ETV Bharat / bharat

ରାମ ମନ୍ଦିରରେ ଭକ୍ତଙ୍କ ଖଚାଖଚ ଭିଡ, ଦର୍ଶନ ଓ ଆଳତୀ ସମୟ ଜାରି କଲା ଟ୍ରଷ୍ଟ

author img

By ETV Bharat Odisha Team

Published : Jan 27, 2024, 7:18 AM IST

Updated : Jan 27, 2024, 8:13 AM IST

Ram Mandir Aarti and Darshan Time: ରାମଲାଲାଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ବଢୁଛି ଭକ୍ତଙ୍କ ସଂଖ୍ୟା । ଟ୍ରଷ୍ଟ ଜାରି କଲା ଦର୍ଶନ ଓ ଆଳତୀ ସମୟ । ଅଧିକ ପଢନ୍ତୁ

ରାମ ମନ୍ଦିର
Ayodhya Ram Temple

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଅଯୋଧ୍ୟାକୁ ଛୁଟିଛି ଭକ୍ତଙ୍କ ସୁଅ । ପ୍ରତିଦିନ ପ୍ରଭୁ ରାମ ଚନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଜମୁଛି । ଦିନକରେ ଲକ୍ଷାଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଦିନକୁ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏଥି ସହ ପ୍ରଭୁ ରାମଚନ୍ଦ୍ରଙ୍କ ଅଳତୀ ଓ ଦର୍ଶନର ସମୟ ପରିବର୍ତ୍ତନ କରାଯାଇ ନୂତନ ସୂଚୀ ଜାରି କରିଛି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ । ଏଣିକି ଭୋର 4ଟା 30ରେ ରାମଲାଲାଙ୍କ ମଙ୍ଗଳ ଆଳତୀ ହେବ । ସେହିପରି ସାଢେ 6ଟାରେ ଶୃଙ୍ଗାର ଆଳତୀ ପରେ ସକାଳ 7ଟାରୁ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

ଏହାପରେ ମଧ୍ୟାହ୍ନ 12ଟାରେ ଭୋଗ ଆଳତୀ ହେବ । ପରେ ସନ୍ଧ୍ୟା 7ଟା30ରେ ସନ୍ଧ୍ୟା ଆଳତୀ, 9ଟାରେ ରାତ୍ରି ଭୋଗ ଆଳତୀ, 10ଟାରେ ଶୟନ ଆଳତୀ ହେବ । ବିଶ୍ବ ହିନ୍ଦୁ ପରିଷଦର ମୁଖପାତ୍ର ଓ ମିଡିଆ ଇନଚାର୍ଜ ଶରଦ ଶର୍ମା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଦୈନିକ 3 ଥର ଆଳତୀ ହେଉଥିଲା । ଭୋର 6.30 ମିନିଟରେ ଶୃଙ୍ଗାର ଆଳତୀ, ମଧ୍ୟାହ୍ନ 12 ଟାରେ ଭୋଗ ଆଳତୀ ଓ ସନ୍ଧ୍ୟା 7.30 ମିନିଟରେ ସନ୍ଧ୍ୟା ଆଳତୀ ହେଉଥିଲା । ବର୍ତ୍ତମାନ ଏହି ସମୟକୁ ପରିବର୍ତ୍ତନ କରାଯାଇଛି । ଆଳତୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପାସ୍ ନେବାକୁ ପଡିବ । ଏହି ପାସ୍ ଅନଲାଇନ ବୁକିଂ ମାଧ୍ୟମରେ କରାଯିବାର ବ୍ୟବସ୍ଥା ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା

ମଙ୍ଗଳ ଆଳତୀ: ଭୋର 4ଟା 30ରେ

ଶୃଙ୍ଗାର ଆଳତୀ: 6ଟା30

ଭୋଗ ଆଳତୀ: ମଧ୍ୟାହ୍ନ 12ଟା

ସନ୍ଧ୍ୟା ଆଳତୀ: ସନ୍ଧ୍ୟା 7ଟା30

ରାତ୍ରି ଭୋଗ ଆଳତୀ: ରାତି 9ଟା

ଶୟନ ଆଳତୀ: ରାତି 10ଟା

ଜାନୁଆରୀ 22 ତାରିଖରେ ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜାରେ ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ । ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ପ୍ରଥମ ଝଲକ ଦେଖି ଭାବବିହ୍ବଳ ହୋଇପଡିଥିଲେ ଭକ୍ତ । ରାମ ନାମରେ କମ୍ପି ଉଠିଥିଲା ଦେଶର ପୁରପଲ୍ଲୀ । ଏହାପରେ 23 ତାରିଖରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲା ରହିଥିଲା । ପ୍ରତିଦିନ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାକୁ ସମାଗମ କରୁଛନ୍ତି । ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆୟାଇଛି ।

Last Updated : Jan 27, 2024, 8:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.