ETV Bharat / bharat

ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ହସିନା, ଲୋକସଭାରେ ବିବୃତ୍ତି ରଖିଲେ ବିଦେଶ ମନ୍ତ୍ରୀ - JAISHANKAR S TATEMENT ON STATEMENT

author img

By ETV Bharat Odisha Team

Published : Aug 6, 2024, 6:39 PM IST

Bangladesh crisis: ସଂସଦରେ ବିବୃତ୍ତି ରଖିଲେ ବିଦେଶ ମନ୍ତ୍ରୀ । ଗତକାଲି ହସିନା ହଠାତ ଭାରତ ଆସିବାକୁ ଅନୁରୋଧ କରିଥିଲେ । ଏବେ ସେଠାରେ 19 ହଜାର ଭାରତୀୟ ରହିଛନ୍ତି । ଢାକା ସହ ନିୟମିତ ଯୋଗଯୋଗରେ ଅଛି ନୂଆଦିଲ୍ଲୀ । ଅଧିକ ପଢନ୍ତୁ

ବାଂଲାଦେଶ ସଙ୍କଟ: ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ହସିନା, ଲୋକସଭାରେ ବିବୃତ୍ତି ରଖିଲେ ବିଦେଶ ମନ୍ତ୍ରୀ
ବାଂଲାଦେଶ ସଙ୍କଟ: ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ହସିନା, ଲୋକସଭାରେ ବିବୃତ୍ତି ରଖିଲେ ବିଦେଶ ମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ଗୃହଯୁଦ୍ଧ ପରିସ୍ଥିତିରେ ଇସ୍ତଫା ଦେବା ପାଇଁ ବାଧ୍ୟ ହେବା ପରେ ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଢାକା କର୍ତ୍ତୃପକ୍ଷଙ୍କଠାରୁ ଫ୍ଲାଇଟ କ୍ଲିୟରାନ୍ସ ସମ୍ପର୍କିତ ଏକ ସଟ-ଟର୍ମ ରିକ୍ୟୁଏଷ୍ଟ ନୋଟିସ୍‌ ନୂଆଦିଲ୍ଲୀକୁ ପଠାଯାଇଥିଲା । ପରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ହସିନା ଗାଜିଆବାଦ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ । ବାଂଲାଦେଶ ସଙ୍କଟକୁ ନେଇ ଭାରତରେ ଉଷ୍ମତା ଜାରି ରହିଥିବା ବେଳେ ଆଜି ଏସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଲୋକସଭାକୁ ବିସ୍ତୃତ ଭାବେ ଅବଗତ କରିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ଭାରତ ସବୁବେଳେ ବାଂଲାଦେଶ ସହ ସମ୍ପର୍କକୁ ଗୁରୁତ୍ବ ଦେଇଆସିଛି । ଏହି ପ୍ରସଙ୍ଗରେ ମଧ୍ୟ ଭାରତ କଡା ନଜର ରଖିଛି ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି ।

  • ବିଦେଶ ମନ୍ତ୍ରୀଙ୍କ ବିବୃତ୍ତି

ଆଜି ଲୋକସଭାରେ ବିବୃତ୍ତି ରଖି ଜୟଶଙ୍କର କହିଛନ୍ତି, ‘‘ଭାରତରେ ସରକାର ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ବାଂଲାଦେଶ ସହ ସୁସମ୍ପର୍କ ଅପରିବର୍ତ୍ତିତ ରହିଛି । ଜୁନ ମାସରୁ ସେଠାରେ ହିଂସାର ଆରମ୍ଭ ହୋଇଥିଲା । ଗତକାଲି ହିଂସା ଅଣାୟତ ମୋଡ ନେଇଥିଲା । ବ୍ୟକ୍ତିଗତ ଓ ସରକାରୀ ପ୍ରତିଷ୍ଠାନ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି । ସୁରକ୍ଷା ବାହିନୀ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହସିନା ଭାରତରେ ପହଞ୍ଚିଛନ୍ତି । ଆମେ ଘଟଣା ଉପରେ କଡା ନଜର ରଖିଛୁ । ସେନା ଦେଶର କ୍ଷମତା ଗ୍ରହଣ କରିଛି ଓ ଅନ୍ତରୀଣ ସରକାର ପ୍ରତିଷ୍ଠା କରିବାକୁ ପ୍ରୟାସ କରାଯାଉଥିବା ବାଂଲାଦେଶ ଆର୍ମି ଚିଫ୍‌ ଘୋଷଣା କରିଛନ୍ତି ।’’

  • ବାଂଲାଦେଶରେ 19 ହଜାର ଭାରତୀୟ

ମନ୍ତ୍ରୀ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ‘‘ସେଠାରେ ପ୍ରାୟ 19 ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ କେବଳ 9 ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଭାରତୀୟ ଉଚ୍ଚାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ କିଛି ଭାରତୀୟ ଛାତ୍ର ହିଂସା ପ୍ରାରମ୍ଭରେ ସ୍ବଦେଶ ଫେରି ସାରିଛନ୍ତି । ସେଠାରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଭାରତ ନଜର ରଖିଛି । ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେଠାରେ କିଛି ସଂଗଠନ ଓ ସଂସ୍ଥାଗୁଡିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଏହାକୁ ସ୍ବାଗତ କରୁଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତ ସରକାର ଗୃହର ସହଯୋଗ ଆଶା କରୁଛି ।’’

ଏହା ମଧ୍ୟ ପଢନ୍ତୁ :-ବାଂଲାଦେଶ ପ୍ରସଙ୍ଗରେ ବସିଲା ସର୍ବଦଳୀୟ ବୈଠକ: ଫେରିଗଲା ବିମାନ, ଭାରତରେ ରହିବେ ନା ଫେରିବେ ହସିନା ! - All party meeting over Bangladesh

  • ବାଂଲାଦେଶର ପ୍ରଭାବ ଦିଲ୍ଲୀରେ ଅନୁଭୂତ:-

ବାଂଲାଦେଶ ସଙ୍କଟର ସିଧା ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହେଉଛି । ଗତକାଲିଠାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତରେ ମଧ୍ୟ ସ୍ଥିତି ବେଶ ସରଗରମ ରହିଛି । ଗତକାଲି ସଂଧ୍ୟାରେ ହସିନା ହିଣ୍ଡନରେ ପହଞ୍ଚିବା ପରେ ଭାରତୀୟ ବାୟୁସେନା ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା । ଏହାର କିଛି ସମୟ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଣ୍ଡନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ ।

  • ବସିଥିଲା ସର୍ବଦଳୀୟ ବୈଠକ

ଆଜି ମୋଦି ସରକାର ସର୍ବଦଳୀୟ ବୈଠକ ମଧ୍ୟ ଡାକି ବାଂଲାଦେଶ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡିଥିଲେ । ଗତକାଲି ହସିନାଙ୍କୁ ବିମାନ ବନ୍ଦରରେ ଭେଟିଥିବା ଏନଏସଏ ଡୋଭାଲ ଆଜି ଅପରାହ୍ନରେ ସଂସଦରେ ପହଞ୍ଚିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.