ମେଷ: ଆଜି ପାଇଁ ଆପଣଙ୍କ ଦିନ ଅନ୍ତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଭାଗ୍ୟ କଳ୍ପନା ଦୁନିଆଁରେ ଘୁରିବ ଏବଂ ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ । ଆଜି, ଗ୍ରହ ମାନଙ୍କର ପ୍ରଭାବରୁ ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।
ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆଜି ଆପଣଙ୍କ କଥାବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ଆପଣଙ୍କ ଚାରିପଟେ ଥିବା ଲୋକମାନେ ସାଧାରଣ ଅପେକ୍ଷା ଅଧିକ ବିରକ୍ତି ମନୋଭାବରେ ରହିବେ । ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟ ଗୁଡିକରୁ ଦୂରରେ ରହନ୍ତୁ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ। ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ ।
ମିଥୁନ: ଆଜିର ନିରବତାର ଆନନ୍ଦ ନିଅନ୍ତୁ ଏବଂ ଶାନ୍ତ ଭାବରେ ବିତିଯିବାକୁ ଦିଅନ୍ତୁ । ଆପଣଙ୍କ ଭାଇମାନଙ୍କ ସହିତ ଭଲ ସଂପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସୀରେ କଟିବ । ଅବଶ୍ୟ ଦିନର ଦ୍ୱିତୀୟ ଭାବରେ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ଫଳରେ ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବେ, ବିରକ୍ତିଭାବ ଏବଂ ବିରୋଧୀ ମନୋଭାବ ଆପଣଙ୍କୁ ଘେରି ରହିବ ।
କର୍କଟ: ଏହି ଦିନ ଆପଣଙ୍କ ପାଇଁ ଅନେକ ଗଚ୍ଛିତ କରି ରଖିଛି ଯେହେତୁ ବନ୍ଧୁମାନଙ୍କ ସହିତ ଆପଣ ଏକ ଆଶ୍ଚର୍ଯ୍ୟଜନକ ସମୟ ବିତାଇବେ । ଆପଣଙ୍କ ମିଠା ଭାଷା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରିଦେବ । ସନ୍ଧ୍ୟାରେ ଏକ ଅବକାଶ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହା ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ ।
ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରିଭୁତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱ ପୁର୍ଣ୍ଣ ରହିବ; ବିବାହିତ ଦମ୍ପତ୍ତିମାନେ ବିବାହିତ ଜୀବନର ଆନନ୍ଦ ନେବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି; ଅବଶ୍ୟ ନିଶ୍ଚିତ କରନ୍ତୁ ଯେ ଆପଣ ଅତ୍ୟଧିକ ଖର୍ଚ୍ଚ କରିବେ ନାହିଁ ।
କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ଅଛନ୍ତି; ଆପଣ ସହଜରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆ ହେଉଛି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ ନଚେତ୍ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ନାରାଜ ହୋଇପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ ।
ତୁଳା: ନକ୍ଷତ୍ର ଆଜି ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ତେଣୁ ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବା ଏକ ଭଲ ଚିନ୍ତାଧାରା ହେବ ନାହିଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକ ସମୟରେ ଆପନଙ୍କ ଉପରେ ଷ୍ଟ୍ରେସ୍ ବଢିଯିବ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଭାଗ୍ୟଶାଳୀ ଦିନ ଥିବା ଦେଖାଯାଉଛି । ନୂଆ ପ୍ରକଳ୍ପ ଆସିବାର ଅଛି, ସମୟ ସୀମା ପୁରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୁପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ । ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ବାଣିଜ୍ୟଭିତ୍ତିକ ହୋଇ ଫଳପ୍ରଦ ହେବେ । ସ୍ୱାସ୍ଥ୍ୟ ସ୍ଥିର ରହିବ ।
ଧନୁ: ଆଜି ଦିନସାରା ଆପଣଙ୍କ ପାଇଁ କଷ୍ଟକର ରହିବ; ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ କରିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ, କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ, ତେଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ, ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇପାରନ୍ତି ।
ମକର: ଆକ୍ରମଣାତ୍ମକ ହେବା ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିବ ନାହିଁ । ଲମ୍ୱା ଆଲୋଚନା କରନ୍ତୁ ନାହିଁ, ଶାନ୍ତ ରହନ୍ତୁ ଏବଂ ଯେତେବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ, କାରଣ ଆପଣଙ୍କର କୌଣସି ପ୍ରୀୟଜନ ଗୁରୁତର ରୋଗରେ ପିଡୀତ ହୋଇପାରନ୍ତି । ନକାରାତ୍ମକ ଚିନ୍ତା ଛାଡନ୍ତୁ । ଅଭ୍ୟାସ ଦ୍ୱାରା କାର୍ଯ୍ୟ ହାସଲ ହେବ । ତୁମ ଦକ୍ଷ ତଥା କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ ।
କୁମ୍ଭ: ଆପଣଙ୍କ ବ୍ୟବସାୟ ପାର୍ଟନର ଏବଂ ଗ୍ରାହକଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ, ତାହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ, ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।
ମୀନ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ, କିନ୍ତୁ ଆପଣଙ୍କ ପାର୍ଟନରଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ହୋଇପାରେ, ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ହତାସ ରହିପାରନ୍ତି । କେତେକଙ୍କ ପାଇଁ, ତାଙ୍କର ପାର୍ଟନରଙ୍କ ସ୍ୱାସ୍ଥ୍ୟ ବ୍ୟସ୍ତତାର କାରଣ ହୋଇପାରେ । ତଳ କର୍ମଚାରୀମାନଙ୍କୁ ସାହାଯ୍ୟ କରିବେ । ଯେଉଁଥିପାଇଁ ସେମାନଙ୍କର ଆପଣଙ୍କ ପ୍ରତି କୌଣସି ଅଭିଯୋଗ ରହିବ ନାହିଁ । ସେମାନେ ଆପଣଙ୍କ ଦ୍ୱାରା ପ୍ରେରିତ ହେବେ ।