ଜୟପୁର: ରାଜସ୍ଥାନର ଲକ୍ଷ୍ମଣଗଡ଼ ଅଞ୍ଚଳର ନେଚୱା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏକ ସଡକ ଦୁର୍ଘଟଣା । ଦୁର୍ଘଟଣା ଫଳରେ ଏକ କାରରେ ନିଆଁ ଲାଗିଯାଇଛି । ଫଳରେ କାର ଭତରେ ଥିବା ତିନି ଜଣଙ୍କର ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି । ଅନ୍ୟପଟରେ ଆଉ ଜଣେ ଯୁବକଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ତେବେ ଏତେ କମ ସମୟରେ ଏହି ଘଟଣା ଘଟିଥିଲା ଯେ, କାର ଭିତରେ ଥିବା ଲୋକ ସେଥିରୁ ବାହାରିପାରି ନଥିଲେ । ସେହି କାର ଭିତରୁ ତିନି ଜଣଙ୍କର କଙ୍କାଳ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ଘଟିଥିବା ତିନି ଜଣ ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ସାଢ଼େ 12ଟା ବେଳେ ସିକରର ନେଚା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଲକ୍ଷ୍ମଣଗଡ଼ ଅଞ୍ଚଳର ଚାରି ଜଣ ସାଙ୍ଗ ଏକ ବିବାହକୁ ଯାଇଥିଲେ । ଚାରି ଜଣ ସେହି କାରରେ ଯୋଗେ ବିବାହରୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଫେରିବା ସମୟରେ ଭାରସାମ୍ୟ ହରାଇ କାରଟି ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ କାରଟିରେ ହଠାତ ନିଆଁ ଲାଗିଯାଇଥିଲା । ମୁହାଁମୁହିଁ ଧକ୍କା ହେବା ପରେ ଦେବ କୁମାର ନାମକ ଯୁବକ କାର ଡୋର ପଟୁ ତଳେ ପଡ଼ିଯାଇଥିଲେ । କାର ଜଳିଯିବା କାରଣରୁ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ତାଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.... ଟ୍ରେନିଂ ଫ୍ଲାଇଁ ବେଳେ କ୍ରାସ ହେଲା ବିମାନ, ମହିଳା ପାଇଲଟ ଆହତ
ଏହା ମଧ୍ୟ ପଢ଼ନ୍ତୁ.... ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସାର ଦୁଇ ଆତଙ୍କବାଦୀ ଗିରଫ
ସୂଚନା ଅନୁଯାୟୀ, ସିକରର ଲକ୍ଷ୍ମଣଗଡ ଅଞ୍ଚଳର 27 ବର୍ଷିୟ କାହ୍ନେୟାଲାଲ ତାଙ୍କ ସମ୍ପର୍କୀୟ ଭାଇଙ୍କ ବାହାଘରକୁ ଯାଇଥିଲେ । ଯାହା ସିହୋତରେ ହେଉଥିଲା । ସେ ତାଙ୍କର ତିନି ସାଙ୍ଗ ମୋହିତ (18 ବର୍ଷ), ସୋନୁ (18 ବର୍ଷ) ଏବଂ ଦେବ କୁମାରଙ୍କ ସହିତ ସିହୋତ ଯାଇଥିଲେ । ବିଳମ୍ବିତ ରାତିରେ ବିବାହ ଉତ୍ସବରେ ଯୋଗଦେବା ପରେ ଏହି ଚାରି ସାଙ୍ଗ ଲକ୍ଷ୍ମଣଗଡ଼ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ କାର ଭିତରେ କିଛି ବାଣ ରଖାଯାଇଥିଲା । ଯାହା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