ହାଇଦ୍ରାବାଦ:ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ହେଉଛି ସର୍ବୋତ୍ତମ ଖାଦ୍ୟ। ସ୍ତନ୍ୟପାନ ଶିଶୁର ସୁସ୍ଥ ବିକାଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ବିଶେଷଜ୍ଞମାନେ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦିଅନ୍ତି । ଛଅ ମାସ ପରେ ଶିଶୁକୁ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଦିଆଯିବା ଉଚିତ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସେମାନଙ୍କୁ ଭିଟାମିନ୍ ଏବଂ ମିନେରାଲରେ ଭରପୂର ଖାଦ୍ୟ ଖାଇବାକୁ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
- ସିଝା ଆପଲ: ଶିଶୁଟି ଛଅ ମାସର ହେବା ପରେ ସ୍ତନ୍ୟପାନ ସହିତ ଆପଲ ପ୍ୟୁରି ବା ସିଝା ଆପଲ ଦେଇପାରିବେ। ଏଥିରେ ମିନେରାଲ୍ସ ଏବଂ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ତେଣୁ ଏହାକୁ ଛୁଆଙ୍କୁ ଦୈନନ୍ଦିନ ଖାଇବାକୁ ଦେଇପାରିବେ । ଆପଲକୁ ସିଝାଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦେଇପାରିବେ ।
- ବ୍ରକୋଲି ସିଝା: ବ୍ରୋକୋଲି ଅନେକ ପୋଷକ ତତ୍ତ୍ୱରେ ଭରପୂର ମାତ୍ରାରେ ରହିଛି । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ତେଣୁ ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏକ ବ୍ରକୋଲିକୁ ଛୋଟଛୋଟ ଖଣ୍ଡରେ କାଟି ଲୁଣ ଏବଂ ରସୁଣ ସହିତ ଭାଜନ୍ତୁ। ଏହାପରେ ଅଳ୍ପ ସିଝାଇ ତାହାକୁ ଖାଇବାକୁ ଦେଇପାରିବେ । ଏହା ଦ୍ବାରା କୌଣସି ପ୍ରକାର ସମସ୍ୟା ହେବାର ସମ୍ଭାବନା ନଥାଏ କିମ୍ବା ଖାଦ୍ୟ ହଜମ ନହେବା ନେଇ ମଧ୍ୟ କୌଣସି ଆଶଙ୍କା ରହିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।