ମେଷ: ଆଜି ଆପଣ ଭାରି ନିଃସ୍ୱାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରିବେ । ଯଦିଓ କେତେକ ଆପଣଙ୍କର ଏହି ଦୟାଳୁ ମନୋଭାବ ରହିଛି, ଏହା ଏକ କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଏହା ମଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ଦେବ ଯାହାକି ଆପଣ ଆବଶ୍ୟକ କରୁଛନ୍ତି । ଆପଣଙ୍କର ସନ୍ତୁଷ୍ଟ ଏବଂ ହସଖୁସିର ମନୋଭାବରୁ ଆପଣ ଉପକାର ପାଇପାରନ୍ତି । ସାଙ୍ଗମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡମାନଙ୍କର ପ୍ରିୟ ହେବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ ।
ବୃଷ: ଦିନଟି ଅତି ଉଜ୍ଜଳ ହେବ । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ଯଦି ଆପଣ ସଂମ୍ପର୍କ ଏବଂ ସର୍ବସାଧାରଣ ବକ୍ତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରିବେ ଏବଂ ଆନନ୍ଦ ଉପଭୋଗ କରିବାକୁ ଦେବେ । ଏପରିକି ବ୍ୟକ୍ତି ବିଶେଷଙ୍କ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ଆପଣଙ୍କ ଶ୍ରୋତା ଅତ୍ୟନ୍ତ ପ୍ରଭାବିତ ହୋଇ ନିରବ ହୋଇଯିବେ । ଫଳରେ ଦୀର୍ଘକଳୀନ ଭାବରେ ଜଣାଶୁଣା ବ୍ୟକ୍ତିମାନଙ୍କ ସହିତ ଏବ ବିଶେଷ ସମ୍ପର୍କ ରହିବାର ସମ୍ଭାବନା ରହିଛି ।
ମିଥୁନ: ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ । ଆପଣ ମାୟାଜାଲରେ ଫସି ପାରନ୍ତି କାରଣ ମହିଳା ଜଣକ ଆପଣଙ୍କୁ ଭାବନାତ୍ମକ ଭାବରେ ଶୋଷଣ କରିପାରେ । କେବଳ ଗୋଟିଏ ଜିନିଷ ଆଜି ଆପଣଙ୍କ ପାଇଁ ମହିଳାଠାରୁ ଅଧିକ ବିପଦସଙ୍କୁଳ ତାହା ହେଉଛି ଜଳାଶୟ, ସେଥିରୁ ଦୂରରେ ରହନ୍ତୁ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦ ଏବଂ ଖୁସିଭରା ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣଙ୍କ ପାଖରେ ଯାହା ଅଛି, ତାହା ଆପଣଙ୍କୁ ଭଲ ଭାଗ୍ୟ ଆଡକୁ ଟାଣିନେବ ଏବଂ ଆପଣ ଅଧିକ ଉତ୍ସାହ ରହିବେ । ଅପରାହ୍ନରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ଯନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାର୍ଦ୍ଦତା ବୃଦ୍ଧି ପାଇବ ।
ସିଂହ: ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ, ପରିବାର ସହିତ ହସଖୁସିରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନ ହ୍ନୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭ ଦିନ ନୁହେଁ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।
କନ୍ୟା: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି । ଦୁଃଖରୁ ନିବୃତ୍ତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ଦିନଟି ଖୁସିରେ ଅତିବାହିତ ହେବ ।
ତୁଳା: ଆପଣଙ୍କ ପାଇଁ ଭଲ ଦିନ ନୁହେଁ, ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ, ଏଡାନ୍ତୁ ନାହିଁ, ଉପଯୁକ୍ତ ଚିକିତ୍ସା କରନ୍ତୁ । ନିଶ୍ଚିତ କରନ୍ତୁ ଯେ ଭାବି ଚିନ୍ତି ନ କହି ଆପଣ କାହାକୁ ଅପମାନିତ କରନ୍ତୁ ନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ସମସ୍ୟା ବହୁଳ ରହିବ ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
ବିଛା: ଏହି ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ । ଅବଶ୍ୟ, ବର୍ତ୍ତମାନଠାରୁ ଯେ କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି । ପ୍ରକୃତରେ, ଆଜି ଭଲ ଦିନ ଭଳି ଜଣା ପଡୁଛି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ । । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ ଏବଂ ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ ।
ଧନୁ: ଆପଣ ଆପଣଙ୍କର ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି, ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।
ମକର: ଅନ୍ୟ ଦିନ ଭଳି ଏହା ମଧ୍ୟ ଏକ ସାଧାରଣ ଦିନ । ଅବଶ୍ୟ, ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ ଯାହାକି ସରକାର ସମ୍ପର୍କିତ ବିଷୟରୁ ସୃଷ୍ଟି ହେବ । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ଆପଣଙ୍କ ପ୍ରୀୟଜନଙ୍କ ଯଶରେ ହାନୀ ବହଞ୍ଚିପାରେ । ଶାରିରୀକ ଶକ୍ତି ଏବଂ ମାନସିକ ଶାନ୍ତି ଆପଣ କରାଇ ବସି ପାରନ୍ତି ।
କୁମ୍ଭ: ଆପଣଙ୍କ ମନ ଭାବନାରେ ଭରା ରହିବ ଏବଂ ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ କ୍ଳାନ୍ତ କରିଦେବ । ଆପଣ ରାଗିବେ, ଯେତେବେଳେ ନିଜକୁ ଶାନ୍ତ କରିପାରିବେ, ସେତେବେଳେ ହିଁ ଭଲ ଅନୁଭବ କରିବେ, ଅଧିକ ଭାବିବା ବନ୍ଦ କରନ୍ତୁ । ଚୋରୀ ଏବଂ ଅନ୍ୟ ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ । ନିରାଶ ମନୋଭାବକୁ ଦୁରରେ ରଖନ୍ତୁ ଏବଂ ଆପଣଙ୍କ ଭାଷା ଉପରେ ନଜର ରଖନ୍ତୁ । ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ, ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।
ମୀନ: ଲେଖକ ହୁଅନ୍ତୁ, ମଞ୍ଚ କଳାକାର କିମ୍ୱା ନୃତ୍ୟଶିଳ୍ପୀ ହୁଅନ୍ତୁ । ଆପଣ ନିଜର ସୃଜନଶୀଳ ପ୍ରତିଭା ଯୋଗୁଁ ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବେ । ବ୍ୟବସାୟୀ ମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି । ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ବନ୍ଧୁଙ୍କ ସହ ଚାପାନର ମଜ୍ଜା ନେଇପାରନ୍ତି । ଚଳଚିତ୍ର ଦେଖି ମଧ୍ୟ ସମୟ କାଟିପାରନ୍ତି କିମ୍ୱା କୌଣସି ରାତ୍ରଭୋଜି ସ୍ଥାନରେ ସମୟ ବିତାଇ ପାରନ୍ତି ।