ETV Bharat / bharat

ପ୍ରାଣ ପ୍ରତିଷ୍ଠା ପରେ ସନ୍ଧ୍ୟା ଦର୍ଶନ ସମୟସୀମା ବୃଦ୍ଧି, ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ

author img

By ETV Bharat Odisha Team

Published : Jan 22, 2024, 9:45 PM IST

Ayodhya Ram Mandir Evening darshan: ଅଯୋଧ୍ୟା ରାମ ମନ୍ଦିରରେ ସନ୍ଧ୍ୟା ଦର୍ଶନର ସମୟ ସୀମା ରାତି ୧୦ଟା ଯାଏଁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

Ram Mandir Evening darshan
Ram Mandir Evening darshan

ଅଯୋଧ୍ୟା: ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଜାନୁଆରୀ ୨୩)ଠାରୁ ଆରମ୍ଭ ହେବ ସାଧାରଣ ଦର୍ଶନ । ପ୍ରତିଦିନ ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିବା ଲାଗି ଦେଶ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ସନ୍ଧ୍ୟା ଦର୍ଶନର ସମୟସୀମା ରାତି ୧୦ଟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସନ୍ଧ୍ୟା ଦର୍ଶନ ୬ଟା ପର୍ଯ୍ୟନ୍ତ ରହିଥିଲା ।

କେବେ କେଉଁ ରଙ୍ଗର ପୋଷାକ ପିନ୍ଧିବେ ରାମଲାଲା:- ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାମଲାଲା ସୋମବାର ଓ ଅନ୍ୟ ବାରମାନଙ୍କରେ ଶୁଭ୍ର ପୋଷାକ ପରିଧାନ କରିବେ । କିନ୍ତୁ ବିଶେଷ ଦିବସରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବେ । ଏହାସହିତ ମଙ୍ଗଳବାର ଲାଲ ରଙ୍ଗର ପୋଷାକ ପରିଧାନ କରିବାକୁ ଥିବା ବେଳେ ବୁଧବାର ସବୁଜ ରଙ୍ଗ, ଗୁରୁବାର ହଳଦିଆ, ଶୁକ୍ରବାର କ୍ରିମ ରଙ୍ଗ ତଥା ଫିକା ହଳଦିଆ ରଙ୍ଗ, ଶନିବାର ନୀଳ ରଙ୍ଗ ଓ ରବିବାର ଗୋଲାପୀ ରଙ୍ଗର ପୋଷାକ ପରିଧାନ କରିବେ ରାମଲାଲା । ଆଜି ମନ୍ଦିରରେ ରାମଲାଲାଙ୍କ ୫ବର୍ଷର ବାଲ୍ୟ ସ୍ବରୂପ ପ୍ରତିମୂର୍ତ୍ତିକୁ ସ୍ଥାପିତ କରାଯାଇଛି । ରାମଲାଲାଙ୍କ ପୋଷାକ ପୁନେରୁ ଅଣାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।

ଅପରାହ୍ନରେ ୨ଘଣ୍ଟା ଦର୍ଶନ ବନ୍ଦ:- ଭୋର ୩ଟାରୁ ମନ୍ଦିରରେ ସଫେଇ କାର୍ଯ୍ୟ ପରେ ପୂଜାର୍ଚ୍ଚନା ଓ ରାମଲାଲାଙ୍କୁ ପୋଷାକ ଓ ଅଳଙ୍କାରରେ ଆଭୂଷଣ କରାଯିବ । ଭୋର ୩.୩୦ରୁ ୪ଟା ମଧ୍ୟରେ ଶ୍ରୀବିଗ୍ରହଙ୍କୁ ମନ୍ତ୍ର ଉଚ୍ଚାରଣ କରାଯାଇ ଜାଗ୍ରତ କରାଯିବ । ଏହାପରେ ମଙ୍ଗଳ ଆଳତୀ ହେବ । ଏହାପରେ ୪.୩୦ରୁ ୫ଟା ମଧ୍ୟରେ ଶ୍ରୀଙ୍ଗାର ଭୋଗ ଓ ଶ୍ରୀଙ୍ଗାର ଆଳତୀ କରାଯିବ । ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୧ଟାରେ ଭୋଗ ଆଳତୀ ଅନୁଷ୍ଠିତ ହେବ । ଏହାପରେ ୨ଘଣ୍ଟା ଦର୍ଶନ ବନ୍ଦ ରହିବ । ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ରାମଲାଲା ଶୟନ କରିବେ । ଏହାପରେ ପୁଣି ଅପରାହ୍ନ ୩ଟାରୁ ଦର୍ଶନ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ସମୟରେ ୭ଟାରେ ଆଳତୀ ହେବ ।

ଏହା ବି ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ କାରଣ

ସୂଚନା ଥାଉ କି ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସାରା ଅଯୋଧ୍ୟା ନଗରୀ ରାମମୟ ହୋଇଥିଲା । ଏପରିକି ସାରା ଦେଶରେ ଖେଳିଯାଇଥିଲା ଉତ୍ସବର ମାହୋଲ । ସେପଟେ ରାମ ମନ୍ଦିରରେ ନିମନ୍ତ୍ରିତ ଅତିଥି ଯୋଗଦାନ କରିଥିବା ବେଳେ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନ କରାଯାଇଥିଲା । ଏହାପରେ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଅତିଥି ମଣ୍ଡଳୀକୁ ସମ୍ବର୍ଦ୍ଧିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.