ଓଡିଶା

odisha

Omicron: ଭାରତରେ ବୁଷ୍ଟର ସଟ୍‌ର ଆବଶ୍ୟକ ପଡ଼ିପାରେ କହିଲେ ଭୂତାଣୁ ବିଶେଷଜ୍ଞ

By

Published : Dec 16, 2021, 5:14 PM IST

ବିଶ୍ବରେ ବର୍ତ୍ତମାନ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିନ୍ତାର କାରଣ ପାଲଟିଛି । ଏହାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଭାରତରେ ବୁଷ୍ଟର ସଟ୍‌ର ଆବଶ୍ୟକ ପଡ଼ିପାରେ କହିଛନ୍ତି ଭୂତାଣୁ ବିଶେଷଜ୍ଞ ଡକ୍ଟର ଶାହିଦ ଜମିଲ । ଅଧିକ ପଢନ୍ତୁ

Omicron: ଭାରତରେ ବୁଷ୍ଟର ସଟ୍‌ର ଆବଶ୍ୟକ ପଡ଼ିପାରେ କହିଲେ ଭୂତାଣୁ ବିଶେଷଜ୍ଞ
Omicron: ଭାରତରେ ବୁଷ୍ଟର ସଟ୍‌ର ଆବଶ୍ୟକ ପଡ଼ିପାରେ କହିଲେ ଭୂତାଣୁ ବିଶେଷଜ୍ଞ

ହାଇଦ୍ରାବାଦ:ବିଶ୍ବରେ କୋରୋନା ମହାମାରୀର ଭୟାବହତା ଧୀରେ ଧୀରେ କମୁଥିବା ବେଳେ ବର୍ତ୍ତମାନ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(OMICRON) ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରୁ ଏଥିରେ ଲୋକମାନେ ସଂକ୍ରମିତ ହେଲେଣି । ତେବେ ଏଥିଲାଗି ଟୀକାକରଣ ସହିତ ଏକ ବୁଷ୍ଟର ଡ଼ୋଜର ଆବଶ୍ୟକ ପଡିପାରେ ବୋଲି ଅଶୋକା ୟୁନିଭର୍ସିଟିର ତ୍ରିବେଦୀ ସ୍କୁଲ ଅଫ୍‌ ବାଓସାଇନ୍ସେସର ନିର୍ଦ୍ଦେଶକ ତଥା ଭୂତାଣୁ ବିଶେଷଜ୍ଞ ଡକ୍ଟର ଶାହିଦ ଜମିଲ କହିଛନ୍ତି ।

ଡକ୍ଟର ଶାହିଦଙ୍କ କହିବାନୁସାରେ ଗତ ମାସର ଚିହ୍ନଟ ହୋଇଥିବା ଏହି ଓମିକ୍ରନ ଭ୍ୟାରିଆଣ୍ଟ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଆଣ୍ଟର ଅଧିକ ମ୍ୟୁଟେସନ (ରୂପାନ୍ତରୀକରଣ) ହେଉଥିବାରୁ ଏହା ଦ୍ରୁତ ଗତିରେ ବ୍ୟାପୁଛି । ଡେଲଟା ଭ୍ୟାରିଆଣ୍ଟ(Delta variant) ଅପେକ୍ଷା ଏହା ଅଧିକ ସଂକ୍ରାମକ ବୋଲି ଡକ୍ଟର କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରାୟ ୬୩ଟି ଦେଶରେ ଏହି ଓମିକ୍ରନ ଭ୍ୟାରିଆଣ୍ଟକୁ ଚିହ୍ନଟ କରାଯାଇଛି । ଏହି ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏଥିରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି ।

ଏହା ବି ପଢନ୍ତୁ: ମହିଳାମାନେ ସାମନା କରୁଥିବା ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ଓ ପ୍ରତିକାର

