ETV Bharat / bharat

କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି ଲାଲୁ ଯାଦବ, ଆରେଷ୍ଟ ଓ୍ବାରେଣ୍ଟ ଜାରି - Arrest Warrant Issued Against Lalu - ARREST WARRANT ISSUED AGAINST LALU

Arrest Warrant Issued Against RJD President: ଅସ୍ତ୍ରଶସ୍ତ୍ର ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଆରେଷ୍ଟ ଓ୍ବାରେଣ୍ଟ ଜାରି । କୌଣସି ସମୟରେ ଗିରଫ କରିପାରେ ଗ୍ବାଲିଅର ପୋଲିସ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 6, 2024, 4:14 PM IST

ପାଟନା: ବିହାରର ପୂର୍ବତନ ସିଏମ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୌଣସି ମୁହୁର୍ତ୍ତରେ ଗିରଫ କରିପାରେ ପୋଲିସ । 27 ବର୍ଷ ତଳର ଏକ ପୁରୁଣା ଅସ୍ତ୍ରଶସ୍ତ୍ର ମାମଲାରେ ଗ୍ବାଲିଅର ପୋଲିସ ଲାଲୁଙ୍କୁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛି । ମଧ୍ୟପ୍ରଦେଶର ଏମପି-ଏମଏଲ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଗ୍ୱାଲିଅର ପୋଲିସ ପାଟନା ଅଭିମୁଖେ ବାହାରିଛନ୍ତି। ଏହା ପରେ ମଧ୍ୟପ୍ରଦେଶ ପୋଲିସ ପାଟନାର ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରି ଅଧିକ ସହଯୋଗ ଲୋଡିଥିଲେ। 1997 ମସିହାରେ ଜଣେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଲାଲୁଙ୍କ ବିରୋଧରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଇ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ସ୍ଥାୟୀ ଓ୍ବାରେଣ୍ଟ ଜାରି କରାଯାଇଥିଲା । ପରେ କୋର୍ଟ ଲାଲୁଙ୍କୁ ପଳାତକ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-9 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଲେ ଲାଲୁ, ଦେଖନ୍ତୁ ଭିଡିଓ

1997 ରେ ଗ୍ବାଲିଅରର ବାସିନ୍ଦା ପ୍ରକାଶ ଆର୍ମସ୍ ଷ୍ଟୋର୍‌ର ଅପରେଟର ପ୍ରଭାସ କୁମାର ଚତୁର୍ବେଦୁ ଇନ୍ଦରଗଞ୍ଜ ଥାନାରେ ଉତ୍ତରପ୍ରଦେଶର ମହୋବାରେ ଅବସ୍ଥିତ ଏକ ଅସ୍ତ୍ରଶସ୍ତ୍ର ଦୋକାନର ଅପରେଟର ରାଜକୁମାର ଶର୍ମାଙ୍କ ବିରୋଧରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ରାଜକୁମାର ଗ୍ୱାଲିୟର୍ ଏକ ଫାର୍ମରୁ ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜ୍ କିଣି ବିହାରରେ ବିକ୍ରି କରିଥିଲେ। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ 23 ଜଣ ସମ୍ପୃକ୍ତ ଥିଲେ । ସେହି ସମୟରେ ଲାଲୁ ପ୍ରସାଦ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିଲେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ।

ଏହା ମଧ୍ୟ ପଢନ୍ତୁ-ଲାଲୁ ଓ ମିଶା ଭାରତୀଙ୍କୁ 8 ଘଣ୍ଟା ଧରି ଜେରା, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

ଗତ ଜାନୁଆରୀ ମାସରେ ବହୁଚର୍ଚ୍ଚିତ ରେଳବାଇରେ ଚାକିରି ପାଇଁ ଜମି ହଡପ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରିଥିଲା ଇଡି । ଏହି ମାମଲାରେ ଲାଲୁ ଓ ତାଙ୍କ ସାଂସଦ ଝିଅ ମିଶା ଭାରତୀ ପାଟନା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟରେ ହାଜର ହୋଇଥିଲେ । ଦୀର୍ଘ 9 ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କୁ ଜେରା କରିବା ପରେ ଛାଡିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କାର୍ଯ୍ୟାଳୟ ବାହାରେ ଆରଜେଡି ସମର୍ଥକ ମାନେ ହୋହଲ୍ଲା କରିଥିଲେ । ଚାରା ଘୋଟାଲା ମାମଲାରେ 1997ରେ ଲାଲୁଙ୍କୁ ଗିରଫ ଓ୍ୱାରେଣ୍ଟ୍ ଜାରି ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.