ଓଡିଶା

odisha

ବାହୁଡିଲେ ଶ୍ରୀଜିଉ, ଉତ୍ସବ ମୁଖର ରାଇରଙ୍ଗପୁର

By

Published : Jun 28, 2023, 10:42 PM IST

Updated : Jun 29, 2023, 9:36 AM IST

ବାହୁଡ଼ା ଯାତ୍ରା

ରାଇରଙ୍ଗପୁର:ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଶ୍ରୀଜିଉ । ମାଉସୀ ମା' ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ଚଳଚଞ୍ଚଳ ରାଇରଙ୍ଗପୁର  । ମାଉସୀ ମା' ମନ୍ଦିରରେ ଭୋର ସକାଳୁ ତିନି ଠାକୁରଙ୍କ ମଙ୍ଗଳ ଆଳତୀ, ମଇଲମ, ପ୍ରାତଃ ଅବକାଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ରୋଷହୋମ ଇତ୍ୟାଦି ସମାପନ ହୋଇଥିଲା । ପରେ ସିଂହାସନ ଉପରେ ତିନି ଠାକୁରଙ୍କ ଦିବ୍ୟ ଶୃଙ୍ଗାର ବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ନିକଟରେ ଖେଚୁଡ଼ି ଭୋଗ ଲାଗି ହୋଇଥିଲା । ଏଥି ସହିତ ମଙ୍ଗଳାର୍ପଣ କାର୍ଯ୍ୟ ପରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ଅଣା ଯାଇଥିଲା ।

ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ନାଦରେ ପ୍ରକମ୍ପିତ ହୋଇ ଉଠିଛି ବଡ଼ଦାଣ୍ଡ । ଶ୍ରୀମନ୍ଦିର ବାହୁଡିବା ପାଇଁ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ରଥ ଉପରେ ନୀତିକାନ୍ତୀ ଅନୁଯାୟୀ ମୁଖ୍ୟ ପୂଜକ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଗତକାଲି ପୂର୍ବାହ୍ନ ସମୟରେ ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମ୍ପନ୍ନ ପରେ ବାହୁଡା଼ ଯାତ୍ରା ପାଇଁ ରଥଟଣା ହୋଇଥିଲା । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଆଗକୁ ଗଡ଼ି ଗଡ଼ି ଚାଲିଥିଲା ତିନି ରଥ । ବଡ଼ଦାଣ୍ଡ ନିକଟରେ ଥିବା ସାଓ ଲଜ୍ ନିକଟରେ ରଥ ପହଞ୍ଚିଥିଲା । ଗତକାଲି ଅଧା ରାସ୍ତାରେ ରଥାରୂଢ଼ ହୋଇ ରହିଥିଲେ ତିନି ଠାକୁର । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି ।

ଆଜି ପୁଣି ପୂର୍ବାହ୍ନ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟକୁ ପହଞ୍ଚିବେ ତିନି ଠାକୁର । ଭାବର ଠାକୁର କାଳିଆକୁ ଦର୍ଶନ କରି ଭକ୍ତ ମାନେ ଭାବ ବିହ୍ଵଳିତ ହୋଇ ପଡିଛନ୍ତି । ସେପଟେ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର  

Last Updated : Jun 29, 2023, 9:36 AM IST

ABOUT THE AUTHOR

...view details