ବୁଷ୍ଟର ଡୋଜ ଦ୍ବାରା ହଟିବ ପୁନଃ ସଂକ୍ରମଣର ଭୟ:-

ଡକ୍ଟରଙ୍କ ମତରେ ଅନେକ ଗବେଷଣାରୁ ଜଣାପଡ଼ିଛି ଯେ କୋରୋନା ଟୀକାକରଣ ସହିତ ବୁଷ୍ଟର ଡୋଜର ମଧ୍ୟ ଆବଶ୍ୟକତା ରହିଛି । ଏହି ବୁଷ୍ଟର ଡୋଜ ଶରୀରରେ ଆଣ୍ଟିବଡ଼ିର ପରିମାଣ ଅଧିକ ବଢାଇବା ସହିତ ଆଉ ଥରେ ସଂକ୍ରମିତ ହେବାର ଆଶଙ୍କାକୁ ହ୍ରାସ କରିବ । ଏଥିଲାଗି ଭାରତ ବର୍ତ୍ତମାନ ଉଭୟ ଡୋଜ ଟିକା ନେଇସାରିଥିବା ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ସହିତ ଶିଶୁଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା କରିବା ଆବଶ୍ୟକ ।

ଓମିକ୍ରନ ଭୂତାଣୁ ସମ୍ପର୍କରେ ଅଧିକ ତଥ୍ୟ:-

  • ଏହି ଭ୍ୟାରିଆଣ୍ଟ ସମ୍ପର୍କରେ ଜାଣିବା ପାଇଁ ଗବେଷଣା ଜାରି ରହିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହା କ୍ଷିପ୍ର ଗତିରେ ବ୍ୟାପୁଛି । ଏଥିରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି Covid-19 ଅପେକ୍ଷା ଅଧିକ ପ୍ରଭାବିତ ହେଉଛି ।
  • ଏହି ଭ୍ୟାରିଆଣ୍ଟକୁ ନେଇ କିଛି ପଜିଟିଭ ତଥ୍ୟ ମଧ୍ୟ ଆସିଛି । ଡେଲଟା ଭ୍ୟାରିଆଣ୍ଟ ଅପେକ୍ଷା ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅସୁସ୍ଥତାର ଭୟାବହତା ଅପେକ୍ଷାକୃତ କମ ରହିଛି । କିନ୍ତୁ ଏହାର ସ୍ପଷ୍ଟୀକରଣ ଆବଶ୍ୟକ ।

ଅତିକମରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ସଟ୍‌ ଆବଶ୍ୟକ:-

ଓମିକ୍ରନ କ୍ଷିପ୍ର ଗତିରେ ବୃଦ୍ଧି ପାଉଥିବାରୁ ସରକାର ଅତିକମରେ ବର୍ତ୍ତମାନ ସ୍ବାସ୍ଥ୍ୟକର୍ମୀଙ୍କ ବୁଷ୍ଟର ଡୋଜ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ । ୬୦ ବର୍ଷରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀମାନେ ପ୍ରାଥମିକ ପର୍ଯ୍ୟାୟରେ ବୁଷ୍ଟର ଡୋଜ ନେବା ପରେ ଅନ୍ୟମାନେ ନେବା ଆବଶ୍ୟକ ବୋଲି ଭୌତିକ ଓ ଜୀବ ବିଜ୍ଞାନ ପ୍ରଫେସର ଗୌତମ ମେନନ କହିଛନ୍ତି । ଏହାସହିତ ଦେଶରେ ଟିକା ନେଇନଥିବା ୧୫ ପ୍ରତିଶତ ଯୁବପିଢି ତୁରନ୍ତ ଟିକା ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭାରତରେ ଏବେ ଉପଲବ୍ଧ କୋରୋନା ଟିକା Covaxin ଓ Covishield ବୁଷ୍ଟର ଡୋଜ ପାଇଁ ବ୍ୟବହୃତ ହୋଇପାରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଏହି ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଇସ୍ରାଏଲ ଓ UK ଭଳି ଦେଶରେ ଅଧିକ ଟୀକାକରଣ ହୋଇଥିଲେ ମଧ୍ୟ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

କୋରୋନା ମହାମାରୀର ଏହି ନୂଆ ଭ୍ୟାରିଆଣ୍ଟରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା, ସମ୍ପୂର୍ଣ୍ଣ ଟୀକାକରଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି ।

@IANS

ABOUT THE AUTHOR

...view details