ଓଡିଶା

odisha

ସ୍ତନ୍ୟପାନ ସମୟରେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରହନ୍ତୁ, ନଚେତ ସମସ୍ୟାରେ ପଡିପାରେ ଶିଶୁ

By

Published : Sep 17, 2022, 7:51 PM IST

ସ୍ତନକ୍ଷୀର କମ୍ପୋଜିସନ ଶରୀର ଦ୍ୱାରା ଦୃଢ ଭାବରେ ନିୟନ୍ତ୍ରିତ ହେଉ ଥିବାବେଳେ ଅନୁସନ୍ଧାନରୁ ଜଣାପଡିଛି ଯେ, ମାଆ ଯାହା ଖାଏ ତାହା ସ୍ତନ କ୍ଷୀର ଉପରେ କିଛି ପ୍ରଭାବ ପକାଇଥାଏ । ତେଣୁ ସ୍ତନ୍ୟପାନ କରାଉଥିବା ମହିଳାମାନେ କଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ୍ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ସ୍ତନପାନ ସମୟରେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରହନ୍ତୁ, ନଚେତ ପଡିପାରେ ଶିଶୁଙ୍କ ଉପରେ ପ୍ରଭାବ
ସ୍ତନପାନ ସମୟରେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରହନ୍ତୁ, ନଚେତ ପଡିପାରେ ଶିଶୁଙ୍କ ଉପରେ ପ୍ରଭାବ

ହାଇଦ୍ରାବାଦ:ମାଆ କ୍ଷୀର ତୁଳନାରେ ପୁଷ୍ଟିକର ଖାଦ୍ୟ ପଦାର୍ଥ ଆଉ କିଛି ନାହିଁ । ବାସ୍ତବରେ, ମାଆ କ୍ଷୀରରେ ଏପରି ପୋଷକ ତତ୍ତ୍ୱ ଥାଏ, ଯାହା ଶିଶୁ ଜନ୍ମର ପ୍ରଥମ 6 ମାସ ପାଇଁ ନିହାତି ଆବଶ୍ୟକ କରେ । ତେବେ ସ୍ତନ କ୍ଷୀର କମ୍ପୋଜିସନ ଶରୀର ଦ୍ୱାରା ଦୃଢ ଭାବରେ ନିୟନ୍ତ୍ରିତ ହେଉ ଥିବାବେଳେ ଅନୁସନ୍ଧାନରୁ ଜଣାପଡିଛି ଯେ, ମାଆ ଯାହା ଖାଏ ତାହା ସ୍ତନ କ୍ଷୀର ଉପରେ କିଛି ପ୍ରଭାବ ପକାଇଥାଏ ।

ତେଣୁ ସ୍ତନ୍ୟପାନ କରାଉଥିବା ମହିଳାମାନେ କଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ୍ ତାହା ଜାଣିବା ଜରୁରୀ । ନିମ୍ନରେ ଏବାବଦରେ ଆଲୋଚନା କରାଯାଇଛି, ଯାହାକୁ ଅନୁସର କରିପାରିବେ । ସାଧାରଣତ କୌଣସି ଖାଦ୍ୟରେ ପ୍ରତିବନ୍ଧକତା ନଥାଏ । ତେଣୁ, ସ୍ତନପାନ କରାଉଥିବା ମହିଳାମାନଙ୍କୁ ଏକ ସନ୍ତୁଳିତ, ବିବିଧ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯିବା ସହ କିଛି ଖାଦ୍ୟ ଏବଂ ପାନୀୟ ଅଛି ଯାହାକୁ ସ୍ତନ୍ୟପାନ କରାଇବା ସମୟରେ ସୀମିତ କରିବା ଉଚିତ୍ ।

1. ଉଚ୍ଚ ମର୍କ୍ୟୁରୀ ଥିବା ମାଛ

ମାଛ ହେଉଛି ଡୋକୋସାହେକ୍ସେନୋଇକ୍ ଏସିଡ୍ (docosahexaenoic acid, DHA) ଏବଂ ଇକୋସାପେଣ୍ଟେଏନିକ୍ ଏସିଡ୍ (eicosapentaenoic acid , EPA) ର ଏକ ଉତ୍ତମ ଉତ୍ସ । ଏଥିରେ ଦୁଇ ପ୍ରକାରର ଓମେଗା -3 ଫ୍ୟାଟି ଏସିଡ୍ ଯାହା ଶିଶୁମାନଙ୍କ ମସ୍ତିଷ୍କର ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ମାତ୍ର ସ୍ତନ୍ୟପାନ କରାଉଥିବା ସମୟରେ ଉଚ୍ଚ ମର୍କ୍ୟୁରୀ ଥିବା ମାଛ ଭୋଜନ କରିବା ଅନୁଚିତ୍ । ଏହା ଦ୍ବାରା ଶିଶୁର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଭାବରେ ପ୍ରଭାବିତ କରିଥାଏ । ଫଳସ୍ୱରୂପ ସେମାନଙ୍କର ଜ୍ଞାନ, ଉତ୍ତମ ମୋଟର କୌଶଳ(fine motor skills), କଥା ଏବଂ ଭାଷା ବିକାଶ, ଭିଜୁଆଲ୍-ସ୍ପେଟିଆଲ୍ ସଚେତନତା ଆଦି ପ୍ରଭାବିତ ହୋଇଥାଏ ।

ତେଣୁ, ସ୍ତନ୍ୟପାନ କରାଇବା ସମୟରେ ଏହିସବୁ ମାଛ ସେବନ କରିବା ଅନୁଚିତ୍...

