ହାଇଦ୍ରାବାଦ: ସମାଜର ସକାରାତ୍ମକ ଓ ନକାରାତ୍ମକ ଦିଗକୁ ଉଜାଗର କରିବା ପାଇଁ ନ୍ୟୁଜ ପେପର (ଖବର କାଗଜ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରାମୋଜୀ ରାଓଙ୍କ ନେତୃତ୍ୱରେ ଇନାଡୁ ସତ୍ୟ ଓ ନ୍ୟାୟ ପାଇଁ ଲଢି ଆସୁଛି । ଏହି ଖବର କାଗଜ ନିରନ୍ତର ଭାବେ ସରକାରଙ୍କ , ବିଫଳତା, ଭ୍ରଷ୍ଟାଚାର ସମ୍ପକିତ ଖବର ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଆସୁଥିବା ବିପଦ ବିରୋଧରେ ଦୃଢ ଭାବେ ଠିଆ ହୋଇଛି ।
୨୫ ଜୁନ ୧୯୭୫:
୧୯୭୫ ମସିହା ୨୫ ଜୁନକୁ ଭାରତ ଇତିହାସର କଳାଦିନ ବୋଲି କୁହାଯାଏ । ଏହି ଦିନ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଜରୁରୀ ସ୍ଥିତି ଘୋଷଣା କରିଥିଲେ । ଯେଉଁଥିରେ ଗଣମାଧ୍ୟମ ପାଇଁ ଏକ କଡା ସେନ୍ସରସିପ ରହିଥିଲା । 'ଇନାଡୁ'ର ପ୍ରତିଷ୍ଠାତା ରାମୋଜୀ ରାଓ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଖବର କାଗଜ ଉପରେ ଲଗାଯାଇଥିବା ସେନ୍ସରସିପ ବିରୋଧରେ ଛିଡା ହୋଇଥିଲେ ।
୫୦ ବର୍ଷର ସେବା: ଲୋକଙ୍କ ପାଇଁ ସବୁବେଳେ ଛିଡା ହୋଇଛି ଇନାଡୁ
ନିଜର ୫୦ ବର୍ଷର ଇତିହାସରେ 'ଇନାଡୁ' ସରକାରଙ୍କୁ ତାଙ୍କ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ କରିବା ସହ ଲୋକମାନଙ୍କୁ ସମର୍ଥନ କରିଆସୁଛି । ଆବଶ୍ୟକ ସମୟରେ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରିବାକୁ କୁଣ୍ଠାବୋଧ କରିନାହିଁ । ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି, 2004ରେ ଯେତେବେଳେ 'ଇନାଡୁ' ଓ୍ବାଇଏସ ରାଜାଶେଖର ରେଡ୍ଡୀଙ୍କ ସରକାର ସମୟରେ ହୋଇଥିବା ଦୁର୍ନୀତି ଲୋକଲୋଚନକୁ ଆଣିଥିଲା । ସର୍ବସାଧାରଣ ସମ୍ପତ୍ତିକୁ କିଭଳି ଭାବେ ଦୁରୁପଯୋଗ କରାଯାଉଛି ସେନେଇ 'ଇନାଡୁ' ଖବର କାଗଜରେ ପ୍ରକାଶ ପାଇଥିଲା ।
ଏହି ଖୁଲାସା ପରେ ଓ୍ବାଇଏସଆର ସରକାର ରାମୋଜୀ ରାଓ ଏବଂ ଇନାଡୁକୁ ଟାର୍ଗେଟ କରି କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରିଥିଲେ । ରାମୋଜୀ ରାଓଙ୍କ ସ୍ୱତଃ ମାଲିକାନାରେ ଥିବା ସମ୍ପତ୍ତି ଯେପରିକି ପ୍ରମୁଖ ଚଳଚ୍ଚିତ୍ର ଷ୍ଟୁଡିଓ କମ୍ପ୍ଲେକ୍ସ ରାମୋଜୀ ଫିଲ୍ମ ସିଟିର କିଛି ଅଂଶ ବାତିଲ କରିବାକୁ ସରକାର ଉଦ୍ୟମ କରିଥିଲେ । ଫିଲ୍ମ ସିଟି ମଧ୍ୟରେ ଥିବା ବିଲଡିଂ ଏବଂ ଭିତ୍ତିଭୂମି ଭାଙ୍ଗିଗଲା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ନିର୍ମାଣ କରାଯାଇଥିବା ରାସ୍ତାକୁ ମଧ୍ୟ ନଷ୍ଟ କରିଦିଆଗଲା । ଏହି ଆକ୍ରମଣାତ୍ମକ ପଦକ୍ଷେପ ସତ୍ତ୍ବେ ରାମୋଜୀ ରାଓ କେବେ ପଛଘୁଞ୍ଚା ଦେଇନଥିଲେ । ସେ ଆଇନର ଦ୍ୱାରସ୍ଥ ହୋଇ ସରକାରୀ କାର୍ଯ୍ୟକଳାପକୁ ବିରୋଧ କରିଥିଲେ ଏବଂ ଗୁରୁତ୍ବପୂର୍ଣ୍ଣ ଖବର ପ୍ରକାଶ କରିବାରେ ଲାଗିଲେ । ଏହି କଠିନ ସମୟ ମଧ୍ୟରେ ତାଙ୍କର ସ୍ଥିରତା ସାମ୍ବାଦିକତା ପ୍ରତି ଅଖଣ୍ଡତା ଏବଂ ଜନସାଧାରଣଙ୍କ ଆଗ୍ରହ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥିଲା |
