ଲକ୍ଷ୍ନୌ: ପ୍ରେମର ସପ୍ତାହ ଫେବୃୟାରୀ । ଏହି ମାସକୁ ପ୍ରେମୀଯୁଗଳ ଚାତକ ପରି ଅନାଇ ବସିଥାନ୍ତି । ଏମିତି ତ ପ୍ରେମ ପାଇଁ କୌଣସି ଏକ ସ୍ବତନ୍ତ୍ର ଦିନ କିମ୍ବା ମାସର ଆବଶ୍ୟକତା ନାହିଁ । କାରଣ ସଚ୍ଚାପ୍ରେମକୁ ସାରା ଦୁନିଆ ସାମ୍ନାରେ ଉପସ୍ଥାପନା କରିବାର ସମୟ ଖୋଜି ନଥାଏ । ନିଜ ପ୍ରେମକୁ ପାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥା’ନ୍ତି ପ୍ରେମପକ୍ଷୀ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଲକ୍ଷ୍ନୌର ଏସିଡ ପୀଡିତା ରୁପାଲୀ ଏବଂ ତାଙ୍କ ସ୍ବାମୀ କୂଳଦୀପ ।