ଓଡିଶା

odisha

ନୋ କରପ୍ସନ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାପର ଡୁଲେଶ୍ୱର

By

Published : May 13, 2020, 8:39 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ଯୁବକ ଡୁଲେଶ୍ବର ତାଣ୍ଡି ଲକଡାଉନ୍ ସମୟରେ "ନୋ କରପସନ" ରାପ୍ ଗୀତ ଗାଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ପୂର୍ବରୁ ମଧ୍ୟ ଡୁଲେ ରକର ଭାବରେ ଖୁବ ପରିଚିତ । ଏହି ରାପ ମାଧ୍ୟମରେ କଣ କହିଛନ୍ତି ଡୁଲେଶ୍ବର ଥରେ ମନ ଦେଇ ଶୁଣନ୍ତୁ । ଗୀତରେ ସରକାରୀ ଯୋଜନାରେ ହେଉଥିବା ଦୁର୍ନୀତି ଓ ସରକାରୀ ବାବୁ ମାନେ କେମିତି ଯୋଜନାକୁ ବାଟମାରଣା କରୁଛନ୍ତି ସେହି ଉପରେ ଗୀତଟି ପର୍ଯବେଷିତ ହୋଇଛି । ଏହି ଗୀତ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। କଳାହାଣ୍ଡିର ଏହି ଯୁବ ପ୍ରତିଭାକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ABOUT THE AUTHOR

...view details