ଓଡିଶା

odisha

Umesh Pal murder case: ସାମ୍ନାକୁ ଆସିଲା ଗୁଳିକାଣ୍ଡର ଆଉ ଏକ ଭିଡିଓ

By

Published : Mar 19, 2023, 8:52 PM IST

ସାମ୍ନାକୁ ଆସିଲା ଗୁଳିକାଣ୍ଡର ଆଉ ଏକ ଭିଡିଓ

ଲକ୍ଷ୍ନୌ:ସାମ୍ନାକୁ ଆସିଲା ବହୁଚର୍ଚ୍ଚିତ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡର ଆଉ ଏକ ସିସିଟିଭି ଭିଡିଓ । ପୂର୍ବରୁ ଗୁଳିମାଡ ସୟମରେ ଉମେଶ ପାଲଙ୍କ ଘର ବାହାରର ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ହତ୍ୟାକାଣ୍ଡ ସମୟରେ ଘର ଭିତରର ଦୃଶ୍ଯ ସାମ୍ନାକୁ ଆସିଛି । ଭିଡିଓ ଫୁଟେଜରେ ଘରକୁ ପ୍ରବଳ ଗୁଳି ଓ ବାମାମାଡ କରାଯାଉଥିବା ବେଳେ ମହିଳାମାନେ ଶିଶୁଙ୍କୁ ଧରି ଏଣେତେଣେ ଭୟରେ ଧାଉଁଛନ୍ତି । ଉମେଶଙ୍କର ଜଣେ ସରକାରୀ ସୁରକ୍ଷାକର୍ମୀଙ୍କ ଦେହରେ ଗୁଳି ବାଜିଛି ଓ ସେଠାରେ ହିଁ ଟଳିପଡୁଥିବା ଦେଖିବାକୁ ମିଳୁଛି ।

ଫେବୃଆରୀ 24ରେ 2005 ମସିହାର ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଓ ତାଙ୍କର ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏକାଧିକ ହତ୍ୟାକାରୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରବଳ ଗୁଳିମାଡ ଓ ବୋମା ମଧ୍ୟ ଫିଙ୍ଗିଥିଲେ ହତ୍ୟାକାରୀ । ଏହି ହତ୍ୟାକାଣ୍ଡର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏହାର ତଦନ୍ତ ଏବେ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ଜାରି ରଖିଛି । ଏକାଧିକ ଏନକାଉଣ୍ଟର ମଧ୍ୟ ହୋଇସାରିଲାଣି । 

ABOUT THE AUTHOR

...view details