ଓଡିଶା

odisha

ସରିଲା ବାହାଘର, ପଡ଼ିଲା ହାତଗଣ୍ଠି; ମେହେନ୍ଦୀ ସେରିମନିରେ ଧୁମ ନାଚିଲେ ଜିଲ୍ଲାପାଳ ଯୋଡ଼ି

By

Published : May 1, 2023, 8:37 PM IST

ମେହେନ୍ଦୀ ସେରିମନିରେ ଧୁମ ମଚାଇଲେ ଜିଲ୍ଲାପାଳ ଯୋଡ଼ି

ବଲାଙ୍ଗୀର: ଦୁଇ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଆଜି (ସୋମବାର) ପଡ଼ିବ ହାତ ଗଣ୍ଠି । ଏହା ପୂର୍ବରୁ ମେହେନ୍ଦୀ ଓ ସଙ୍ଗୀତ ଉତ୍ସବରେ ଷ୍ଟେଜ୍‌ରେ ଧମାଲ ମଚାଇଲେ ଏହି IAS ଯୋଡ଼ି । ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଆୟୋଜିତ ହୋଇଥିବା ମେହେନ୍ଦୀ ସେରିମନିରେ ଧୂମ ନାଚିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ଗୌହାଟୀର ଏକ ରିସୋର୍ଟରେ ଏହି ମେହେନ୍ଦୀ ସେରିମନି ଆୟୋଜନ ହୋଇଥିଲା । ଏକ ହିନ୍ଦୀ ଗୀତରେ ଏହି IAS ଯୋଡ଼ି ଏକାଠି ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି ।

ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କ ଘର ଅନୁଗୋଳ ଜିଲ୍ଲାରେ । ଏନ୍‌ଆଇଟିରୁ ବି-ଟେକ୍ ଡିଗ୍ରୀ ହାସଲ କରିବା ପରେ ଚଞ୍ଚଳ ରାଣା ୟୁପିଏସ୍‌ସିରେ ଦେଶରେ ୭ ନମ୍ବର ରାଙ୍କରେ ସଫଳ ହୋଇଥିଲେ । ଏବେ ସେ ବଲାଙ୍ଗୀର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସ୍‌ସିରେ ସର୍ବଭାରତୀୟ ସ୍ତରରେ ସେ ୧୬ ତମ ରାଙ୍କ ପାଇଥିଲେ । ତାଙ୍କ ଘର ଆସାମ ଗୌହାଟୀ ହୋଇଥିବା ବେଳେ ଏବେ ସେ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ । ପୂର୍ବରୁ ସେ କଟକ ମହାନଗର ନିଗମର କମିଶନର ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ତେବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଗତ ଫେବୃୟାରୀ ୬ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ବାସଭବନରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ପ୍ରକାଶ ଥାଉ କି, ଏହି ଦୁଇ ଆଇଏଏସ୍‌ ଅଧିକାରୀ ପୂର୍ବରୁ ଅନ୍ୟଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ବିଚ୍ଛେଦ ହେବାପରେ ପରବର୍ତ୍ତୀ ସମୟରେ ଏହି ଦୁଇ ଜଣଙ୍କ ମନ ମିଶିଥିଲା । ଏବେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଆଜି (ସୋମବାର) ରାତିରେ ତାଙ୍କର ବିବାହ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details