ଓଡିଶା

odisha

ପେଟ ସମସ୍ୟା ନେଇ ଚିନ୍ତିତ କି ? ଏହି ପରୀକ୍ଷା କରି ପାଆନ୍ତୁ ମୁକ୍ତି

By ETV Bharat Odisha Team

Published : Oct 9, 2023, 3:43 PM IST

ଆଜିକା ସମୟରେ ଅନେକଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ । ତେବେ ପେଟ ସମ୍ବନ୍ଧୀୟ ସମସ୍ୟା ଜାଣିବାକୁ ହେଲେ ଏହି ଟେଷ୍ଟ କରାଯାଇଥାଏ । ଅଧିକ ପଢନ୍ତୁ

Digestive Diagnostic Procedures
Digestive Diagnostic Procedures

ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ପେଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ପେଟବ୍ୟଥା, ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇଥାଏ । ତେବେ ପରିବର୍ତ୍ତିତ ଜୀବନଶୈଳୀ ଏହାର ମୂଳ କାରଣ ବୋଲି କୁହାଯାଇଥାଏ । ତେବେ କିଛି ଦିନ ଧରି ପେଟ ସମସ୍ୟା ଦେଖାଗଲେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ତେବେ ଏହା ପରିବର୍ତ୍ତୀ ସମୟରେ ଗମ୍ଭୀର ରୋଗର କାରଣ ହୋଇପାରେ । ତେବେ ଏଭଳି ପରିସ୍ଥିତିରେ ସମୟ ନଷ୍ଟ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି । ତେବେ ଜାଣନ୍ତୁ ପେଟ ଜନିତ ସମସ୍ୟା ଦେଖାଗଲେ କେଉଁ ପରୀକ୍ଷା କରାଯାଇଥାଏ ।

ପେଟ ରୋଗ ପାଇଁ କେଉଁ ଟେଷ୍ଟ କରାଯାଏ:ହଜମ କ୍ରିୟାରେ ସମସ୍ୟା ଦେଖାଦେଲେ ପେଟ ରୋଗ ଦେଖାଯାଇଥାଏ । ତେଣୁ ପେଟ ସମସ୍ୟାକୁ କେବେ ହେଲେ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ମଳ ପରୀକ୍ଷା:ହଜମ ପ୍ରକ୍ରିୟା ସମ୍ବନ୍ଧିତ ରୋଗ ଜାଣିବା ପାଇଁ ଡାକ୍ତରମାନେ ପ୍ରଥମତଃ ମଳ ପରୀକ୍ଷା ପାଇଁ ପରାମର୍ଶ ଦେଇଥାଆନ୍ତି । ଆଭ୍ୟନ୍ତରୀଣ ରୋଗ ଷ୍ଟୁଲ ବା ମଳରୁ ଚିହ୍ନଟ ହୋଇଥାଏ ।

କ୍ୟାଲପ୍ରୋଟେକ୍ଟିନ ଟେଷ୍ଟ:ଏହି ପରୀକ୍ଷା ମଧ୍ୟ ବ୍ୟକ୍ତିର ଷ୍ଟୁଲକୁ ନେଇ କରାଯାଇଥାଏ। ଷ୍ଟୁଲରେ କ୍ୟାଲପ୍ରୋଟେକ୍ଟିନ ସ୍ତର ଯାଞ୍ଚ କରାଯାଇଥାଏ । କହିରଖୁଛୁ କି, କ୍ୟାଲପ୍ରୋଟେକ୍ଟିନ ଏକ ପ୍ରକାରର ପ୍ରୋଟିନ ଅଟେ ଏବଂ ଏହା ଶ୍ବେତ ରକ୍ତ କଣିକାରେ ରହିଥାଏ ।

ଓକୁଲେଟ ବ୍ଲଡଟେଷ୍ଟ:ଓକୁଲେଟ ରକ୍ତ ପରୀକ୍ଷା ପାଇଁ ରୋଗୀର ଷ୍ଟୁଲ ନିଆଯାଇଥାଏ। ମଳରେ ରକ୍ତର ଉପସ୍ଥିତି ଯାଞ୍ଚ କରାଯାଇଥାଏ । ଏଥିରେ ରକ୍ତ ମଳଦ୍ୱାର ଦେଇ ପ୍ରବାହିତ ହେଉନାହିଁ କି ନାହିଁ ଯାଞ୍ଚ କରାଯାଏ । ଅନ୍ତନଳୀ କର୍କଟ ଚିହ୍ନଟ ପାଇଁ ଏହି ପରୀକ୍ଷା କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ଗ୍ରହଣ ପରେ ପେଟରେ ଯନ୍ତ୍ରଣା ହେଉଛି କି ? ହୋଇଥାଇପାରେ ଏହି ରୋଗ

ଏଚ ପାଇଲୋରୀ ଟେଷ୍ଟ:ଏହି ଭାଇରସ ପେଟରେ ଅଲସର ସୃଷ୍ଟି କରିଥାଏ । ଏହାକୁ ବ୍ରିଥ ଟେଷ୍ଟ କୁହାଯାଏ । ଏହି ପରୀକ୍ଷଣରେ ରୋଗୀଙ୍କୁ ପ୍ରଥମେ C13-Urea ନାମକ ଏକ କ୍ୟାପସୁଲ ଦିଆଯାଇଥାଏ । ଯଦି Helicobacter pylori ବ୍ୟାକ୍ଟେରିଆ ପେଟରେ ଥାଏ ତେବେ କ୍ୟାପସୁଲ ପ୍ରତିକ୍ରିୟା କରିଥାଏ । ଏହି ପରୀକ୍ଷା ପାଇଁ ପ୍ରାୟ 30 ମିନିଟ୍ ସମୟ ଲାଗିଥାଏ । ଏହି ପରୀକ୍ଷା ପୂର୍ବରୁ ରୋଗୀମାନଙ୍କୁ ଖାଇବାକୁ ବାରଣ କରାଯାଇଥାଏ, କେବଳ ଖାଲି ପେଟରେ ଏହି ପରୀକ୍ଷା କରାଯାଇଥାଏ ।

ହାଇଡ୍ରୋଜେନ ଏବଂ ମିଥେନ ବ୍ରିଥ ଟେଷ୍ଟ:ଲୋକ୍ଟୋଜ ଇଣ୍ଟୋନଲେନ୍ସ ଏବଂ କ୍ଷୁଦ୍ର ଅନ୍ତନଳୀରେ ଭାଇରସ ବୃଦ୍ଧି ପାଇଛି କି ନାହିଁ ଜାଣିବା ପାଇଁ ହାଇଡ୍ରୋଜେନ ଏବଂ ମିଥେନ ବ୍ରିଥ ଟେଷ୍ଟ କରାଯାଇଥାଏ। ଏହି ଉଭୟ ଟେଷ୍ଟ ପୂର୍ବରୁ ରୋଗୀଙ୍କୁ 14 ଘଣ୍ଟା ପାଇଁ କିଛି ଖାଇବାକୁ ବାରଣ କରାଯାଇଛି । ଏଥିରେ ଶରୀରରେ ଲାକ୍ଟୋଜ୍ ଏବଂ ମିଥେନ ସ୍ତର ମଧ୍ୟ ମପା ଯାଇଥାଏ।

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

ABOUT THE AUTHOR

...view details