୨୦୧୯-୨୪: କ୍ଷମତା ବିରୋଧରେ ଗଣତନ୍ତ୍ରର ରକ୍ଷା:
2019 ରୁ 2024 ମଧ୍ୟରେ YS ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରାଧିକୃତିକ ପ୍ରାକ୍ଟିସରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ 'ଇନାଡୁ' ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ଯେଉଥିପାଇଁ ଖବର କାଗଜକୁ ଅନେକ ନିର୍ଯାତନା ସହିବାକୁ ପଡିଥିଲା । ଖବରକାଗଜ କର୍ମଚାରୀଙ୍କୁ ଭୟଭୀତ ତଥା ଧମକ ମଧ୍ୟ ଦିଆଯାଇଥିଲା କିନ୍ତୁ ସତ୍ୟ ଖବର ପ୍ରକାଶ କରିବା ନେଇ ଇନାଡୁର ଯେଉଁ ଲକ୍ଷ୍ୟ ଥିଲା ସେଥିରେ ସେ ଅଟଳ ରହିଥିଲେ । ସତ୍ତାରେ ଥିବା ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ଓ ଜନତାଙ୍କ ସ୍ୱର ଉତ୍ତୋଳନ କରିବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ବହୁ ସମ୍ମାନ ଓ ବିଶ୍ୱାସ ଭରସା ଜିତିଛି ଇନାଡୁ:
ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ 'ଇନାଡୁ' ବର୍ଷ ବର୍ଷ ଧରି ଜନସାଧାରଣ ତଥା ରାଜନେମାନଙ୍କର ସମ୍ମାନ ଏବଂ ବିଶ୍ୱାସର ଅଧିକାରୀ ହୋଇପାରିଛି । ଏପରିକି ଯେଉଁମାନେ ପ୍ରଥମେ ଖବରକାଗଜକୁ ସମାଲୋଚନା କରିଥିଲେ କିମ୍ବା ଅଣଦେଖା କରିଥିଲେ, ଏହାର ପ୍ରଭାବ ଏବଂ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେବାକୁ ଲାଗିଲେ । ଉଦାହରଣ ସ୍ୱରୂପ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାରି ଚନ୍ନା ରେଡ୍ଡୀ, ଯିଏ ଏକଦା 'ଇନାଡୁ' ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଖବରକାଗଜର ଗୁରୁତ୍ୱକୁ ଗ୍ରହଣ କରିଥିଲେ ଏବଂ ସ୍ୱୀକାର କରିଥିଲେ, " ସଠିକ୍ ଏବଂ ଠିକ ସମୟରେ ତଥ୍ୟ ପାଇବା ପାଇଁ ସେ 'ଇନାଡୁ' ଉପରେ ନିର୍ଭର କରନ୍ତି । ବିଶେଷ କରି ବନ୍ୟା ଏବଂ ଝଡ ଭଳି ଜରୁରୀକାଳୀନ ପରିସ୍ଥିତିରେ ସେ ଇନାଡୁ ଖବର ଉପରେ ଭରସା କରିଥାନ୍ତି । ଏହି ସମ୍ମାନ ରାଜନେତା ତଥା ସାଧାରଣ ଜନତାଙ୍କ ବିଶ୍ୱାସନୀୟତାକୁ ପ୍ରତିଫଳିତ କରେ ।
1983 ରାମୋଜୀ ରାଓଙ୍କ ବ୍ରିଦୋହୀ ଆଭିମୁଖ୍ୟ; ଗଣମାଧ୍ୟମର ସ୍ୱାଧୀନତା ଓ ଗଣତାନ୍ତ୍ରିକ ଅଧିକାର ପାଇଁ ଏକ ଐତିହାସିକ ସଂଗ୍ରାମ:
