ETV Bharat / bharat

ସୁରକ୍ଷା ଭେଦ କରି ସିଦ୍ଦିକିଙ୍କୁ ଗୁଳି ମାରି ହତ୍ୟା, Y ସିକ୍ୟୁରିଟି କ'ଣ ଜାଣନ୍ତୁ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସିଦ୍ଦିକିଙ୍କୁ Y ଗ୍ରେଡ୍ ସୁରକ୍ଷା ପ୍ରଦାନ ମଧ୍ୟ କରାଯାଇଥିଲା ।

author img

By ETV Bharat Odisha Team

Published : 4 hours ago

Updated : 4 hours ago

Y security
Y security (ETV Bharat)

ହାଇଦ୍ରାବାଦ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ‘ଏନସିପି’ (ଅଜିତ ପାଓ୍ବାର ଗୋଷ୍ଠୀ)ର ବରିଷ୍ଠ ନେତା ତଥା ପୂର୍ବତନ ମହାରାଷ୍ଚ୍ରମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ସ୍କାନରକୁ ନେଇଛି ପୋଲିସ । ସୂଚନା ଅନୁସାରେ, ତାଙ୍କୁ ପୂର୍ବରୁ ହତ୍ୟା ଧମକ ମିଳିଥିଲା । ଯେଉଁଥିପାଇଁ ସିଦ୍ଦିକିଙ୍କୁ Y ଗ୍ରେଡ୍ ସୁରକ୍ଷା ପ୍ରଦାନ ମଧ୍ୟ କରାଯାଇଥିଲା । ହେଲେ ସବୁ ସୁରକ୍ଷା ବଳୟ ଭେଦ କରି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ତେବେ Y ସିକ୍ୟୁରିଟି କ'ଣ ? ନଜର ପକାନ୍ତୁ

BABA SIDDIQUE SHOT DEAD
BABA SIDDIQUE SHOT DEAD (social media)

ଭାରତରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ Y ଗ୍ରେଡ୍ ସୁରକ୍ଷା ପ୍ରଦାନ କରାଯାଇଥାଏ । ଫଳରେ ସମ୍ଭାବ୍ୟ ଆକ୍ରମଣରୁ ସେମାନଙ୍କୁ ସୁରକ୍ଷା ମିଳିଥାଏ । ରିପୋର୍ଟ ଅନୁସାରେ, ସିକ୍ୟୁରିଟି କ୍ୟାଟେଗୋରୀ X, Y, Y +, Z, Z+ ଭଳି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ (SPG) ରହିଛି ।

Y ସିକ୍ୟୁରିଟିରେ ମିଳୁଥିବା ସୁବିଧା:

ଯେଉଁ ବ୍ୟକ୍ତିଙ୍କୁ Y ସିକ୍ୟୁରିଟି ପ୍ରଦାନ କରାଯାଇଥାଏ ସେମାନଙ୍କ ସୁରକ୍ଷା ପାଇଁ ଯବାନ ମାନେ ନିୟୋଜିତ ରହିଥାନ୍ତି । NSGରୁ ଆରମ୍ଭ କରି ଅନ୍ୟ ଏଜେନ୍ସିର ସୁରକ୍ଷା କର୍ମୀମାନେ ସୁରକ୍ଷା ପ୍ରଦାନ କରିଥାନ୍ତି । ତେବେ ସିଦ୍ଦିକିଙ୍କୁ ମଧ୍ୟ Y ସିକ୍ୟୁରିଟି ଦିଆଯାଇଥିଲା।

Y ସିକ୍ୟୁରିଟି ପାଇଁ ଖର୍ଚ୍ଚ:

ସୂଚନା ଅନୁସାରେ, Y ସିକ୍ୟୁରିଟି ସୁରକ୍ଷା ପ୍ରଦାନ ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି । ମାସିକ ପାଖାପାଖି 12 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସୁରକ୍ଷା ପ୍ରଦାନରେ ନିୟୋଜିତ ସିଆରପିଏଫ କମାଣ୍ଡୋଙ୍କ ଦରମା, ଖାଦ୍ୟ, ଯାତ୍ରା ଏବଂ ରହିବା ପାଇଁ ଆବାସ ବାବଦକୁ ଭଡ଼ା ଭଳି ସମସ୍ତ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ରହିଛି ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଲିଙ୍କ୍:

ସେପଟେ Y ସିକ୍ୟୁରିଟି ସତ୍ତ୍ବେ ଅତି ଚତୁରତାର ସହ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି ଆତତାୟୀ । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ

ଏହା ବି ପଢନ୍ତୁ ...'ଲରେନ୍ସ ବିଷ୍ଣୋଇକୁ ପଠେଇବି କି...' ସଲମାନଙ୍କ ବାପା ସଲିମ ଖାନଙ୍କୁ ମିଳିଲା ଏମିତି ଧମକ - Salim Khan Threatened

ଏହା ବି ପଢନ୍ତୁ...NCPର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା

ଏହା ମଧ୍ୟ ପଢନ୍ତୁ :- ରତନ ଟାଟାଙ୍କ ପ୍ରିୟ ବନ୍ଧୁ ଶାନ୍ତନୁ, ଜାଣନ୍ତୁ କିଏ ଏହି 28 ବର୍ଷୀୟ ଯୁବକ ?

Last Updated : 4 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.