ହାଇଦ୍ରାବାଦ: ଓଜନ, ଖାଦ୍ୟ, ଜେନେଟିକ୍ସ, ଔଷଧ ସେବନ କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ୍ର(cholesterol) ପରିମାଣ ବଢିବାରେ ଲାଗେ । ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କର ନାନା ରୋଗ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଆମମାନଙ୍କ ମଧ୍ୟରୁ ଅନେକ ଲୋକେ ବର୍ଦ୍ଧିତ କୋଲେଷ୍ଟ୍ରଲ୍ର ସମସ୍ୟାକୁ ଅତି ହାଲୁକା ଭାବରେ ଗ୍ରହଣ କରନ୍ତି । କିନ୍ତୁ କୋଲେଷ୍ଟ୍ରଲ ବୃଦ୍ଧି ଆମ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ ।
କହି ରଖୁଛୁ କି, ଆମ ଶରୀରର ରକ୍ତରେ କୋଲେଷ୍ଟ୍ରଲ, ମିଳିଥାଏ । ଏହା ଆମ ଶରୀର ପାଇଁ ବହୁତ ଜରୁରୀ ଏବଂ ଏହା ଦୁଇ ପ୍ରକାରର ଯଥା, ଗୁଡ୍ କୋଲେଷ୍ଟ୍ରଲ୍ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲ୍ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି କେବଳ ଖରାପ କୋଲେଷ୍ଟ୍ରଲ୍ ନୁହେଁ ଭଲ କୋଲେଷ୍ଟ୍ରଲ୍ ମାତ୍ର ବୃଦ୍ଧି ପାଇବା ଉଚିତ୍ ନୁହେଁ । କାରଣ ଏହା ଜୀବନ ପ୍ରତି ବିପଦର କାରଣ ହୋଇପାରେ । ତେବେ କୋଲେଷ୍ଟ୍ରଲ୍ ବୃଦ୍ଧି କେଉଁ ରୋଗ ହେବାର ଆଶଙ୍କା ଥାଏ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
କରୋନାରି ହୃଦ୍ରୋଗ:-
ଡାକ୍ତରମାନେ କହନ୍ତି ଯେ, ଉଚ୍ଚ କୋଲେଷ୍ଟ୍ରଲ ହୃଦୟ ପାଇଁ ଆଦୌ ଭଲ ନୁହେଁ । ବାସ୍ତବରେ, ଏହା କରୋନାରୀ ହୃଦ୍ରୋଗର ଆଶଙ୍କା ବଢାଇଥାଏ । ଏହି ପରିସ୍ଥିତିରେ ହୃଦଘାତ ହୋଇଥାଏ ଏବଂ ଜୀବନ ମଧ୍ୟ ଚାଲିଯାଇଥାଏ ।
ଷ୍ଟ୍ରୋକ୍:-