ଓଡିଶା

odisha

ଟ୍ରେନ ଡୋର୍‌ ନିକଟରେ ବସି ଫସିଲେ ଅଭିନେତା ସୋନୁ ସୁଦ

By

Published : Jan 8, 2023, 10:27 PM IST

Updated : Feb 3, 2023, 8:38 PM IST

ମୁମ୍ବାଇ: ଫସିଗଲେ ବଲିଉଡ ଅଭିନେତା ତଥା ଜଣାଶୁଣା ସମାଜସେବୀ ସୋନୁ ସୁଦ। ନିଜର କାର୍ଯ୍ୟକଳାପକୁ ନେଇ ଏବେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି । ଘଟଣାଟି ହେଉଛି ନିକଟରେ ଏକ ଟ୍ରେନ୍‌ରେ ବଲିଉଡ ଅଭିନେତା ସୋନୁ ସୁଦ ଯାତ୍ରା କରୁଥିଲେ । ହେଲେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସୋନୁ ସୁଦ ଚଳନ୍ତା ଟ୍ରେନର ଡୋର୍‌ ନିକଟରେ(ଫୁଟ୍‌ ବୋର୍ଡ଼) ବସିଥିଲେ । ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଖାଲି ସେତିକି ନୁହେଁ ଏହି ଯାତ୍ରା ସମୟରେ ସୋନୁ ସୁଦ୍‌ ଏହାକୁ ଭିଡିଓ କରି ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଦେଖି ଏହା ଉପରେ ଆପତ୍ତି ଉଠାଇଛି ରେଳ ବିଭାଗ। ଏହାସହ ରେଳ ବିଭାଗ ଟ୍ବିଇଟ କରି କହିଛି ଯେ, "ଆପଣ ହେଉଛନ୍ତି ସମଗ୍ର ଦେଶର ଆଦର୍ଶ। ଏହି ଭିଡିଓ ଦେଶକୁ ଭୁଲ ବାର୍ତ୍ତା ଦେବ। ଟ୍ରେନ୍ ଡୋର ନିକଟରେ ଯାତ୍ରା କରିବା ବିପଜ୍ଜନକ ଅଟେ । ଏପ୍ରକାର ଭିଡିଓ ଆପଣଙ୍କ ପ୍ରଶଂସକଙ୍କୁ ଭୁଲ ବାର୍ତ୍ତା ଦେଇପାରେ । ଦୟା କରି ଏଭଳି କରନ୍ତୁ ନାହିଁ ।" ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details