ETV Bharat / bharat

‘ଆଧୁନିକ ଭାରତ ନିର୍ମାଣରେ ଆଡଭାନୀଙ୍କର ଭୂମିକା ଅତୂଳନୀୟ’ - PM Prez Advani

PM PREZ ADVANI : ‘ଭାରତରତ୍ନ’ରେ ସମ୍ମାନିତ ହେଲେ ଆଡଭାନୀ । ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । କହିଲେ, ତାଙ୍କ ସହ କାମ କରିବାର ଅବସର ଏକ ସୌଭାଗ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 31, 2024, 8:50 PM IST

‘ଆଧୁନିକ ଭାରତ ନିର୍ମାଣରେ ଆଡଭାନୀଙ୍କର ରହିଛି ପ୍ରମୁଖ ଭୂମିକା’

ନୂଆଦିଲ୍ଲୀ: ଆଜି ଭେଟେରାନ ବିଜେପି ନେତା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରାଯାଇଛି । ଗତକାଲି 4ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଆଜି ବୟସାଧିକ କାରଣରୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ନିଜେ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଆଡଭାନୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଡଭାନୀଙ୍କ ସମ୍ପର୍କରେ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ଆଧୁନିକ ଭାରତ ନିର୍ମାଣରେ ତାଙ୍କର ବଳିଷ୍ଠ ଭୂମିକା ଓ ଅବଦାନ ଥିବା କହିବା ସହ ତାଙ୍କ ସହ କାମ କରିବାର ଅବସର ତାଙ୍କ ପାଇଁ ଏକ ସୌଭାଗ୍ୟର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟ୍ବିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଏଲ.କେ ଆଡଭାନୀଜୀଙ୍କୁ ‘ଭାରତରତ୍ନ’ ପ୍ରଦାନର ସାକ୍ଷୀ ହେବା ଅତ୍ୟନ୍ତ ସ୍ବତନ୍ତ୍ର ଥିଲା । ଏହି ସମ୍ମାନ ଆମ ଦେଶର ପ୍ରଗତିରେ ତାଙ୍କର ବଳିଷ୍ଠ ଅବଦାନର ଏକ ସ୍ୱୀକୃତି ପରି । ଜନସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଓ ଆଧୁନିକ ଭାରତ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ଦେଶର ଇତିହାସରେ ଅବିସ୍ମରଣୀୟ ହୋଇରହିବ ।" ସେହିପରି ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କ ସଂସଦୀୟ କାର୍ଯ୍ୟକଳାପକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଆଡଭାନୀଙ୍କ ସମ୍ପର୍କରେ...

ତେବେ ବର୍ତ୍ତମାନର ବରିଷ୍ଠ ବିଜେପି ନେତାଙ୍କ ମଧ୍ୟରେ ଏଲ.କେ ଆଡଭାନୀ ହେଉଛନ୍ତି ଅନ୍ୟତମ । ଏହି ହେଭିଓ୍ବେଟ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଥିଲେ । ବାଜପେୟୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ପ୍ରଥମଥର ସରକାର ଗଠନ କରିବା ସମୟରେ ଆଡଭାନୀ କ୍ୟାବିନେଟର ଦ୍ବିତୀୟ କ୍ଷମତାକେନ୍ଦ୍ର ଥିଲେ । ସେ ଉପ-ପ୍ରଧାନମନ୍ତ୍ରୀ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ । 90ଦଶକର ବହୁଚର୍ଚ୍ଚିତ ‘ରାମ ମନ୍ଦିର ଆନ୍ଦୋଳନ’ ତାଙ୍କୁ ସାରା ଦେଶରେ ଜଣେ କଠୋର ହିନ୍ଦୁବାଦୀ ନେତା ଭାବେ ଚର୍ଚ୍ଚାକୁ ଆଣିଥିଲା । ସେହିପରି ବାବ୍ରି ମସଜିଦ ଭଙ୍ଗା ମାମଲାରେ ବିବାଦ ଓ କାର୍ଯ୍ୟାନୁଷ୍ଠାନ ପରିସରକୁ ମଧ୍ଯ ଆସିଥିଲେ ଆଡଭାନୀ । ଅବଶ୍ୟ ତାଙ୍କୁ ପରେ ସୁପ୍ରିମକୋର୍ଟରୁ କ୍ଲିନଚିଟ ମଧ୍ୟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi target congress

2004 ମହିସାରେ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରି ସାଧାରଣ ନିର୍ବାଚନ ଲଢିଥିଲା । ହେଲେ ବିଜେପି ସେଥର ନିର୍ବାଚନ ହାରିବା ସହ କେନ୍ଦ୍ରରେ କଂଗ୍ରେସ ନେତୃତ୍ବରେ ‘ଉପା’ ସରକାର ଗଠନ ହୋଇଥିଲା । ଡ. ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ । 2014ରେ ଆଡଭାନୀଙ୍କ ପାରମ୍ପରିକ ଆସନ ଗୁଜୁରାଟ ଗାନ୍ଧୀନଗରରୁ ଅମିତ ଶାହ ବିଜେପି ଟିକେଟରେ ସାଧାରଣ ନିର୍ବାଚନ ଲଢି ସଂସଦରେ ପହଞ୍ଚିଥିଲେ । ବୟସାଧିକ କାରଣରୁ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ଏହି ବର୍ଷିୟାନ ରାଜନେତା ନିଜ ପୂର୍ବ ସହଯୋଗୀ ବାଜପେୟୀଙ୍କ ପରି ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ଆଜି ତମାମ ଦଳୀୟ ନେତା ତାଙ୍କ ଅବଦାନକୁ ମନେ ପକାଇ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.