ETV Bharat / bharat

ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର

author img

By ETV Bharat Odisha Team

Published : Feb 20, 2024, 6:55 PM IST

AAP Candidate Declared Chandigarh Mayor: ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର । ପୂର୍ବ ଫଳାଫଳକୁ ଅସିଦ୍ଧ ଘୋଷଣା କଲେ ସୁପ୍ରିମକୋର୍ଟ । ବିଜେପି ପ୍ରାର୍ଥୀ ହୋଇଥିଲେ ମେୟର । ଅଧିକ ପଢନ୍ତୁ

ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର
ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର

ନୂଆଦିଲ୍ଲୀ: ଟ୍ୟାମ୍ପରିଂ ଓ ଚଞ୍ଚକତାରେ ଶେଷ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନ ନେଇ ଗତ ସପ୍ତାହେ ଧରି ଜାରି ରହିଥିବା ବିବାଦ ଆଜି ଅନ୍ତରେ ପହଞ୍ଚିଛି । ଗତ ସପ୍ତାହେ ଧରି ସିରିଜ ଶୁଣାଣି ପରେ ସର୍ବୋଚ୍ଚକୋର୍ଟ ଆଜି ପୂର୍ବ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ସହ ‘ଆମ ଆଦମୀ ପାର୍ଟି’ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଛନ୍ତି । ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର ହୋଇଛନ୍ତି ।

ଗତକାଲି କୋର୍ଟ ଶୁଣାଣି ବେଳେ ନାକଚ କରାଯାଇଥିବା 8 ବାଲାଟ ପେପର ଓ ଗଣତି ସମୟର ଭିଡିଓ ଦାଖର କରିବାକୁ କହିଥିଲେ । ଆଜି ଏହାକୁ ଦାଖଲ କରାଯିବା ପରେ ଖଣ୍ଡପୀଠ ଏହି ନାକଚ ବାଟାଲର ତର୍ଜମା କରିଥିଲେ । ଟ୍ୟାମ୍ପରିଂ ହୋଇଥିବା ସ୍ପଷ୍ଟ ହେବା ପରେ ଏହାକୁ ବୈଧ ଭାବେ ଗ୍ରହଣ କରି ପୁନଃଗଣତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗତକାଲି କୋର୍ଟରେ ହାଜର ହୋଇଥିବା ପ୍ରିଜାଇଡିଂ ଅଧିକାରୀ ଅନିଲ ମଶିଙ୍କ ବିରୋଧରେ ମାମଲା ଦାଏର କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଗଣତିରେ ଅନିଲ ବାଲାଟ ପେପରରେ ଟ୍ୟାମ୍ପରିଂ କରିଥିଲେ । ଆପ ଖାତାକୁ ଯାଇଥିବା ଭୋଟକୁ ନିଜେ ଟ୍ୟାମ୍ପରିଂ କରି ନାକଚ କରିଥିଲେ ନିର୍ବାଚନ ଅଧିକାରୀ ଅନିଲ । ଫଳରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମନୋଜ ଶୋନକାରଙ୍କୁ ମେୟର ଭାବେ ବିଜେତା ଘୋଷଣା କରାଯାଇଥିଲା ।

ପରେ ଭୋଟ ଗଣତି ବେଳେ ଟ୍ୟାମ୍ପରିଂ କରଯାଇଥିବା ଓ ଉଦ୍ଦେଶ୍ୟମୂଳକ ଭାବେ ବାଲାଟ ପେପର ନଷ୍ଟ କରାଯାଇଥିବା ଜଣାପଡିଥିଲା । ନିଜେ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ଅନିଲ ହିଁ ବାଲାଟ ପେପରକୁ କଲମରେ ନଷ୍ଟ କରିଥିବା ଦୃଶ୍ଯ ସିସିଟିଭି ଫୁଟେଜରେ ସାମ୍ନାକୁ ଆସିଥିଲା । ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ପ୍ରଥମରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ସେହିପରି 3 ଆମ ଆଦମୀ ପାର୍ଟି କାଉନସିଲର ବିଜେପିରେ ମିଶିବା ଘଟଣାକୁ ମଧ୍ଯ ସୁପ୍ରିମକୋର୍ଟ ଘୋଡାବେପାର ବୋଲି କହିଥିଲେ । ଆଜି ପୂର୍ବ ଫଳାଫଳକୁ କୋର୍ଟ ଅସିଦ୍ଧ ଘୋଷଣା କରିବା ସହ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: - ଚଣ୍ଡିଗଡ଼ ମେୟର ନିର୍ବାଚନ: 8 ନାକଚ ଭୋଟକୁ ବୈଧ ଭାବେ ଗଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏଠାରେ ସୂଚନାଯୋଗ୍ୟ ଯେ, ଗତମାସ 30 ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିକୁ 16 ଖଣ୍ଡ ଭୋଟ ମିଳିଥିଲା । ଆପ-କଂଗ୍ରେସ ମେଣ୍ଟକୁ 20ଟି ଭୋଟ ମିଳିଥିଲା । ମେୟର ପଦବୀ ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ମେଣ୍ଟ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ମାତ୍ର ‘ଆପ’ ସପକ୍ଷରେ ଯାଇଥିବା 20 ଭୋଟ ମଧ୍ୟରୁ 8ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶୋନକାର ମେୟର ନିର୍ବାଚିତ ହୋଇଥିଲେ । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.