ହାଇଦ୍ରାବାଦ: ଗର୍ଭବତୀ ମହିଳାଙ୍କ ପାଇଁ ଯୋଗ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କେତେକ ଯୋଗ ଆସନ ରହିଛି, ଯେଉଁଗୁଡିକ କରିବା ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଗର୍ଭବତୀ ସମୟରେ ପୁସ୍ଅପ୍ କରିବା ନିରାପଦ କି ନୁହେଁ ସେନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ? ତେବେ ଗର୍ଭାବସ୍ଥା ସମୟରେ ଏହା କରାଯିବା ଉଚିତ୍ କି ନୁହେଁ, କିମ୍ବା ଏହାର ବିକଳ୍ପ ଭାବେ କେଉଁ ଉପାୟ ଗ୍ରହଣ କରାଯାଇ ପାରିବ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ସକ୍ରିୟ ରହିବାକୁ ବ୍ୟାୟାମ କରିବା ଏକ ସାଧାରଣ କାର୍ଯ୍ୟକଳାପ । ବିଭିନ୍ନ ପ୍ରକାରର ବ୍ୟାୟାମ ରହିଛି, ଯାହାକୁ ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବାଛି ପାରିବେ । ଏଥି ମଧ୍ୟରୁ ଗୋଟିଏ ହେଉଛି ପୁସ୍ଅପ୍, ଯାହା ସାଧାରଣତଃ ସମସ୍ତେ ସହଜରେ କରିପାରିବେ । ଶରୀରର ଉପର ଅଂଶକୁ ଫିଟ୍ ରଖିବାରେ ପୁସ୍ଅପ୍ ସାହାଯ୍ୟ କରେ । ଠିକ୍, ଏହା ସହିତ ଜଡିତ ଏକ ପ୍ରଶ୍ନ ସର୍ବଦା ଉଙ୍କି ମାରିଥାଏ ଯେ, ଜଣେ ଗର୍ଭବତୀ ମହିଳା ଏହା କରିପାରିବେ କି ନାହିଁ ?
ମହିଳାମାନେ ପ୍ରାୟତଃ ଏହି ଦ୍ୱନ୍ଦ୍ୱରେ ରୁହନ୍ତି ଯେ, ସେମାନେ ଗର୍ଭାବସ୍ଥାରେ ପୁସ୍ଅପ୍ କରିପାରିବେ କି ନାହିଁ । ବିଶେଷଜ୍ଞଙ୍କ ମତରେ, ଯଦି ବ୍ୟାୟାମ ସଠିକ୍ ଉପାୟରେ କରାଯାଏ, ତେବେ ଗର୍ଭାବସ୍ଥାରେ ମଧ୍ୟ ଏହା କରିବାରେ କୌଣସି କ୍ଷତି ହୁଏ ନାହିଁ । ଗର୍ଭବତୀ ମହିଳାମାନେ ଅନେକ ବ୍ୟାୟାମ କରିପାରିବେ, ସେମାନେ କେବଳ ସେମାନଙ୍କର ସୁରକ୍ଷିତ ପଦ୍ଧତି ଜାଣିବା ଆବଶ୍ୟକ ରହିଛି । ଫିଟ୍ ରହିବାକୁ ଏହି ଉପାୟ ଅବଲମ୍ବନ କରି ଗର୍ଭାବସ୍ଥାରେ ଓଜନ ବୃଦ୍ଧି ମଧ୍ୟ ରୋକାଯାଇପାରିବ ।
ପୁସ୍ଅପ୍ଗୁଡିକର ଏହି ବିକଳ୍ପକୁ ଟ୍ରାଏ କରିପାରିବେ...