ହାଇଦ୍ରାବାଦ: ଭାରତୀୟ ରୋଷେଇ ଘରେ ଅନେକ ପ୍ରକାରର ମସଲା ମିଳିଥାଏ, ଯାହାକୁ ବ୍ୟବହାର କରି ଖାଦ୍ୟ ବହୁତ ସ୍ବାଦିଷ୍ଟ ହୋଇଯାଏ । ଖାଦ୍ୟର ସ୍ବାଦ ବଢାଇବା ବ୍ୟତୀତ ଏହି ମସଲା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ରୋଷେଇ ଘରେ ଜୁଆଣି, ଜିରା ଏବଂ କଳା ଲୁଣ ସହଜରେ ଉପଲବ୍ଧ ମିଳିଥାଏ । ଏହି ତିନୋଟିକୁ ଏକାଠି ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହା ଅନେକ ସ୍ବାସ୍ଥ୍ୟଗତ ସମସ୍ଯାରୁ ମୁକ୍ତି ଦେଇଥାଏ । ଜାଣନ୍ତୁ ସେଗୁଡିକ କଣ?
ଗ୍ୟାସ ସମସ୍ୟା ଦୂର କରେ
ଗ୍ୟାସ ସମସ୍ୟା ଥିବା ଲୋକଙ୍କ ପାଇଁ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅଧିକ ପରିମାଣର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ପେଟ କଷ୍ଟ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହୋଇଥାଏ ।
ଇମ୍ୟୁନିଟି ବୁଷ୍ଟର ବଢାଏ
ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଏପରି ପରିସ୍ଥିତିରେ, ଯଦି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଜିରା, ଜୁଆଣି ଏବଂ କଳା ଲୁଣ ଖାଇବା ଉଚିତ୍ । ଏହା ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବାରେ ସାହାଯ୍ୟ କରେ ।
ଓଜନ ହ୍ରାସ କରାଏ