  • ବିଗେୟେ ଟୁନା
  • କିଙ୍ଗ୍ ମାକେରେଲ୍
  • ମାର୍ଲିନ୍
  • ଅରେଞ୍ଜ ରଫି
  • ସାର୍କ
  • ସ୍ବୋର୍ଡଫିସ୍
  • ଟିଲେଫିସ୍

ଆଲକହଲ

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ସ୍ତନ୍ୟପାନ କରାଇବା ସମୟରେ ଆଲକହଲରୁ ଦୂରେଇ ରହିବା ହେଉଛି ସବୁଠାରୁ ସୁରକ୍ଷିତ ବିକଳ୍ପ । ଯଦିଓ, ବେଳେ ବେଳେ ଡ୍ରିଙ୍କ୍ସ ନିରାପଦ, ତଥାପି ପରିମାଣ ଏବଂ ସମୟ ବାବଦରେ ଚିନ୍ତା କରିବା ନିହାତି ଆବଶ୍ୟକ ।

ଆପଣଙ୍କ ଶିଶୁ କେତେ ଆଲକହଲ ଗ୍ରହଣ କରିଛି ତାହା ଆପଣଙ୍କ ସ୍ତନ କ୍ଷୀରରୁ ଜଣାପଡିଯିବ । ଅନୁସନ୍ଧାନରୁ ଜଣାପଡିଛି ଯେ, ସ୍ତନ କ୍ଷୀରରେ ଆଲକହଲର ପରିମାଣ ଆପଣଙ୍କ ଶେଷ ଡ୍ରିଙ୍କ୍ସର 30-60 ମିନିଟ୍ ପରେ ଜଣାପଡିଥାଏ । ଏଥିସହ ଆଲକହଲ ଆପଣଙ୍କ ଶରୀରରେ 2-3 ଘଣ୍ଟା ପର୍ଯ୍ୟନ୍ତ ରହିପାରେ ଏବଂ ସମ୍ପୂର୍ଣ୍ଣ ଶରୀରରୁ ସଫା ହେବାକୁ ଅଧିକ ସମୟ ଲାଗିଥାଏ । ଫଳସ୍ୱରୂପ, ଜରୁରୀ ସମୟରେ ସିଡିସି ଆଲକହଲ ସେବନକୁ ଅନୁମତି ଦେଇଥିଲେ ମଧ୍ୟ, ସେବନର 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବାକୁ ବାରଣ କରିଛି ।

କଫିନ୍

କଫି, ସୋଡା, ଚା ଏବଂ ଚକୋଲେଟ୍ ହେଉଛି କଫିନର ସାଧାରଣ ଉତ୍ସ । ଏଗୁଡିକୁ ସେବନ କରିବା ଦ୍ବାରା ପିଲାମାନଙ୍କର ଚିଡଚିଡା ଏବଂ ଶୋଇବାରେ ଅସୁବିଧା ହୋଇଥାଏ । CDC ଅନୁଯାୟୀ, ଯେଉଁ ମାଆମାନେ ସ୍ତନ୍ୟପାନ କରାଉଛନ୍ତି, ସେମାନେ ପ୍ରତିଦିନ 300 ମିଲିଗ୍ରାମରୁ ଅଧିକ କଫିନ୍ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏନର୍ଜି ଡ୍ରିଙ୍କ୍ସରେ କଫିନର ମିଶ୍ରଣ କାରଣରୁ ଅଧିକ ଭିଟାମିନ ଏବଂ ହର୍ବଲ ଯୁକ୍ତ ହୋଇଥାଏ, ତେଣୁ ଏନର୍ଜି ଡ୍ରିଙ୍କ୍ସ ଠାରୁ ମଧ୍ୟ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଉଚ୍ଚ ପ୍ରକ୍ରିୟାକୃତ ଖାଦ୍ୟ

ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟରେ ସାଧାରଣତ କ୍ୟାଲୋରୀ, ଅସ୍ୱାସ୍ଥ୍ୟକର ଚର୍ବି ଏବଂ ଶର୍କରା ମିଶା ଯାଇଥାଏ, ତଥାପି ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ କମ୍, ସେଗୁଡିକୁ ଯଥାସମ୍ଭବ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ସ୍ତନ୍ୟପାନ କରାଇବା ସମୟରେ ଜଣେ ମାଆଙ୍କ ଖାଦ୍ୟ ତାଙ୍କ ଜୀବନର ପରବର୍ତ୍ତୀ ସମୟରେ ସନ୍ତାନର ଖାଦ୍ୟ ଉପରେ ପ୍ରଭାବ ପକାଇପାରେ । ତେଣୁ ସ୍ତନ୍ୟପାନ ସମୟରେ ଖାଦ୍ୟ ଉପରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ ।

Disclaimer: ଉପରସ୍ତ ସମସ୍ତ ବିବରଣୀ ସାଧାରଣ ଉପଚାର ନିମନ୍ତେ । ତେଣୁ ଯେକୌଣସି ଖାଦ୍ୟ ଗ୍ରହଣ କିମ୍ବା ପରିତ୍ୟାଗ କରିବା ସମୟରେ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ ।

For All Latest Updates

ABOUT THE AUTHOR

...view details