ଗଣମାଧ୍ୟମର ସ୍ୱାଧୀନତା ପାଇଁ ରାମୋଜୀ ରାଓଙ୍କ ସଂଗ୍ରାମ ପ୍ରକୃତରେ ଭାରତୀୟ ଗଣମାଧ୍ୟମର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ମାର୍ଚ୍ଚ 9, 1983ରେ ବିଧାନ ପରିଷଦର ନିଷ୍ପତ୍ତି ଏବଂ ଏହାର ପରବର୍ତ୍ତୀ ଆଇନଗତ ତଥା ରାଜନୈତିକ ବିବାଦ ମଧ୍ୟରେ ଖବର କାଗଜ ଅଖଣ୍ଡତା ଓ ସ୍ୱତନ୍ତ୍ରତା ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ଏହି ସଂଘର୍ଷ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରାମୋଜୀ ରାଓଙ୍କ ଖବର କାଗଜ 'Elders Squabble' ଟାଇଟଲରେ ଏକ ଆର୍ଟିକିଲ ପ୍ରକାଶ କରିଥିଲା । ଏହାକୁ ନେଇ ରାଜନୈତିକ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଂଗ୍ରେସ ଏମଏଲସି ନେତୃତ୍ବରେ ବିଧାନ ପରିଷଦ ରାଓଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁପାଇଁ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିଲା । ଗିରଫ ଆଦେଶରେ ସୁପ୍ରିମକୋର୍ଟ ଷ୍ଟେ ଅର୍ଡର ଜାରି କରିଥିଲେ ମଧ୍ୟ ରାଜନୈତିକ ତଥା ଆଇନଗତ ଚାପ ଦେଖିବାକୁ ମିଳିଥିଲା ।
ଏହାର ନାଟକୀୟ କ୍ଲାଇମାକ୍ସ 28 ମାର୍ଚ୍ଚ 1984 ରେ ଘଟିଥିଲା, ଯେତେବେଳେ ହାଇଦ୍ରାବାଦ ପୋଲିସ କମିଶନର ବିଜୟ ରାମ ରାଓ ରାମୋଜି ରାଓଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ନେଇ ଆସିଥିଲେ । ଗିରଫଦାରୀକୁ ବିରୋଧ କରିବା ନିଷ୍ପତି ଓ ସୁପ୍ରିମକୋର୍ଟଙ୍କ ଷ୍ଟେ ଅର୍ଡର ଗଣମାଧ୍ୟମର ସ୍ୱାଧିନତା ଏବଂ ରାଜନୈତିକ ସତ୍ତା ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ଏହି ଘଟଣା ମିଡିଆ ଅଧିକାରକୁ ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଥିଲା ଓ ଭାରତରେ ଗଣମାଧ୍ୟମର ସ୍ୱାଧିନତା ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲା ।
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରେ ରାମୋଜୀ ରାଓଙ୍କ ନେତୃତ୍ୱ ସାମ୍ବାଦିକ ସ୍ୱାଧୀନତାର ରକ୍ଷକ ଭାବରେ ତାଙ୍କର ସ୍ଥିତିକୁ ଆହୁରି ଦୃଢ କରିଥିଲା । ଗଣତାନ୍ତ୍ରିକ ସମାଜରେ ଏକ ଶକ୍ତିଶାଳୀ ତଥା ସ୍ୱୟଂଶାସିତ ଅନୁଷ୍ଠାନ ଭାବରେ ଗଣମାଧ୍ୟମର ଭୂମିକାକୁ ଗୁରୁତ୍ୱ ଦେଇ ଗଣମାଧ୍ୟମର ଅଧିକାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ତାଙ୍କର ଏହି ପ୍ରୟାସରେ ସହଯୋଗ କରାଯାଇଥିଲା । ଗଣମାଧ୍ୟମ ସ୍ୱାଧୀନତା ଏବଂ ଅଖଣ୍ଡତା ପାଇଁ ରାମୋଜୀ ରାଓଙ୍କ ନିରନ୍ତର ଉତ୍ସର୍ଗୀକୃତତା 'ଇନାଡୁ'କୁ ଭାରତରେ ଏକ ବିଶ୍ୱସନୀୟ ତଥା ପ୍ରଭାବଶାଳୀ ସ୍ୱରରେ ପରିଣତ କରି ଗଣତନ୍ତ୍ର ତଥା ଲୋକଙ୍କ ଅଧିକାରକୁ କ୍ରମାଗତ ଭାବରେ ରକ୍ଷା କରିଆସୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