ଓଡିଶା

odisha

PDS ଚାଉଳ ବଣ୍ଟନରେ ଅନିୟମିତତା, ଦୁଇମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ

By

Published : Apr 21, 2023, 8:15 PM IST

50 ରୁ ଉର୍ଦ୍ଧ୍ଵ ଖାଉଟି ଦୁଇମାସ ହେଲା ଚାଉଳ ପାଇବାରୁ ବଞ୍ଚିତ

ବାଲେଶ୍ବର: ଗରିବ ଲୋକଙ୍କ ପାଇଁ ଆସୁଥିବା  PDS ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ । ଲୋକଙ୍କୁ ଚାଉଳ ନଦେଇ ବାରମ୍ବାର ଫେରାଉଥିବା ଅଭିଯୋଗ । 50ରୁ ଊର୍ଦ୍ଧ୍ଵ ଖାଉଟି ଦୁଇମାସ ହେଲା ଚାଉଳ ପାଇବାରୁ ବଞ୍ଚିତ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମଙ୍ଗଳପୁର ଅଞ୍ଚଳରେ ।  ଶାଳବଣି, ଶାସନବାଡ଼ି ଓ ମଙ୍ଗଳପୁର ତିନୋଟି ଗ୍ରାମରେ ଏକ ହଜାରରୁ ଉର୍ଦ୍ଧ୍ଵ ରାସନକାର୍ଡଧାରୀ ଥିବା ବେଳେ 50 ଜଣଙ୍କୁ କାହିଁକି ଦିଆ ଯାଉନାହିଁ ସେ ବିଷୟରେ ପ୍ରଶ୍ନ କରିଥିଲେ ପଞ୍ଚାୟତବାସୀ ।  ଶେଷରେ ଚାଉଳ ପାଇଁ ଖାଉଟିମାନେ ସରପଞ୍ଚ ରାମଚନ୍ଦ୍ର ଦାସଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଶେଷରେ ସରପଞ୍ଚ ସ୍ଥାନୀୟ ପୋଲିସର ସହାୟତା ନେଇଥିଲେ । ଘଟଣାସ୍ଥଳରେ ରେମୁଣା ପୋଲିସ ପହଞ୍ଚି ସରପଞ୍ଚ ଓ ଖାଉଟିଙ୍କ ସହ ଆଲୋଚନା କରିଥିଲା । ଆଗାମୀ 3 ଦିନ ମଧ୍ୟରେ ଦୁଇମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଖାଉଟିମାନଙ୍କୁ ଚାଉଳ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ପରେ ଉତ୍ତେଜନା କମିଥିଲା ।

ଇଟିଭି ଭାରତ, ବାଲେଶ୍ବର  

ABOUT THE AUTHOR

...view details