ETV Bharat / bharat

ବିବାହ ବାର୍ଷିକୀରେ ଛକିଥିଲା ଯମ, ବସ୍ ଧକ୍କାରେ ଆଖିବୁଜିଲେ ଗୋଟିଏ ପରିବାରର 5 ଜଣ - Tamil Nadu Accident - TAMIL NADU ACCIDENT

5 died in Accident: ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବସ୍ ମୁହାମୁହିଁ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର 5 ଜୀବନ । 60ତମ ବିବାହ ବାର୍ଷିକୀ ପାଳନ ପାଇଁ ଘରକୁ ଫେରୁଥିଲା ପରିବାର । ଅଧିକ ପଢନ୍ତୁ

5 died in Accident
5 died in Accident
author img

By ETV Bharat Odisha Team

Published : Apr 9, 2024, 1:25 PM IST

ଚେନ୍ନାଇ: ବିବାହ ବାର୍ଷିକୀ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 5 ଜୀବନ । ତାମିଲନାଡୁର ତିରୁପୁରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସରକାରୀ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଗୋଟିଏ ପରିବାରର 5 ଜଣ ସଦସ୍ୟ ଆଖି ବୁଜିଛନ୍ତି । କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ତାମିଲନାଡୁ ରାଜ୍ୟର ତିରୁପୁର ଅଞ୍ଚଳର ଚନ୍ଦ୍ରଶେଖର ଓ ଚିତ୍ରା ନିଜର 60ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ପରିବାର ସହ ତିରୁପୁର ଆସୁଥିଲେ । ଆଜି (ମଙ୍ଗଳବାର) ଭୋର ସମୟରେ ଭେଲ୍ଲାକୋଭିଲ ଦେଇ ତିରୁପୁର ଯାଉଥିବା ସମୟରେ ତାମିଲନାଡୁର ଏକ ସରକାରୀ ବସ (TNSTC) ଓଲାପଲାୟମର ତ୍ରିଚୀଠାରେ ଚନ୍ଦ୍ରଶେଖରଙ୍କ କାରଙ୍କ ସହ ମୁହାମୁହିଁ ଧକ୍କା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍, ଚାଲିଗଲା 8 ଜୀବନ - Nainital Accident

ଏହି ଦୁର୍ଘଟଣାରେ କାର ମଧ୍ୟରେ ଥିବା ଚନ୍ଦ୍ରଶେଖର, ଚିତ୍ରା, ପ୍ରିନ୍ସ, ଅରିଭିତ୍ର ଓ ଜଣେ 3 ମାସର ଶିଶୁ ସାକ୍ଷୀର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ଦୁଃଖରେ ମିଳେଇଗଲା ଜନ୍ମଦିନ ଖୁସି, କେକ୍‌ ଖାଇ ନାବାଳିକାର ମୃତ୍ୟୁ - Girl Dies On Birthday

ଅନ୍ୟପଟେ ଏହି ଦୁର୍ଘଟଣା ଯୋଗୁଁ ପାଖାପାଖି 2 ଘଣ୍ଟା ଧରି କୋଏମ୍ବାଟୁର ଓ ତ୍ରୀଚି ଜାତୀୟ ରାଜପଥରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା । ଲୋକମାନଙ୍କ ଭିଡ ଜମା ହୋଇଯାଇଥିଲା । ଭେଲ୍ଲାକୋଏଲ ପୋଲିସ ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ ଓ କାରକୁ ହଟାଇ ରାସ୍ତା ଜାମ ହଟାଇଥିଲା । ଦୁର୍ଘଟଣାର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ କାର୍ଯ୍ୟ ଜାରି ରଖିଛି ।

ବିବାହ ବାର୍ଷିକୀ ଭଳି ଏକ ଖୁସିର ଦିନରେ ପୁରା ପରିବାର ଆଖି ବୁଜିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.