ETV Bharat / bharat

ନ୍ୟାୟ ଯାତ୍ରା ବେଳେ ହିଂସା ମାମଲା, ଆସାମ କଂଗ୍ରେସ ନେତାଙ୍କୁ CID ସମନ - Assam news

CID summons Debabrata Saikia, Bhupen Borah in Bharat Jodo Nyay Yatra clash case: ନ୍ୟାୟ ଯାତ୍ରା ବେଳେ ଗୌହାଟୀରେ ହିଂସା ମାମଲାରେ ଆସାମ କଂଗ୍ରେସ ନେତାଙ୍କୁ ଡାକିଲା ରାଜ୍ୟ ସିଆଇଡି । ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ରହିଛି ମାମଲା । ଅଧିକ ପଢନ୍ତୁ

ନ୍ୟାୟ ଯାତ୍ରା ବେଳେ ପୋଲିସକୁ ଆକ୍ରମଣ ମାମଲା, ଆସାନ କଂଗ୍ରେସ ନେତାଙ୍କୁ CID ସମନ

author img

By ETV Bharat Odisha Team

Published : Mar 5, 2024, 8:40 PM IST

ଗୌହାଟୀ: ଆସାମର ରାଜଧାନୀ ଗୌହାଟୀରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ହୋଇଥିବା ହିଂସା ଘଟଣାରେ ଆସାମ କଂଗ୍ରେସ ନେତାଙ୍କୁ ରାଜ୍ୟ ସିଆଇଡି ନୋଟିସ ଜାରି କରିଛି । ଆସାମ କଂଗ୍ରେସର ବିଧାୟକ ଦଳ ନେତା ଦେବବ୍ରତ ସାଇକିଆ ଓ ରାଜ୍ୟ ପିସିସି ସଭାପତି ଭୁପେନ କୁମାର ବୋରାଙ୍କୁ ଆଜି ଆସାମ ପୋଲିସ ସିଆଇଡି ବିଭାଗ ସମନ ଜାରି କରି ଜେରା ପାଇଁ ଡାକିଛି । ରାହୁଲଙ୍କ ନେତୃତ୍ବରେ ହୋଇଥିବା ଏହି ରାଲି ବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା । ରାହୁଲଙ୍କ ସମେତ ଏକାଧିକ କଂଗ୍ରେସ ନେତା ଏକାଠି ହୋଇଥିବା କର୍ମୀଙ୍କୁ ଉତ୍ତେଜିତ କରିବା ସହ ପୋଲିସକୁ ଆକ୍ରମଣ କରିବାକୁ ଉତ୍ତେଜିତ କରିଥିବା ଅଭିଯୋଗ ହୋଇଥିଲା । ଏବେ ଏହି ମାମଲାରେ ରାଜ୍ୟ କଂଗ୍ରେସର ନେତାଙ୍କୁ ପୋଲିସ ସମନ କରିବାରେ ଲାଗିଛି । ଏହା ହେଉଛି ଦ୍ବିତୀୟ ସମନ ।

ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଓ ଅନ୍ୟ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଜାରି ରହିଥିବା ଏହି ଯାତ୍ରାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗୌହାଟୀରେ ପ୍ରବେଶ ବେଳେ ସ୍ଥାନୀୟ ପୋଲିସ ଆଇନ ଶୃଙ୍ଖଳା ସ୍ଥିତି ଦର୍ଶାଇ କଂଗ୍ରେସର ଏହି ଯାତ୍ରାକୁ ରୋକିଥିଲା । ରାସ୍ତାରେ ବାରିକେଡ ଲଗାଇ ପୋଲିସ ଏହି ଯାତ୍ରାକୁ ରୋକିବାକୁ ପ୍ରୟାସ କରିବା ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ନିଜେ ରାହୁଲ ଗାନ୍ଧୀ ଓ ଅନ୍ୟତମ ବରିଷ୍ଠ ନେତା ଜିତେନ୍ଦ୍ର ସିଂ ଏକାଠି ହୋଇଥିବା କଂଗ୍ରେସ କର୍ମୀଙ୍କୁ ପୋଲିସ ଉପରେ ଆକ୍ରମଣ କରି ବାରିକେଡ ଭାଙ୍ଗି ଆଗକୁ ବଢିବାକୁ ଉତ୍ତେଜିତ କରୁଥିବା ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର

ଏହା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶରେ ଆସାମ ପୋଲିସ ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ସମ୍ପୃକ୍ତ ରହିଛନ୍ତି । ହେଲେ ଲୋକସଭା ନିର୍ବାଚନ ଶେଷ ହେବା ପୂର୍ବରୁ ରାହୁଲଙ୍କୁ ଗିରଫ କରାଯିବ ନାହିଁ ଓ ନିର୍ବାଚନ ଶେଷ ହେବା ପରେ ରାହୁଲ ନିଶ୍ଚିୟ ଗିରଫ ହେବେ ବୋଲି ହେମନ୍ତ ବିଶ୍ବଶର୍ମା କହିସାରିଛନ୍ତି । ଏବେ ଏହି ମାମଲାରେ ରାଜ୍ୟ ପୋଲିସ ରାଜ୍ୟ କଂଗ୍ରେସର ତମାମ ନେତାଙ୍କୁ ଜେରା କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.