ: ଟ୍ୟାପ ଅଛି ପାଣି ଆସୁନି, ଶୁଖିଗଲାଣି କୂଅ

ପାଣିର ଅଭାବ ଦେଖା ଦେଇଥିବାରୁ କାବେରୀ ନଦୀର ଜଳକୁ ନଷ୍ଟ ନକରିବାକୁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ । କାର ଧୋଇବା ଏବଂ ଫୁଲ ବଗିଚା ପାଇଁ ଜଳ ବ୍ୟବହାର ନକରିବାକୁ କୁହାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ କାବେରୀ ଜଳ ବ୍ୟବହାର କରାଯାଇଥିବାରୁ ଜରିମାନା ଲାଗୁ କରାଯାଇଛି । ବେଙ୍ଗାଲୁରର ସହାଶିବନଗରର ଜଣେ ମହିଳା କାବେରୀ ପାଣିରେ କାର ଧୋଉଥିବା ସମୟରେ ତାଙ୍କୁ ଘଟଣାସ୍ଥଳରେ ହିଁ 5000 ଟଙ୍କା ଜରିମାନା କରାଯାଇଛି । ସେହିପରି ମହାଦେବପୁର ଡଲାର କଲୋନୀରେ ମଧ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ଜଳ ବୋର୍ଡ ଅଧିକାରୀ ଜରିମନା କରିଛନ୍ତି । ତେବେ ପୂର୍ବ ବେଙ୍ଗାଲୁରୁର 3 ଜଣଙ୍କ ଠାରୁ 15000 ଟଙ୍କା ଜରିମନା ସହ ଉତ୍ତର ବେଙ୍ଗାଲୁରୁର 2 ଜଣଙ୍କ ଠାରୁ 10 ହଜାର ଠଙ୍କା, ଉତ୍ତର-ପୂର୍ବ ବେଙ୍ଗାଲୁରୁର ଜଣଙ୍କ ଠାରୁ 5000 ଟଙ୍କା, ଦକ୍ଷିଣ ବେଙ୍ଗାଲୁରୁର 12 ଜଣଙ୍କ ଠାରୁ 60 ହଜାର ଟଙ୍କା, ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁର ଜଣଙ୍କ ଠାରୁ 5 ହଜାର ଟଙ୍କା ଓ ଦକ୍ଷିଣ-ପଶ୍ଚିମ ବେଙ୍ଗାଲୁରର 3 ଜଣଙ୍କ ଠାରୁ 15 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.