ETV Bharat / bharat

ସ୍ପଷ୍ଟ କଲେ କେଜ୍ରିଓ୍ବାଲ, ପଞ୍ଜାବର ସମସ୍ତ ଆସନରେ ଏକାକୀ ଲଢିବ AAP

author img

By ETV Bharat Odisha Team

Published : Feb 10, 2024, 4:12 PM IST

AAP To Contest All Lok Sabha Seats In Punjab: କେଜ୍ରିଓ୍ବାଲଙ୍କ ସ୍ପଷ୍ଟ ଘୋଷଣା । ପଞ୍ଜାବର ସମସ୍ତ 13 ଲୋକସଭା ଆସନ ସହ ଚଣ୍ଡିଗଡର ଗୋଟିଏ ଆସନରେ ଏକାକୀ ଲଢିବ AAP । କଂଗ୍ରେସ ସହ କୌଣସି ବୁଝାମଣା ନାହିଁ । ଅଧିକ ପଢନ୍ତୁ

ସ୍ପଷ୍ଟ କଲେ କେଜ୍ରିଓ୍ବାଲ, ପଞ୍ଜାବର ସମସ୍ତ ଆସନରେ ଏକାକି ଲଢିବ AAP

ନୂଆଦିଲ୍ଲୀ: ପଞ୍ଜାବରେ ଲୋକସଭା ଆସନ ବୁଝାମଣା ପ୍ରସଙ୍ଗରେ ଦଳୀୟ ନେତା ଯାହା ଘୋଷଣା କରିଥିଲେ ତାକୁ ଆଜି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି । ପଞ୍ଜାବର ସମସ୍ତ 13 ଲୋକସଭା ଆସନ ଓ ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ଗୋଟିଏ ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏକାକୀ ଲଢିବ । ଏଥିରେ କଂଗ୍ରେସ ସହ କୌଣସି ଆସନ ବୁଝାମଣା ହେବ ନାହିଁ ବୋଲି ଆଜି କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ଘୋଷଣା କରିଥିଲେ । ରାଜ୍ୟରେ ସମସ୍ତ ଆସନରେ ଦଳ ଏକାକୀ ପ୍ରାର୍ଥୀ ଦେବ ଓ ବିଜୟ ମଧ୍ୟ ହାସଲ କରିବ ବୋଲି ମାନ କହିଥିଲେ । ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ଦଳ ଖୁବଶିଘ୍ର ପ୍ରାର୍ଥୀ ଘୋଷଣା ଶେଷ କରିବ । ଏଥିପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିସାରିଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ବିଚାର ବିମର୍ଶ ଜାରି ରଖିଛି । ବିଭିନ୍ନ ଦିଗରୁ ତର୍ଜମା କରାଯାଉଛି । ଉଚିତ ପ୍ରାର୍ଥୀଙ୍କୁ ଦଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ବଣ୍ଟନ କରିବ । ରାଜ୍ୟରେ ଦଳର ଲୋକପ୍ରିୟତା ଅଛି । ରାଜ୍ୟବାସୀ ‘ଆପ’କୁ ଭୋଟ ଦେବାକୁ ଚାହାନ୍ତି । ତେଣୁ ଦଳ ସମସ୍ତ ଲୋକସଭା ଆସନରେ ବିଜୟ ହେବାର ସମ୍ଭାବନା ମଧ୍ୟ ରହିଥିବା ମାନ ଦାବି କରିଥିଲେ । ସେତେବେଳେ ମାନ ଓ ପ୍ରଦେଶ ଆପ ନେତାଙ୍କ ଘୋଷଣା ସମ୍ପର୍କରେ ଦଳ ମୁଖ୍ୟ କେଜ୍ରିଓ୍ବାଲ କିଛି ସ୍ପଷ୍ଟୀକରଣ ରଖିନଥିଲେ । ଏବେ କେଜ୍ରିଓ୍ବାଲ ଏହି ଘୋଷଣାରେ ମୋହର ମାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ହାତଛାଡି ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଆପ ମଧ୍ୟ ଏହି ଘୋଷଣା କରିଛି । ଏହାକୁ ନେଇ କଂଗ୍ରେସ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । କଂଗ୍ରେସ ଇଣ୍ଡିଆ ମେଣ୍ଟର ମୁଖ୍ୟ ବିରୋଧୀ ଦଳ ହୋଇଥିବା ବେଳେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଚେଷ୍ଟା କରିବ । ପୂର୍ବରୁ ମମତାଙ୍କ ବିନା ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ ବୋଲି କଂଗ୍ରେସ କହିଥିଲା । ହେଲେ କଂଗ୍ରେସର ଏହି ନରମ ଆଭିମୁଖ୍ୟ ସତ୍ତ୍ବେ ମଧ୍ୟ ଦିଦିଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.