ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଛି । କମ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ଯଦି ଆପଣଙ୍କର ଡାଇବେଟିସ୍ ଅଛି, ତେବେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ବିଷୟରେ ବହୁତ ସତର୍କ ରହିବାକୁ ପଡିବ । ଶର୍କରା ସ୍ତର ବୃଦ୍ଧି କରୁଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ । ମଧୁମେହ ରୋଗୀମାନେ ରୁଟି ଖାଇବା ଉଚିତ କି ? ରାତିରେ ଭାତ ନଖାଇ ରୁଟି ଖାଇବା ଦ୍ବାରା କଣ ହୋଇଥାଏ ଜାଣନ୍ତୁ
ମଧୁମେହ.. ଏହି ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶିଥାଏ । ଏହି ରୋଗ ଥରେ ଗ୍ରାସ କରିବା ପରେ ସାରା ଜୀବନ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏଭଳି ସ୍ତରରେ ଶର୍କରା ସ୍ତର ହ୍ରାସ କରିବାକୁ ପ୍ରୟାସ କରାଯିବା ଉଚିତ । ଯଦି ଶର୍କରା ସ୍ତର ନିୟନ୍ତ୍ରଣରେ ରଖାଯାଏ ନାହିଁ, ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ମଧୁମେହ କେବଳ ଶରୀରରେ ଅନେକ ପରିବର୍ତ୍ତନ ଆଣି ନଥାଏ ବରଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।
ଡାଏଟ ପ୍ଲାନ:ମଧୁମେହ ରୋଗୀମାନେ ସେମାନଙ୍କର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ଉପଯୁକ୍ତ ଖାଦ୍ୟ ଅନୁସରଣ କରିବା ଆବଶ୍ୟକ । ମିଠା ସହିତ ଶର୍କରା ସ୍ତର ବୃଦ୍ଧି କରୁଥିବା ଖାଦ୍ୟରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । କିଛି ଖାଦ୍ୟ ଅଛି ଯାହା ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ପ୍ରଥମେ ନିଜକୁ ପସନ୍ଦ ଆସୁଥିବା ଖାଦ୍ୟକୁ ପରିତ୍ୟାଗ କରିବା ଆବଶ୍ୟକ ।
କିନ୍ତୁ ଅନେକ ମଧୁମେହ ରୋଗୀ ରାତିରେ ରୁଟି ଖାଇଥାଆନ୍ତି । ବିଶ୍ବାସ କରାଯାଏ ଯେ ଏହି କାରଣରୁ ଓଜନ ବୃଦ୍ଧି ମଧ୍ୟ ହୋଇନଥାଏ । ଏହି ଖାଦ୍ୟ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ହେବା ସହ ଶରୀରକୁ ପୃଷ୍ଟିକର ତତ୍ତ୍ବ ମିଳିଥାଏ । ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସମସ୍ୟା ହୋଇପାରେ । ସେଥିପାଇଁ ଅନେକ ଲୋକ ରାତିରେ ରୁଟି ଖାଇଥାଆନ୍ତି ।
ମଧୁମେହ ରୋଗୀମାନେ ରାତିରେ ରୁଟି ଖାଇ ପାରିବେ କି?